Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଫାଇନାଲ ପୂର୍ବରୁ ଭାରତକୁ ଝଟକା, ଆହତ କାରଣରୁ ଦଳରୁ ବାଦ ପଡିପାରନ୍ତି ଏହି ତାରକା ଅଲରାଉଣ୍ଡର

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ର ଫାଇନାଲ ମ୍ୟାଚ୍ କଲମ୍ବୋରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏକ ରିପୋର୍ଟ ଅନୁଯାୟୀ ଅକ୍ସର ପଟେଲ ଆହତ ହୋଇ ଫାଇନାଲରୁ ବାହାରି ପାରନ୍ତି। ଗତକାଲି ବାଂଲାଦେଶ ବିପକ୍ଷରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚରେ aକ୍ସର ୪୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଅକ୍ସରଙ୍କ ଅନୁପସ୍ଥିତିରେ ୱାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ଦିଆଯାଇପାରେ।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ସୁପର ଫୋର୍ ମ୍ୟାଚ୍ ସମୟରେ ଅକ୍ସର ଆହତ ହୋଇଥିଲେ। କିନ୍ତୁ ତାଙ୍କ ଆଘାତ ଗୁରୁତର ନୁହେଁ। ଅକ୍ସର ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଯଦିଓ ସେ ଟିମ୍ ଇଣ୍ଡିଆକୁ ଜିତାଇ ପାରିନଥିଲେ। ହେଲେ ଅକ୍ସର ୩୪ ବଲ ର ସମ୍ମୁଖୀନ ହୋଇ ୪୨ ରନ୍ ସଂଗ୍ରହ କରିଥିଲେ। ସେ ୩ ଟି ଚୌକା ଓ ୨ ଟି ଛକା ମାରିଥିଲେ। ଏହା ସହିତ ଅକ୍ସର ମଧ୍ୟ ୯ ଓଭରରେ ୪୭ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

ଏସିଆ କପ୍-୨୦୨୩ ର ଶେଷ ସୁପର ଫୋର୍ ମ୍ୟାଚ୍ ରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ମ୍ୟାଚ୍ ମାଧ୍ୟମରେ ଭାରତୀୟ ଦଳ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ମହମ୍ମଦ ଶାମି ଖେଳାଳି ଏକାଦଶରେ ସ୍ଥାନ ପାଇଥିଲେ। କିନ୍ତୁ ଭାରତୀୟ ଦଳ ଏହି ମ୍ୟାଚ୍ ଜିତିପାରି ନଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୬୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଖେଳାଳିମାନେ ମାତ୍ର ୨୫୯ ରନ୍ ସ୍କୋର କରିପାରିଥିଲେ।