Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ୨ ନଂ ମାର୍କେଟରେ ଟାଙ୍ଗୀ ପୋଲିସ୍ ର ଚଢାଉ: ଦୁଇ ଗିରଫ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ୨ ନଂ ମାର୍କେଟରେ ଟାଙ୍ଗୀ ପୋଲିସ୍ ଚଢାଉ କରିଛି। ଚଢାଉ ସମୟରେ ଗୋଟିଏ ଚୋରା ଜୁପିଟର ସ୍କୁଟି ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ଗଂଜାମ ଜିଲ୍ଲା କୋଦଳା ଥାନା ବେଲଝରି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୮ ବର୍ଷ) ଓ ନୟାଗଡ ଜିଲ୍ଲା ଚାନ୍ଦପୁର ଡୋମଣୀ ସାହିର ଜଗନ୍ କୁମାର ସାହୁ (୩୨ ବର୍ଷ) ଗିରଫ ଅଭିଯୁକ୍ତ ଦ୍ୱୟ କାଳୁପଡା ଘାଟ ଜଗା ବଳିଆ ଲଜ୍ ନିକଟରୁ ଗତ ୮ ତାରିଖ ରାତିରେ ଏକ ଜୁପିଟର ସ୍କୁଟିକୁ ଚୋରୀ କରି ନେଇଥିଲେ।

ଟାଙ୍ଗୀ ଥାନା ପୁତନା ଗ୍ରାମର ଯୁବକ ଦେବଦତ୍ତ ପଟ୍ଟନାୟକ ନିଜର ଏକ ଜୁପିଟର ସ୍କୁଟିରେ ଗତ ୮ ତାରିଖରେ ଜଣେ ସାଙ୍ଗର ବାହାଘରରେ ଯୋଗ ଦେବାକୁ କାଳୁପଡା ଘାଟ ସ୍ଥିତ ଜଗା ବଳିଆ ଲଜ୍ କୁ ଆସିଥିଲେ। ଜଗା ବଳିଆ ଲଜ୍ ସମ୍ମୁଖରେ ସ୍କୁଟିକୁ ରଖି ଦେଇ ଦେବଦତ୍ତ ବାହାଘରରେ ସାମିଲ ହୋଇଥିଲେ।

ତେବେ ଭୋଜି ଖାଇ ସାରିବା ପରେ ଲଜ୍ ନିକଟରେ ସ୍କୁଟିକୁ ନପାଇ ଏଣେ ତେଣେ ଖୋଜା ଖୋଜି କରିଥିଲେ। ଏହା ପର ଦିନ ସକାଳୁ ସକାଳୁ ଲୁଟେରା ଦ୍ୱୟ ଦେବଦତ୍ତଙ୍କ ମୋବାଇଲକୁ କଲ୍ କରି ସ୍କୁଟି ଫେରାଇ ଦେବା ପାଇଁ ୧୫ ହଜାର ଟଙ୍କା ମାଗିଥିଲେ। ଏ ନେଇ ଦେବଦତ୍ତ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମୋବାଇଲ୍ କୁ ଟ୍ରାକ୍ କରି ଲୁଟେରା ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଉଗ୍ରତାରା ରୋଡରେ ଟାଙ୍ଗୀ ପୋଲିସ୍ ର ଚଢାଉ: ୩ ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ, ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବେଆଇନ ପଥର ଖଣି ମାଫିଆଙ୍କ ଆତଙ୍କରାଜ ବଢି ଚାଲିଛି। ରାତି ଅଧରେ ମାଫିଆମାନେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ପଥର କାରବାର କରୁଛନ୍ତି। ଫଳରେ ବହୁଳ ପରିମାଣର ସରକାରୀ ରାଜସ୍ୱ ହାନି ହେଉଛି।

ତେବେ ସେହି ଅଞ୍ଚଳରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଟାଙ୍ଗୀ ପୋଲିସ୍ ଚଢାଉ ଆରମ୍ଭ କରିଥିଲା। ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ପୋଲିସ୍ ଉଗ୍ରତାରା ରୋଡ୍ ରେ ଚଢାଉ କରି ୩ ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ କରିଥିଲା। ଏହା ସହ ୩ ଜଣ ଟ୍ରାକ୍ଟର ଚାଳକଙ୍କୁ ମଧ୍ୟ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଏକ ପାଖିଆ ପ୍ରେମର କରୁଣ ପରିଣତି, ବିଫଳ ହେବାରୁ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରେମରେ ବିଫଳ ହେବାରୁ ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ସୋରଣ ଚିଆଙ୍ଗ ସାହିର ଆଲୋକ ବେହେରା ଜଣେ ଯୁବତୀଙ୍କୁ ଏକପାଖିଆ ପ୍ରେମ କରି ବସିଥିଲେ। ହେଲେ ଯୁବତୀ ଜଣଙ୍କୁ ଆଲୋକ ଏକ ପାଖିଆ ପ୍ରେମ ନିବେଦନ କରି ହତାଶ ହେବା ପରେ ଗତ କାଲି ସଂଧ୍ୟ୍ୟାରେ ନିଜ ଘରେ ବିଷ ପିଇ ଦେଇଥିଲେ।

ତେବେ ଆଲୋକ ଗୁରୁତର ହେବାରୁ ପରିବାର ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଟାଙ୍ଗୀ ପୋଲିସ୍ ଶବ ଜବତ କରି ୯/୨୧ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ଏନେଇ ଟାଙ୍ଗୀ ଥାନାଧିକାରୀ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ପୋଲିସର ପାଟ୍ରୋଲିଂ ଗାଡିକୁ ଦେଖି ଓଲଟିଲା ପଥର ବୋଝେଇ ମିନି ଟ୍ରକ୍: ଜଣେ ମୃତ, ୨ ଗୁରୁତର

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: କୋରୋନା ମହାମାରୀକୁ ଚେକ୍ ଦେବା ପାଇଁ ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି।  ଏହି ଲକ୍ ଡାଉନ୍ କୁ କଡା କଡି କରିବା ପାଇଁ ପୋଲିସ୍ ବିଭାଗ ସଂପୂର୍ଣ୍ଣ ତତ୍ପର ହୋଇଛ। ବିଭିନ୍ନ ସ୍ଥାନରେ ନାକା ଲଗାଇବା ସହ କଡା କଡି ପାଟ୍ରୋଲିଂ କରୁଛି।

ତେବେ ଏସଵୁକୁ ଖାତିର ନକରି ପଥର ମାଫିଆମାନେ ସେମାନଙ୍କର କାରବାର ଵେଧଡକ ଚଳାଉଛନ୍ତି। ନିସ୍ତବ୍ଧ ରାତିରେ ଏହି ପଥର ମାଫିଆମାନେ ସେମାନଙ୍କର କାରବାର ଚଳାଉଛନ୍ତି।

ଗତ କାଲି ରାତିରେ ଟାଙ୍ଗୀ ତଳଗଡ କୁହୁଡି ମୌଜାରୁ ଚୋରା ପଥର ବୋଝେଇ ହୋଇ ବାଲୁଗାଁ ଅଭିମୁଖେ କେତେକ ଟ୍ରକ, ମିନିଟ୍ରକ୍ ବାହାରିଥିଲେ। ହେଲେ କୁହୁଡି ଓଭର ବ୍ରିଜ୍ ତଳେ ପୋଲିସ୍ ପାଟ୍ରୋଲିଂ ଗାଡିକୁ ଦେଖି କେତେକ ପଥର ବୋଝେଇ ଗାଡି ଦେଖି ବାଟ କାଟି ଅନ୍ୟ ରାସ୍ତାରେ ପଳାଇ ଯାଇଥିଲେ। ତେବେ ଗୋଟିଏ ମିନିଟ୍ରକ୍ ପୋଲିସ୍ ଗାଡିକୁ ଦେଖି ଦୃତ ଵେଗରେ ପଳାଇ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥ କୟଥପଲ୍ଲା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଫଳରେ ଗାଡି ଭିତରେ ଥିବା ୩ ଜଣ ଶ୍ରମିକ ଗୁରୁତର ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଯୁବ ଶ୍ରମିକ ଚିତ୍ତରଂଜନ ପଲେଇ (୩୫ ବର୍ଷ) ଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଅନ୍ୟ ଦୁଇ ଜଣ ଶ୍ରମିକଙ୍କୁ ଗୁରୁତର ଅଵସ୍ଥାରେ ଭୁଵନେଶ୍ୱର ସ୍ଥାନାନ୍ତର କରାଯାଇଛି। ସମସ୍ତ ୩ ଜଣ ଶ୍ରମିକ କୁହୁଡି ଗ୍ରାମର ବୋଲି ଜଣାପଡିଛି। ଟାଙ୍ଗୀ ପୋଲିସ୍ ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦ୍ଦାଫାଶ୍ କଲା ଟାଙ୍ଗୀ ପୋଲିସ୍: ଗାଡି ଜବତ, ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଉଗ୍ରତାରା ଛକରୁ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଲୁଟ୍ ଘଟଣାର ଟାଙ୍ଗୀ ପୋଲିସ୍ ପର୍ଦ୍ଦାଫାଶ୍ କରିଛି। ଲୁଟ୍ ପିକଅପ ଭ୍ୟାନ ସହ ୩ ଲୁଟେରାକୁ ପୋଲିସ ଗିରଫ କରିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏ ନେଇ ବାଲୁଗାଁ ଏସଡ଼ିପିଓ ମାନସ ରଂଜନ ବାରିକ ସୂଚନା ଦେଇଛନ୍ତି।

ଏସଡ଼ିପିଓଙ୍କ ସୂଚନା ମୁତାବକ ଗତ ୩ ତାରିଖ ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଉଗ୍ରତାରା ଛକରେ ବ୍ରହ୍ମପୁର ଗୋଳନ୍ଥରାରୁ ଜଳେଶ୍ୱର ନେଇ ଯାଉଥିବା ଅଣ୍ଡା ବୋଝେଇ ପିକ୍ ଅପ୍ ଭ୍ୟାନ (ଓଡ଼ି-୦୧ ଏସି- ୧୭୭୨) କୁ ଲୁଟେରାମାନେ ଲୁଟି ନେଇଥିଲେ। ୩ଟି ବାଇକ୍ ରେ ୬ ଜଣ ଲୁଟେରା ଆସି ଗାଡି ଚାଳକଙ୍କୁ ମାଡ ମାରି  ଲୁଟେରାମାନେ ଲୁଟି ନେଇଥିଲେ।

ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଖୋର୍ଦ୍ଧା ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ମିଶାଇ ତିନି ଗୋଟି ଟିମ ତିଆରି କରିଥିଲେ। ଉକ୍ତ ଟିମ କୁ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ଏବଂ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ମାଧବାନନ୍ଦ ବସ୍ତିଆ ପରିଚାଳନା କରିଥିବାବେଳେ ଉକ୍ତ ଟିମ ଖୋର୍ଦ୍ଧା ଜିଲ୍ଲାରେ ଏବଂ ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା।

ତେବେ ଗତକାଲି ଟାଙ୍ଗୀ ପୋଲିସ୍ ଉକ୍ତ ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ପିକଅପ ଭ୍ୟାନ,ଗୋଟିଏ ବାଇକ୍,୩ ଟି ମୋବାଇଲ ଫୋନ୍ ଏବଂ ୧୨୦୦ ଟଙ୍କା ଜବତ କରିଛି। ଗିରଫ ଲୁଟେରାମାନେ ହେଲେ ରଣପୁରର ଶେଖ୍ ଇମରାନ, ଖୋର୍ଦ୍ଧାର ମହମ୍ମଦ ସାବିର୍ ଓ ଜଟଣୀର ଅଂଚଳର ଶେଖ ସନୱାର ଓରଫ ସୋନୁ। ଆଜି ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇ ଉକ୍ତ ଘଟଣାର ତଦନ୍ତ ଜାରିରହିଥିବାର ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡିରେ ଟାଙ୍ଗୀ ପୋଲିସ୍ ର ଚଢାଉ: ୩୦ କିଲୋ ଗଞ୍ଜେଇ ସହ ମହିଳା ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ପୋଲିସ୍ କୁହୁଡିରେ ଚଢାଉ କରି ୩୦ କେଜି ଗଂଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। କୁହୁଡି ଵର ଗାଡିଆ ସାହିରେ ଉକ୍ତ ମହିଳା ଜଣକ ଦୀର୍ଘ ଦିନ ହେଲା ଚୋରା ଗଂଜେଇ କାରବାର କରି ଆସୁଥିଲେ। ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲାପୋଲିସ୍ ର ସ୍ପେଶାଲ ସ୍କ୍ୱାର୍ଡ ଓ ଟାଙ୍ଗୀ ପୋଲିସ୍ ମିଳିତ ଭାଵେ ଚଢାଉ କରିଥିଲେ। ହେଲେ ଚଢାଉ ବେଳେ ପରିବାରର ସମସ୍ତ ସଦସ୍ୟ ଫେରାର ହୋଇ ଯାଇଥିବା ବେଳେ ମହିଳା ଜଣକ ଘରେ ଏକାକୀ ରହି ଯାଇଥିଲେ। ପୋଲିସ୍ ମହିଳାଙ୍କ ଘରୁ ୪ ବସ୍ତା ଗଂଜେଇ ଜବତ କରିଥିଲା। ଜବତ ଗଂଜେଇ ୩୦ କିଲୋ ହୋଇଥିବା ବେଳେ ଏହାର ବଜାର ମୁଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଜଣ‍ା ପଡିଛି। ଗିରଫ ମହିଳା ଜଣକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ କହିଛି।