Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଇଂଲଣ୍ଡକୁ ୩୬ ରନରେ ହରାଇ ସିରିଜ ହାତେଇଲା ଟିମ ଇଣ୍ଡିଆ

ଅହମଦାବାଦ, ଶେଷରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡକୁ ୩୬ ରନରେ ଭାରତ ହରାଇବା ସହିତ ଦଳ ସିରିଜକୁ ୩-୨ରେ ଆଗୁଆ ରହି କବଜା କରିଛି । ଏଥିସହ ଟେଷ୍ଟ ସିରିଜ ପରେ ଦଳ ଲଗାତାର ଟି-୨୦ ସିରିଜ ମଧ୍ୟ ଜିତିଛି ।  ଇଂଲଣ୍ଡ ଅଧିନାୟକ ମୋର୍ଗାନ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିଥିଲା। ରୋହିତ- କୋହଲିଙ୍କ ଯୋଡି ପ୍ରଥମରୁ ହିଁ ଇଂଲଣ୍ଡ ଉପରେ ଆକ୍ରମଣ କରିଥିଲେ ।

ସେହିପରି ସୂର୍ଯ୍ୟକୁମାର ଯାଦବ ଓ ପାଣ୍ଡ୍ୟା ବି କିଛି ବିସ୍ଫୋରକ ଇଂନିସ ଖେଳି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଏହାସହ ଦଳର ସ୍କୋର ୨୦ ଓଭରରେ ୨୨୪ ରନ୍ ହୋଇଥିଲା । ଇଂଲଣ୍ଡ ବ୍ୟାଟିଂ କରିବାକୁ ଆସି ପ୍ରଥମରୁ ଜସନ ରୟ ବିନା କୌଣସି ରନରେ ଆଉଟ୍ ହୋଇଯାଇଥିଲେ । ଏହାପରେ ବଟଲର ଓ ମଲାନ ୧୩୦ ରନର ପାର୍ଟନରସିପ୍ କରିଥିଲେ। ହେଲେ ତାଙ୍କ ପରେ କୌଣସି ବ୍ୟାଟ୍ସମ୍ୟାନ ଆଉ ତିଷ୍ଠି ପାରିନଥିଲେ । ଯାହା ଫଳରେ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୩୬ ରନରେ ଜିତି ସିରିଜକୁ ହାସଲ କରିଥିଲା।