Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଲୋକପ୍ରିୟ ଡିଜେ ଆଜେକ୍ସଙ୍କ ସନ୍ଦେହ ଜନକ ମୃତ୍ୟୁ

ଭୁବନେଶ୍ବର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଖାରବେଳ ନଗର ଘରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କର ଶବକୁ ପୋଲିସ ଉଦ୍ଧାର କରି ପୋଷ୍ଟମର୍ଟମ କରିବା ପାଇଁ ହସପିଟାଲକୁ ପଠାଇଛନ୍ତି।

ସେ ଘରେ ଏକ ବେଡସିଟରେ ଝୁଲି ପଡିଥିବାର ଜଣାପଡିଛି। ତେବେ ସେ କାହିଁକି ଏପରି କଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ତାଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।