Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡ଼ାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ କରି ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଡ଼ାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ଜଣକ ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳର ଉମାକାନ୍ତ ପଲେଇ ବୋଲି ଜଣାପଡିଛି। ଛାତ୍ରୀକୁ ଅସଦାଚରଣ ଓ ବ୍ଳାକମେଲିଙ୍ଗ୍ ଅଭିଯୋଗରେ ଉମାକାନ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁର ମେଡ଼ିକାଲ କଲେଜର ଏକ ଛାତ୍ରୀକୁ ଗତ ତିନି ବର୍ଷ ହେଲା ଅଭିଯୁକ୍ତ ଉମାକାନ୍ତ ଭଲ ପାଇବା ସହ ସୁଯୋଗ ନେଇ ଅନ୍ତରଙ୍ଗ ମୌଜ କରୁଥିଲା। ଏହାର ସୁଯୋଗ ନେଇ ଉମାକାନ୍ତ ନିଜ ମୋବାଇଲ ଫୋନରେ କିଛି ଫଟୋ ଉଠାଇ ଗଚ୍ଛିତ ରଖିଥିଲା। ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଓ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଯୁବକ ଜଣକ ଶାରୀରିକ ସମ୍ପର୍କ ପାଇଁ ଛାତ୍ରୀକୁ ବାଧ୍ୟ କରିଥିଲା। ସେ ମନା କରିବାରୁ ନିଜ ମୋବାଇଲ ଫୋନରେ ରଖିଥିବା କିଛି ଫଟୋ ଓ ଭିଡ଼ିଓ ଉକ୍ତ ଛାତ୍ରୀର ମୋବାଇଲ୍ କୁ ପଠାଇ ବ୍ଲାକମେଲିଂ ଆରମ୍ଭ କରିବାରୁ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଶେଷରେ ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଉମାକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।