Categories
ଆଜିର ଖବର ରାଜ୍ୟ ଖବର

ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି: ଡିଏମଇଟି

ଭୁବନେଶ୍ବର: ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କରୋନା ସଂକ୍ରମଣ ବଢୁଥିବାରୁ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇପାରେ। ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଠାରୁ ପରାମର୍ଶ ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ଏହା ଉପରେ ନିଷ୍ପତ୍ତି ନିଆଯିବ। ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇଥିଲେ। ଏନେଇ ଡିଏମଇଟି ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଦୈନିକ ମୋଟ ସଂକ୍ରମିତଙ୍କ ଅଧ୍ୟରୁ ୧୨% ଶିଶୁ ହେଉଛନ୍ତି ଆକ୍ରାନ୍ତ: ଡିଏମଇଟି

ଭୁବନେଶ୍ବର: ଗତକାଲି ସେଣ୍ଟ୍ରାଲ୍ ଡ୍ରଗ୍ ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ପ୍ୟାନେଲ୍ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କୋଭିଡ୍ -୧୯ ଟିକା ‘ଜାଇକୋଭ୍-ଡି’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଛି। ଏହି ଟୀକାକୁ ଅନୁମୋଦନ ମିଳିବା ପରେ ଡିଏମଇଟି ଡା. ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଯାଏଁ ଛୋଟ ପିଲାଙ୍କୁ ଟୀକା ଦେବା ପାଇଁ କେନ୍ଦ୍ରସରକାର ପକ୍ଷରୁ କୌଣସି ଗାଇଡଲାଇନ ଆସିନାହିଁ। ଯେମିତି ଗାଇଡଲାଇନ ଜାରି ହେବ, ତୁରନ୍ତ ଛୋଟ ପିଲାଙ୍କୁ ଟୀକା ଦେବା ପାଇଁ ବ୍ୟବସ୍ଥା କରିବୁ। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟାରୁ ୧୨ ପ୍ରତିଶତ ଶିଶୁ ଚିହ୍ନଟ ହେଉଛନ୍ତି। ଭୁବନେଶ୍ଵର ଏବଂ କଟକରେ ସଂକ୍ରମଣ ସଂଖ୍ୟା ବଢୁଛି। ଉଭୟ ସହରର ଲୋକ କଟକଣା ମାନୁନଥିବାରୁ ସଂକ୍ରମଣ ବଢୁଥିବା ଡିଏମଇଟି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ: ଟୋଲ ଫ୍ରି ନମ୍ବରକୁ ସକ୍ରିୟ ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ମନ୍ତବ୍ୟ ଦେଇଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସ୍ଥିତି ଭଲ ଅଛି। କିନ୍ତୁ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ବୋଲି ସେ ସତର୍କ କରିଛନ୍ତି। କିନ୍ତୁ ଏବେ ରାଜ୍ୟରେ ସ୍ଥିତି ଭଲ ଅଛି ଭାବି କୋହଳ କରିଦେବା ଠିକ ନୁହେଁ। ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବରକୁ ସକ୍ରିୟ ରଖିବା ପାଇଁ ସେ ସମସ୍ତ ଜିଲ୍ଲାପାଳମାନଙ୍କୁ ଡା. ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।

କେବଳ ରୋଗୀ ଖୋଜିବା ସରକାରଙ୍କ ଦାୟିତ୍ଵ ନୁହେଁ, ଏଥିପାଇଁ ଲୋକମାନଙ୍କ ଦାୟିତ୍ଵ ମଧ୍ୟ ରହିଛି। ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହେଉଥିଲେ ଆଶା ଦିଦିଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଟିକା ପହଞ୍ଚିବାର ଦୁଇ ଦିନରେ ଟିକାକାରଣ ଆରମ୍ଭ ହେବ: ଡିଏମଇଟି

ଭୁବନେଶ୍ୱର: ୧୦ ଦିନ ଭିତରେ କରୋନା ଟିକା ଓଡିଶା ପହଞ୍ଚିବା ନେଇ ସୂଚନା ରହିଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ କୌଣସି ମୁହୂର୍ତ୍ତରେ କରୋନା ଟିକା ଓଡିଶା ପହଞ୍ଚିପାରେ। ଟିକା ଆସିବା ପରେ ଭୁବନେଶ୍ବରର ରାଜ୍ୟ ଟିକା କେନ୍ଦ୍ରରେ ରଖାଯିବ। ଏହାପରେ ଜିଲ୍ଲାକୁ ପଠାଯାଇ ଜିଲ୍ଲା ଟିକା କେନ୍ଦ୍ରରେ ରଖାଯିବ। ଟିକା ପହଞ୍ଚିବା ପରେ ଦୁଇ ଦିନରେ ଟିକାକରଣ ଆରମ୍ଭ କରାଯିବ।

ତେବେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେବାର ବ୍ୟବସ୍ଥା ହୋଇଛି। ହେଲେ ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନଙ୍କୁ ହିଁ ଟିକା ଦିଆଯିବ। ଏହି ସୂଚନା ଦେଇଛନ୍ତି ଡିଏମଇଟି। ତାଙ୍କ ସୂଚନା ଅନୁଯାୟୀ ୨ଟି ଡୋଜରେ ଟିକା ଦିଆଯିବ। ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ବୋଲି ଡିଏମଇଟି ସୂଚନା ଦେଇଛନ୍ତି।