Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏଇ ମହା ରବିବାର ଓ ସ୍ପେଶାଲ ସୋମବାରରେ ଜୀ ସାର୍ଥକରେ ଆସୁଛି “ଡବଲ୍ ଡେ’ ଡବଲ୍ ଧମାକା” 

ଭୁବନେଶ୍ଵର: ଜୀ-ସାର୍ଥକ ସର୍ବଦା ଚେଷ୍ଟାରତ ରୁହେ କିପରି ତାର ସମସ୍ତ ଦର୍ଶକଙ୍କ ମନୋରଞ୍ଜନ ଜାରି ରଖିବା ପାଇଁ, ତେଣୁ ଭିନ୍ନ ସମୟରେ ନୂତନ, ଅଭିନ୍ନ ଶୈଳୀ ସହିତ ମନୋରଞ୍ଜନର ନୂଆ ନୂଆ ପ୍ରକାର ପରିବେଷଣ କରେ। ସେଥିପାଇଁ ଆସନ୍ତା ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ଜୀ ସାର୍ଥକରେ ଆସୁଛି “ଡବଲ୍ ଡେ’ ଡବଲ୍ ଧମାକା” ଉତ୍ସବ।

ସେପ୍ଟେମ୍ବର ୧୦, ମହା ରବିବାରରେ ସକାଳ ୯ଟା ରୁ ୧୨ ପର୍ଯନ୍ତ ଦେଖିବେ ସାରେଗାମାପା ହ୍ୟୁମାନ ସାଗର ସ୍ପେଶାଲ ର ଏକ ବିଶେଷ ପରିବେଷଣ। ଦିନ ୨ଟା ରୁ ସନ୍ଧ୍ୟା ୫ ଯାଏଁ ଦେଖିବେ ଜୀ-ସାର୍ଥକ ସଂସାର ଆୱାର୍ଡ – ଷଷ୍ଠ ବର୍ଷର ଟେଲିକାଷ୍ଟ। ସନ୍ଧ୍ୟା ୫ ରୁ ୬ ଯାଏଁ ଦେଖିବେ ଦିଦି ନଂ ୧ ର ଏକ ବିଶେଷ ଏପିସୋଡ ଯେଉଁଥିରେ ଆପଣ ଦେଖିବେ ଜୀ-ସାର୍ଥକରେ ଆସୁଥିବା ନୂଆ ଧାରାବାହିକ ‘ଶକ୍ତି’ର ମୁଖ୍ୟ ନାୟକ ନୀଲ୍ ଓ ନାୟିକା ମିତାଲିଙ୍କୁ। ସନ୍ଧ୍ୟା ୬.୩୦ରୁ ଦେଖିବେ ‘ଖୁସିର ଛୁଙ୍କ’,୭:୩୦ରେ ‘ତୁ ଖରା ମୁଁ ଛାଇ’ ଓ ରାତି ୮:୩୦ ରେ ‘ସୁନା ଝିଅ’ର ଏକ ଘଣ୍ଟାର ମହା ଏପିସୋଡ। ରାତି୯:୩୦ରୁ ଆରମ୍ଭ ହେବ ସାରେଗାମାପା ଲିଟିଲ ଚାମ୍ପର ବିଶେଷ ଏପିସୋଡ ଯେଉଁଥିରେ ଆପଣ ଦେଖିବେ ଓଲିଉଡ଼ ତାରକା ଶୈଳେନ୍ଦ୍ର, ଦୀପକ ଓ ଦିବ୍ୟା ଙ୍କ ପ୍ରଦର୍ଶନ ତଥା ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ସତ୍ୟଜିତ,ଅର୍ପିତା ଓ ପ୍ରଜ୍ଞାଙ୍କ ବିଶେଷ ପ୍ରଦର୍ଶନ।

ସେପ୍ଟେମ୍ବର ୧୧, ସ୍ପେସିଆଲ ସୋମବାରରେ ଦିନ ୨ଟା ରୁ ସନ୍ଧ୍ୟା ୫ ଯାଏଁ ଦେଖିବେ ଡାନ୍ସ ଓଡ଼ିଶା ଡାନ୍ସ ଜୀ-ସାର୍ଥକ ସଂସାର ଲିଗ୍ ଗ୍ରାଣ୍ଡ ଫିନାଲେର ଟେଲିକାଷ୍ଟ। ସନ୍ଧ୍ୟା ୫ ରୁ ୬ ଯାଏଁ ଦେଖିବେ ଦିଦି ନଂ ୧ ର ଏକ ବିଶେଷ ଏପିସୋଡ ଯେଉଁଥିରେ ଆପଣ ଦେଖିବେ ଜୀ-ସାର୍ଥକରେ ଆସୁଥିବା ନୂଆ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ର ମୁଖ୍ୟ ଚରିତ୍ର ନିତୁ ସିଂ, ଦିପ୍ତିରେଖା ପାଢୀ, ହିତିଶା ଓ ପ୍ରିୟଙ୍କା ଙ୍କୁ। ସନ୍ଧ୍ୟା ୬ ରୁ ରାତି ୧୦ ଯାଏଁ ଦେଖିବେ ଜୀ-ସାର୍ଥକରେ ପ୍ରଦର୍ଶିତ ସମସ୍ତ ମେଗା ଧାରବାହିକର ବିଶେଷ ଏପିସୋଡ ସବୁ।

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, ଆମ ଦର୍ଶକ ସର୍ବଦା ଆମ ସାଙ୍ଗରେ ଅଛନ୍ତି ତେଣୁ ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଆଗକୁ କାହାଣୀ ସବୁ ଆହୁରି ରୁଚିକର କରିବାପାଇଁ ପ୍ରୟାସ ଜାରି ରଖିଛି। ନିକଟରେ ଶେଷ ହୋଇଥିବା ‘ସାଥିରେ’ ମେଗା ଧାରାବାହିକରେ ହୋଇଥିବା ଧାରା ଓ ଅମ୍ବରଙ୍କ ଶୁଭ ବିବାହକୁ ଆମ ଦର୍ଶକ ବହୁତ ଭଲପାଇବା ଦେଇଥିଲେ। ସମ୍ପୂର୍ଣ୍ଣ ୩ ଘଣ୍ଟା ୩୦ ମିନିଟର ଏହି ବିବାହ ଉତ୍ସବକୁ ଆମ ଦର୍ଶକ ବହୁତ ଉପଭୋଗ କରିଥିଲେ। ତାକୁ ଦୃଷ୍ଟି ରେ ରଖି ଜୀ-ସାର୍ଥକ ଆୟୋଜନ କରୁଛି ଆସନ୍ତା ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ଜୀ ସାର୍ଥକରେ ଆସୁଛି ଡବଲ୍ ଡେ ଡବଲ୍ ଧମାକା ଉତ୍ସବ ଯାହା ଆପଣ ମାନେ ମନଭରି ଉପଭୋଗ କରିବେ ବୋଲି ମୋର ଆଶା ତେଣୁ ଯୋଡି ହୋଇ ରୁହନ୍ତୁ ଆମ ସହ ସର୍ବଦା।