Categories
ଆଞ୍ଚଳିକ

ଟାଙ୍ଗୀ ବିଦ୍ୟାଳୟ ପରିସରରେ ଓଡିଶା ପୋଲିସର ସାଇବର କ୍ରାଇମ ସଚେତନତା ଶିବିର

ଟାଙ୍ଗୀ: ଆଜି ଟାଙ୍ଗୀ ଦୂର୍ଗାଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ପୋଲିସ ଦ୍ବାରା ସାଇବର ଅପରାଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ପହିଲା ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ସାଇବର ଅପରାଧ ସଂପର୍କରେ ସଚେତନତା ଶିବିର ହେଉଥିବା ବେଳେ ଆଜି ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି।

ଏଥିରେ ମୂଖ୍ୟ ଅତିଥି ଭାବେ ପୋଲିସ ମୂଖ୍ୟ କାର୍ଯ୍ୟାଳୟ ଡିଏସପି ଜୌସ୍ନା କାଉରି,ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଟାଂଗୀ ଆଇଆଇସି ସୁଶାନ୍ତ କୁମାର ବେହେରା, ଟାଂଗୀ ଦୂର୍ଗାଚରଣ ଚିଲିକା ଉଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସିତାଶୁଂ ଭୁଷଣ ନନ୍ଦ ପ୍ରମୂଖ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧ କିପରି ରୋକାଯାଇପାରିବ ଓ ପ୍ରତ୍ୟେକ କିପରି ଏହି ଅପରାଧ ରେ ଛନ୍ଦି ନହେବେ ଏପରିକି କେହି ଯଦି ସାଇବର ଅପରାଧ ରେ ପଡିଯାଇଛି କିପରି ନିଜକୁ ରକ୍ଷା କରିପାରିବେ ସେ ସଂପର୍କରେ ସଚେତନ କରିଥିଲେ।

ଇନଫରମେସନ ଟେକ୍ନୋଲୋଜି ପ୍ରଫେସନାଲ କେ ଦିନେସ ଯୋଗଦେଇ ସାଇବର ଅପରାଧ ରେ ଗୁରୁତର ଭାବେ ଠକାମିର ର ଶିକାର ହେଉଥିବା ଓ ଅନଲାଇନ ମାଧ୍ୟମରେ ଇଲେକ୍ଟୋନିକ ସାଇବର ଠକେଇ ରୁ ନିଜକୁ କିପରି ରକ୍ଷା କରାଯାଇପାରିବ ସେ ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସତର୍କ କରାଇଥିଲେ।ସାଇବର ଠକେଇ ର ଶିକାର ହେଲେ ଏକ ଘଣ୍ଟା ମଧ୍ୟରେ ସ୍ଥାନିୟ ପୋଲିସ କୁ ଜଣାଇପାରିଲେ ୨୪ ଘଣ୍ଟା୍ ମଧ୍ୟରେ ଠକେଇ ର ପର୍ଦାଫାସ ହୋଇପାରିବ ବୋଲି ସୂଚନା ଦିଆଯାଇଥିଲା।

୧୯୩୦ ଟୋଲ ଫ୍ରି ନମ୍ବର ରେ ସାଇବର ଠକେଇ ସଂପର୍କରେ ଜଣାଇବା ପାଇଁ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଇଭେଣ୍ଟ କୋଅଡିନେଟର ରତ୍ନେସ ଜଗଦଲା ସଚେତନତା କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା।