Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦ୍ଵିତୀୟ ଡୋଜ ପରେ ସଂକ୍ରମଣ ଆଶଙ୍କା କମ ରହିଛି: ବିଜୟ ପାଣିଗ୍ରାହୀ

ଭୁବନେଶ୍ବର: ମେ’ ୧ ତାରିଖରୁ ଘରୋଇ ହସ୍ପିଟାଲ ଉପ୍ତାଦକଙ୍କ ଠାରୁ ସିଧାସଳଖ ଟୀକା କିଣିବେ। କେନ୍ଦ୍ର ସରକାର ଅନୁଯାୟୀ ଟୀକା ଦର ଧାର୍ଯ୍ୟ ହେବ। ଟୀକା ନେବା ପାଇଁ ପଞ୍ଜୀକରଣ ସମୟରେ ଟୀକାର ଦର ଦେଖିପାରିବେ।

ଆଜି ରାଜ୍ୟରେ ୭ ଶହ କେନ୍ଦ୍ରରେ ଟୀକାକରଣ ଜାରି ରହିଛି। ଏଯାବତ ରାଜ୍ୟରେ ୫୪ ଲକ୍ଷ ୪୧ ହଜାର ୪୭୮ ଜଣ ଟୀକା ନେଇଛନ୍ତି। ଟୀକା ନେବା ପରେ ମାତ୍ର ୫୦ ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଦ୍ଵିତୀୟ ଡୋଜ ପରେ ସଂକ୍ରମଣ ସଂଖ୍ୟା ବହୁତ କମ ଅଛି। ସପ୍ତାହରେ ୫ ଦିନ ଟୀକାକରଣ ଚାଲିବ। ସପ୍ତାହନ୍ତ ସଟଡାଉନ ଯୋଗୁଁ ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ଏବଂ ଏହି ଦୁଇ ଦିନ ଟୀକା କେନ୍ଦ୍ରକୁ ବିଶୋଧନ କରାଯିବ।

ତେବେ ରାଜ୍ୟରେ ଏଯାଏଁ ଟ୍ରିପଲ ମ୍ୟୁଟାଣ୍ଟ ଭାରିଏଣ୍ଟ ଚିହ୍ନଟ ହୋଇନି। ଏହି ଭାରିଏଣ୍ଟ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ସମସ୍ତଙ୍କୁ ସତର୍କ ରହିବା ଜରୁରୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ଦର ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ: ଜାଣନ୍ତୁ କେତେ ଟଙ୍କାରେ ମିଳିବ କୋଭିସିଲ୍ଡ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଟୀକାର ଦର ଧାର୍ଯ୍ୟ କରାଯାଇଛି। ଖୋଲା ବଜାରରେ ଟୀକା ବିକ୍ରି ପାଇଁ ସେରମ ଇନଷ୍ଟିଚ୍ୟୁଟ ଦର ଧାର୍ଯ୍ୟ କରିଛି। ତେବେ ରାଜ୍ୟ ସରକାରଙ୍କ ପାଇଁ ଏହି ଟୀକାର ମୂଲ୍ୟ ୪ ଶହ ଟଙ୍କା ରଖାଯାଇଥିବା ବେଳେ ଘରୋଇ ହସ୍ପିଟାଲ ପାଇଁ ୬ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ସରକାର ପକ୍ଷରୁ ଟୀକା ପାଇଁ ଏକ ନୂଆ ନିୟମ ଜାରି କରାଯାଇଥିଲା। ଏହି ନିୟମ ଅନୁଯାୟୀ, ଆସନ୍ତା ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ମିଳିବା ପାଇଁ କେନ୍ଦ୍ର ଘୋଷଣା କରିଥିଲା। ଖୋଲା ବଜାରରେ ଟୀକା ମିଳିବା ସହ ଟୀକା ଉତ୍ପାଦକ ମାନେ ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲକୁ ୫୦ ପ୍ରତିଶତ ପ୍ରଦାନ କରିବେ ବୋଲି କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା।