Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ଡଙ୍ଗା ବୁଡି ଘଟଣା: ନିଖୋଜ ଯାତ୍ରୀଙ୍କ ମିଳିଲା ପରିଚୟ, ଉଦ୍ଧାର କାର୍ଯ୍ୟ ଜାରି
ଆଜିର ଖବର

ଚିଲିକାରେ ଡଙ୍ଗା ବୁଡି ଘଟଣା: ନିଖୋଜ ଯାତ୍ରୀଙ୍କ ମିଳିଲା ପରିଚୟ, ଉଦ୍ଧାର କାର୍ଯ୍ୟ ଜାରି

May 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନ ୪ ଟା ସମୟରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଚିଲିକାରେ ମା’ କାଳିଜାଇ ପୀଠରୁ ଦର୍ଶନ କରି ଫେରୁଥିବା ବେଳେ ଏକ ଯାତ୍ରୀବାହୀ ଡ଼ଙ୍ଗା ଓଲଟି ଯାଇଥିଲା। ଯାହା ଫଳରେ ଜଣେ ଯାତ୍ରୀ ନିଖୋଜ ଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି। ନିଖୋଜ ବ୍ୟକ୍ତି ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ ଯିଏ କି ମା’ କାଳିଜାଇ ପୀଠରେ ବ୍ୟବସାୟ କରୁଥିବା ଜଣାପଡିଛି। ବ୍ୟବସାୟ ସାରି ଉକ୍ତ ଡଙ୍ଗାରେ ଫେରୁଥିଲେ।

ଏହି ଡଙ୍ଗାରେ ୮ ଜଣ ଯାତ୍ରୀଙ୍କୁ ମିଶାଇ ମୋଟ ୧୧ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୭ ଜଣ ପୁରୁଷ ଥିଲେ। ସମସ୍ତ ଯାତ୍ରୀ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଅଟନ୍ତି। ତେବେ ଏପର୍ଯ୍ୟନ୍ତ ରାଜକିଶୋର ନିଖୋଜ ଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

https://thesamikhsya.com/odia/wp-content/uploads/2022/05/WhatsApp-Video-2022-05-05-at-19.58.27.mp4

ପ୍ରାପ୍ତ ସୂଚନା ମୁତାବକ ବାଲେଶ୍ଵର ରେମୁଣା ଅଞ୍ଚଳର ୮ଜଣ ଯାତ୍ରୀ ପୂର୍ବାହ୍ନରେ ଚିଲିକା ବୁଲିବାକୁ ଆସିଥିଲେ। ମା କାଲିଯାଇ ଦର୍ଶନ ସାରି ଫେରୁଥିବାବେଳେ ହଠାତ କାଳବୈଶାଖୀରେ ଡଙ୍ଗାଟି ପାଣି ମଧ୍ୟରେ ବୁଡିଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ କିଛି ଯାତ୍ରୀ ପୋଲିସକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ।

ଖବରପାଇ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ, ବାଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ଏକ ଡଙ୍ଗା ସାହାଯ୍ୟରେ ଚିଲିକା ମଧ୍ୟକୁ ଯାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଯାତ୍ରୀ ସମେତ ଡଙ୍ଗା ଚାଳକ ଏବଂ ସହ ଚାଳକଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପଢନ୍ତୁ ଯାତ୍ରୀମାନଙ୍କ ନାମ ଓ ଠିକଣା:

୧- ମଧୁସୂଦନ ମହାଳିକ (୨୫)

୨- ବିମ୍ବାଧର ସେନାପତି (୬୩)

୩- ଭବାନୀ ପଣ୍ଡା (୩୩)

୪- ଜ୍ୟୋତିସ୍ମିତା ସେନାପତି (୨୯)

୫- ପ୍ରୀତିସ୍ମିତା ସେନାପତି (୨୨)

୬- ଜ୍ୟୋସ୍ନା ସେନାପତି (୫୩)

୭- ଏଲିନା ପାଣିଗ୍ରାହୀ (୩୮)

୮- ପୀୟୂଷ ପାଣିଗ୍ରାହୀ (୧୪)

ବାଲେଶ୍ୱର ରେମୁଣା ଅଞ୍ଚଳର ଉପରୋକ୍ତ ୮ ଯାତ୍ରୀ

୯- ଭାସ୍କର ସାହୁ (୬୦)- ଗଞ୍ଜାମ ଜିଲ୍ଲା

୧୦- ରାଜକିଶୋର ଖୁଣ୍ଟିଆ (୪୦) ନିଖୋଜ- ବାଲୁଗାଁ କୋଦପୁର

୧୧- ରାଜକିଶୋର ବେହେରା (୪୮)- ଡଙ୍ଗା ଚାଳକ
୧୨- ରାମଚନ୍ଦ୍ର ବେହେରା (୨୨)- ଡଙ୍ଗା ସହ ଚାଳକ

ଚିଲିକା ଡଙ୍ଗା ବୁଡି
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.