Categories
ଆଜିର ଖବର ଜାତୀୟ ଖବର

BreakingNews: ତାଜମହଲରେ ବୋମା ଆତଙ୍କ, ସୁରକ୍ଷିତ ଭାବେ ପର୍ଯ୍ୟଟକଙ୍କୁ କରାଗଲା ବାହାର

ନୂଆଦିଲ୍ଲୀ, ଆଜି ସକାଳୁ ବିଶ୍ବ ପ୍ରସିଦ୍ଧ ତାଜ ମହଲରେ ବୋମା ଆତଙ୍କ ଖେଳାଇ ଦେଇଛି। ଫଳରେ ସୁରକ୍ଷା କର୍ମି ସେଠାରେ ଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ବାହାର କରିଛନ୍ତି। ଏଥିସହିତ ତାଜମହଲର ଦୁଇଟି ଗେଟକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ସିଆଇଏସଏଫ, ବୋମା ନିଷ୍କ୍ରିୟ ବାହିନୀ, ଆଗ୍ରା ପୋଲିସ ଘଟଣା ସ୍ଥଳରେ ପହଁଚିଛନ୍ତି। ପ୍ରଥମେ ପର୍ଯ୍ୟଟକଙ୍କୁ ବାହାର କରିବା ପରେ ବର୍ତ୍ତମାନ ବୋମା ଅଛି କି ନାହିଁ ତାହା ଯାଞ୍ଚ କରାଯାଉଛି।

ଆଗ୍ରା ଜୋନ ଏଡିଜି ରାଜୀବ କ୍ରିଷ୍ଣା କହିଛନ୍ତି ଯେ, ସକାଳୁ ଜଣେ ଅଜଣା ବ୍ୟକ୍ତି 112କୁ କଲ କରି ତାଜମହଲରେ ବୋମା ଖଂଜା ଯାଇଛି ବୋଲି କହିଥିଲା। ତାଙ୍କ କଥାର ସତ୍ୟତା ଜାଣିବା ପାଇଁ ବର୍ତ୍ତମାନ ସେଠାରେ ଯାଞ୍ଚ ପକ୍ରିୟା ସହିତ ଆଇନି ଶୃଙ୍ଖଳା ପରିସ୍ଥିତକୁ ତଦାରଖ କରାଯାଉଛି।