Categories
ଆଞ୍ଚଳିକ

ତିର୍ତ୍ତୋଲ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାର ଯୁବଗୋଷ୍ଠୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ଶାରଳା ସମବାୟ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାପାଇଁ ଜଗତସିଂହପୁର ଜିଲ୍ଲାର ସଚେତନ ଯୁବକମାନେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯଦି ତିର୍ତ୍ତୋଲର ଉକ୍ତ ସୂତାକଳଟି କାର୍ଯ୍ୟକ୍ଷମ ହୁଏ ତାହେଲେ ମହାମାରୀ କରୋନା ସମୟରେ ବିଭିନ୍ନ ରାଜ୍ୟରୁ ଫେରି ଘରେ ବସିରହିଥିବା ପ୍ରବାସୀ ମାନେ ନିଜ ଜିଲ୍ଲାରେ ଚାକିରି କରିବା ସହିତ ଜିଲ୍ଲାର ବେକାରୀ ସମସ୍ୟା ଦୂରହେବ ଓ ଜିଲ୍ଲାର ଆର୍ଥିକ ବିକାଶ ମଧ୍ୟ ହେବ।

ଏଥିରେ ଅଜୟ କୁମାର ଗୋଛାୟତ, କାଳୀ କିଙ୍କର ମହାନ୍ତି, ରବିନାରାୟଣ କର, ସୌଭାଗ୍ୟ ସ୍ୱାଇଁ, ରୁଦ୍ର ଆଚାର୍ଯ୍ୟ, କାଳନ୍ଦୀ ଦାଶ, ଅବନୀକାନ୍ତ ଦାଶ, ଶ୍ୟାମ ସୁନ୍ଦର ସାହୁ , ସୁରେଶ ମଲ୍ଲିକ , ଅଂଶୁମାନ ମହାନ୍ତି , ଆଶିଷ ମହାନ୍ତି , ପବିତ୍ର କୁମାର୍ ମହାନ୍ତି , ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବି ଜଣାଇଥିଲେ।