Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଶସ୍ତା ହୋଇପାରେ ଡାଲି, ମୁଗ ବ୍ୟତିତ ଅନ୍ୟ ଡାଲି ମହଜୁଦ ନେଇ କେନ୍ଦ୍ର ସରକାର ଜାରି କଲେ କଟକଣା

ନୂଆଦିଲ୍ଲୀ, ଅକ୍ଟୋବର 31 ପର୍ଯ୍ୟନ୍ତ ସରକାର ମୁଗ ବ୍ୟତୀତ ସମସ୍ତ ଡାଲିର ଷ୍ଟକ୍ ଉପରେ ଏକ ସୀମା ଧାର୍ଯ୍ୟ କରିଛନ୍ତି। ହୋର୍ଡିଂ ଯାଞ୍ଚ ଏବଂ ମୁଦ୍ରାସ୍ଫୀତି ଯାଞ୍ଚ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଆଦେଶ , ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀ, ମିଲର୍ ଏବଂ ଆମଦାନୀକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ।

ହୋଲସେଲରଙ୍କ ପାଇଁ ଷ୍ଟୋରେଜ୍ ସୀମା 200 ଟନ୍ ଏବଂ ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ପାଞ୍ଚ ଟନ୍ ହେବ। କେନ୍ଦ୍ର ସରକାର ଗ୍ରହଣ କରିଥିବା ଅନେକ ପଦକ୍ଷେପ ଯୋଗୁଁ ଡାଲି ଏବଂ ଖାଇବା ତେଲର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗତ ଆର୍ଥିକ ବର୍ଷରେ ପ୍ରମୁଖ ଡାଲିର ସର୍ବାଧିକ ଉତ୍ପାଦନ ଦୁଇ ଶହ ପାଞ୍ଚ ଲକ୍ଷ ଟନରୁ ଅଧିକ ହୋଇଛି।