Categories
ଆଜିର ଖବର ରାଜ୍ୟ ଖବର

ପିପିଲି ନିର୍ବାଚନୀ ହିଂସା ଘଟଣା: ଡିଜିପି ଅଭୟ କରୁଛନ୍ତି ସମୀକ୍ଷା, ବିଜେପି କଲା ଟାର୍ଗେଟ

ଭୁବନେଶ୍ବର: ନିର୍ବାଚନୀ ହିଂସା ପରେ ପୋଲିସ ଡିଜିପି ଅଭୟଙ୍କ ସମେତ ବହୁ ପୋଲିସ ଅଧିକାରୀ ଆଜି ପିପିଲିରେ ପହଞ୍ଚିଛନ୍ତି। ପିପିଲିରେ ବଢୁଥିବା ନିର୍ବାଚନୀ ହିଂସାକୁ ନେଇ ସମୀକ୍ଷା କରୁଛନ୍ତି। ପିପିଲି ଥାନାରେ ଡିଜିପି ଏବଂ ବହୁ ବରିଷ୍ଠ ଅଧିକାରୀ ସ୍ଥିତି ସମୀକ୍ଷା କରୁଛନ୍ତି। ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଏବଂ ଇଡ଼ିଆଇଜି ଆଇନ ଶ୍ରୁଙ୍ଖଳା ଏଥିରେ ମଧ୍ୟ ସାମିଲ ଅଛନ୍ତି।

ସେପଟେ ଏହି ହିଂସା ଲାଗି ପୋଲିସକୁ ଦାୟୀ କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ପୋଲିସ ଉପରେ ଅଭିଯୋଗ ଆଣିଛନ୍ତି। ମୁକ୍ତ ଓ ଅବଧ ନିର୍ବାଚନରେ ପୋଲିସ ବାଧକ ସାଜିଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡ଼ି ସହାୟତାରେ ପୋଲିସ ଅବଧ ନିର୍ବାଚନକୁ ଅଟକାଇବା ପାଇଁ ଚେଷ୍ଟା କରୁଛି ବୋଲି ସମ୍ବିତ କହିଛନ୍ତି। ପିପିଲିରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ପାଇଁ ପୋଲିସ ଚେଷ୍ଟା କରୁଛି ବୋଲି ଡ଼ା. ପାତ୍ର ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଚିଲିକା ଯୁବକଙ୍କୁ ସହାୟ ହେଲେ ଡା. ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକ ଆଙ୍କୁଲା ଗ୍ରାମର ୩୨ ବର୍ଷୀୟ ସନ୍ତୋଷ ବାରିକ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କର ଚିକିତ୍ସାରେ ସହାୟତା ପାଇଁ ପୂର୍ବରୁ ବହୁ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା। ଶେଷରେ ସନ୍ତୋଷଙ୍କୁ ସହାୟ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର, ଚିଲିକାର ପୂର୍ବତନ ବିଧାୟକ ଡ଼ା. ବିଭୁତି ଭୂଷଣ ହରିଚନ୍ଦନ ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଙ୍କୁଲା ଗ୍ରାମରେ ସନ୍ତୋଷଙ୍କ ବାସଭବନକୁ ଆସି ଭୁବନେଶ୍ୱର ଏମ୍ସ ମେଡିକାଲକୁ ନେଇଛନ୍ତି। ଡ଼ା. ପାତ୍ର ନିଜେ ଆମ୍ବୁଲାନ୍ସ ଯୋଗେ ସନ୍ତୋଷଙ୍କୁ ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ପ୍ଲାଷ୍ଟିକ ସର୍ଜରୀ  ବିଭାଗର ମୁଖ୍ୟ ଡ଼ା. ସଞ୍ଜୟ ଗିରି, ଡ଼ା. ସଚ୍ଚିଦାନନ୍ଦ ମହାନ୍ତି, ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶିକା ଡ଼ା. ଗୀତାଞ୍ଜଳି, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ତାଙ୍କୁ ଭର୍ତ୍ତି କରାଯାଇଛି। ସର୍ବପ୍ରଥମେ ଅସ୍ତ୍ରୋପଚାର କରାଯାଇ ପ୍ରାୟ ଏକ ବର୍ଷ ଧରି ତାଙ୍କର ଚିକିତ୍ସା ଚାଲିବ ବୋଲି ଜଣାପଡିଛି। ଏହା ସହ ସନ୍ତୋଷଙ୍କ ଚିକିତ୍ସା ପାଇଁ ମଧ୍ୟ ଦିଲ୍ଲୀ ଏମ୍ସରୁ ଡାକ୍ତର ଟିମ୍  ଆସିବାର ବ୍ୟବସ୍ଥା ହୋଇଛି ବୋଲି ଡ଼ା. ସମ୍ବିତ ସୂଚନା ଦେଇଛନ୍ତି।