Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଡଙ୍ଗା ବୁଡି ଘଟଣା: ନିଖୋଜ ଯାତ୍ରୀଙ୍କ ମିଳିଲା ପରିଚୟ, ଉଦ୍ଧାର କାର୍ଯ୍ୟ ଜାରି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନ ୪ ଟା ସମୟରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଚିଲିକାରେ ମା’ କାଳିଜାଇ ପୀଠରୁ ଦର୍ଶନ କରି ଫେରୁଥିବା ବେଳେ ଏକ ଯାତ୍ରୀବାହୀ ଡ଼ଙ୍ଗା ଓଲଟି ଯାଇଥିଲା। ଯାହା ଫଳରେ ଜଣେ ଯାତ୍ରୀ ନିଖୋଜ ଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି। ନିଖୋଜ ବ୍ୟକ୍ତି ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ ଯିଏ କି ମା’ କାଳିଜାଇ ପୀଠରେ ବ୍ୟବସାୟ କରୁଥିବା ଜଣାପଡିଛି। ବ୍ୟବସାୟ ସାରି ଉକ୍ତ ଡଙ୍ଗାରେ ଫେରୁଥିଲେ।

ଏହି ଡଙ୍ଗାରେ ୮ ଜଣ ଯାତ୍ରୀଙ୍କୁ ମିଶାଇ ମୋଟ ୧୧ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୭ ଜଣ ପୁରୁଷ ଥିଲେ। ସମସ୍ତ ଯାତ୍ରୀ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଅଟନ୍ତି। ତେବେ ଏପର୍ଯ୍ୟନ୍ତ ରାଜକିଶୋର ନିଖୋଜ ଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ପ୍ରାପ୍ତ ସୂଚନା ମୁତାବକ ବାଲେଶ୍ଵର ରେମୁଣା ଅଞ୍ଚଳର ୮ଜଣ ଯାତ୍ରୀ ପୂର୍ବାହ୍ନରେ ଚିଲିକା ବୁଲିବାକୁ ଆସିଥିଲେ। ମା କାଲିଯାଇ ଦର୍ଶନ ସାରି ଫେରୁଥିବାବେଳେ ହଠାତ କାଳବୈଶାଖୀରେ ଡଙ୍ଗାଟି ପାଣି ମଧ୍ୟରେ ବୁଡିଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ କିଛି ଯାତ୍ରୀ ପୋଲିସକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ।

ଖବରପାଇ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ, ବାଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ଏକ ଡଙ୍ଗା ସାହାଯ୍ୟରେ ଚିଲିକା ମଧ୍ୟକୁ ଯାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଯାତ୍ରୀ ସମେତ ଡଙ୍ଗା ଚାଳକ ଏବଂ ସହ ଚାଳକଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପଢନ୍ତୁ ଯାତ୍ରୀମାନଙ୍କ ନାମ ଓ ଠିକଣା:

୧- ମଧୁସୂଦନ ମହାଳିକ (୨୫)

୨- ବିମ୍ବାଧର ସେନାପତି (୬୩)

୩- ଭବାନୀ ପଣ୍ଡା (୩୩)

୪- ଜ୍ୟୋତିସ୍ମିତା ସେନାପତି (୨୯)

୫- ପ୍ରୀତିସ୍ମିତା ସେନାପତି (୨୨)

୬- ଜ୍ୟୋସ୍ନା ସେନାପତି (୫୩)

୭- ଏଲିନା ପାଣିଗ୍ରାହୀ (୩୮)

୮- ପୀୟୂଷ ପାଣିଗ୍ରାହୀ (୧୪)

ବାଲେଶ୍ୱର ରେମୁଣା ଅଞ୍ଚଳର ଉପରୋକ୍ତ ୮ ଯାତ୍ରୀ

୯- ଭାସ୍କର ସାହୁ (୬୦)- ଗଞ୍ଜାମ ଜିଲ୍ଲା

୧୦- ରାଜକିଶୋର ଖୁଣ୍ଟିଆ (୪୦) ନିଖୋଜ- ବାଲୁଗାଁ କୋଦପୁର

୧୧- ରାଜକିଶୋର ବେହେରା (୪୮)- ଡଙ୍ଗା ଚାଳକ
୧୨- ରାମଚନ୍ଦ୍ର ବେହେରା (୨୨)- ଡଙ୍ଗା ସହ ଚାଳକ

Categories
ଆଜିର ଖବର ରାଜ୍ୟ ଖବର

ଡଙ୍ଗା ବୁଡି ଦୁଇ ମତ୍ସ୍ୟଜୀବୀ ମୃତ

ପାରାଦୀପ: ପାରାଦୀପରେ ଡଙ୍ଗା ବୁଡ଼ି ଦୁଇ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ପାରାଦୀପ ନିକଟ ମହାନଦୀ ମୁହାଣରେ ଆଜି ସକାଳେ ଏହି ଅଘଟଣ ଘଟିଛି। ମୋଟ୍‌ 15ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଲହଡ଼ି ଆସି ଡଙ୍ଗାରେ ମାଡ଼ ହୋଇଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 13 ଜଣ ପହଁରି ପହଁରି କୂଳକୁ ଚାଲି ଆସିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଡଙ୍ଗା ବୁଡି ଛଅ ଗୁରୁତର

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ଚିଲିକାରେ ପୁଣି ଡଙ୍ଗା ବୁଡି ଅଘଟଣର ସୂଚନା ମିଳିଛି। ଚିଲିକାରେ ଡଙ୍ଗା ବୁଡି ଛଅ ଜଣ ଗୁରୁତର ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। କାଲିଜାଇର ପିକ୍‌ନିକ୍‌ ସାରି ଫେରୁଥିବାବେଳେ ଏହି ଅଘଟଣ ଘଟିଛି। ଚିଲିକା ମଝିରେ ଡଙ୍ଗା ବୁଡିଯିବାରୁ ଛଅ ଜଣ ଗୁରୁତର ହୋଇଛନ୍ତି। ତେବେ ପଛରେ ଆସୁଥିବା ଡଙ୍ଗା ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛି। ବୁଡିଥିବା ଡଙ୍ଗାରେ ପ୍ରାୟ ୧୫ରୁ ୧୭ ଜଣ ଲୋକ ରହିଥିବାର ସୂଚନା ରହିଛି। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଗୁରୁତରଥିବା ଯାତ୍ରୀଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୁବୁଦ୍ଧିପାଟଣା, ବଡକୁଳ  ଏବଂ ଚନ୍ଦ୍ରାପୁଟ ଅଞ୍ଚଳର କିଛି ଲୋକ  ତିନୋଟି ଡଙ୍ଗା ସାହାଯ୍ୟରେ ବଣଭୋଜି କରିବାକୁ କାଳିଜାଇ ଯାଇଥିବାବେଳେ  ପ୍ରଥମ ଦୁଇଟି ଡଙ୍ଗାର ଯାତ୍ରୀମାନେ ସୁରକ୍ଷିତ ଭାବେ ଫେରି ଆସିଥିବାବେଳେ ତୃତୀୟ ଡଙ୍ଗାରେ ଅଧିକ ଯାତ୍ରୀ ରହିଯାଇଥିଲେ।  ଅଧିକ ଯାତ୍ରୀ ରହିଥିବାରୁ ଚିଲିକା ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିବାର ସୂଚନା ରହିଛି।