Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କିଶୋରମାନଙ୍କର ଦ୍ୱିତୀୟ ଡୋଜ ପାଇଁ ସମୟ ଆସିଛି, ଟିକା ନିଅନ୍ତୁ: ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି

ନୂଆଦିଲ୍ଲୀ: କରୋନାର ତୃତୀୟ ତରଙ୍ଗ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଏକ ଚିଠି ଲେଖି ୧୫ ରୁ ୧୮ ବର୍ଷର ସମସ୍ତ ପିଲାଙ୍କୁ ଦ୍ୱିତୀୟ ଥର ଟିକା ଦେବା ପାଇଁ ନିବେଦନ କରିଛି। ବର୍ତ୍ତମାନ କିଶୋରମାନଙ୍କ ପାଇଁ ଦ୍ଵିତୀୟ ଡୋଜ ଟୀକା ନେବାର ସମୟ ଆସିଛି। ଏଭଳି ପରିସ୍ଥିତିରେ ସମସ୍ତ ପିଲାଙ୍କୁ ଦ୍ୱିତୀୟ ଡୋଜ ଠିକ୍ ସମୟରେ ଦିଆଯିବା ଆବଶ୍ୟକ ଏବଂ ଏଥିପାଇଁ ସମସ୍ତ ମୌଳିକ ସୁବିଧା ଶୀଘ୍ର ବ୍ୟବସ୍ଥା କରାଯିବା ଆବଶ୍ୟକ। ଅଧିକାରୀଙ୍କ ନିକଟରେ ନିର୍ଦ୍ଦେଶନାମା ଜାରି କରାଯାଇଛି ଯେ, ଟୀକାକରଣର ଦ୍ୱିତୀୟ ଡୋଜ ୧୫ ରୁ ୧୮ ବର୍ଷ ବୟସ୍କ କିଶୋରମାନେ ଠିକ୍ ସମୟରେ ନିଶ୍ଚିତ କରନ୍ତୁ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ଵାରା ଜାରି କରାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ‘କୋଭାକ୍ସିନ୍’ ୧୫ ରୁ ୧୮ ବର୍ଷ ମଧ୍ୟରେ ବ୍ୟବହୃତ ହେଉଛି ଏବଂ ପ୍ରଥମ ଏବଂ ଦ୍ୱିତୀୟ ମାତ୍ରା ମଧ୍ୟରେ ୨୮ ଦିନର ବ୍ୟବଧାନ ରହିଛି। ଏହିପରି ଭାବରେ, ଜାନୁଆରୀ ୩ ତାରିଖରେ ଟିକାର ପ୍ରଥମ ଖୁରାକ ଗ୍ରହଣ କରିଥିବା କିଶୋରମାନେ ଜାନୁୟାରୀ ୩୧ ତାରିଖରୁ ଦ୍ୱିତୀୟ ଖୁରାକ ପାଇବାକୁ ‘ଯୋଗ୍ୟ’ ହୋଇପାରିଛନ୍ତି। କୋରାନା ବିରୁଦ୍ଧରେ ‘ଯୁଦ୍ଧ’ ଜିତିବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୂଚୀରେ ଟୀକାକରଣର ଉଭୟ ମାତ୍ରା ପୂରଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।