Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ବାୟୁସେନା ହେବ ଆହୁରି ମଜବୁତ: ଖୁବ ଶୀଘ୍ର ସାମିଲ ହେବ ୮୩ ତେଜସ୍ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଖୁବ ଶୀଘ୍ର ୮୩ ତେଜସ୍ ବିମାନ ସାମିଲ ହେବ। ଏହି ଯୁଦ୍ଧ ବିମାନ ଲାଗି ସୁରକ୍ଷା କ୍ୟାବିନେଟ କମିଟି ୪୮ ହଜାର କୋଟି ଟଙ୍କା ଡିଲକୁ ମଞ୍ଜୁରୀ ଦେଇଛି। ଏଚଏଏଲ ସହିତ ଏହି ଡିଲ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ ବୈଠକରେ ଏହା ଉପରେ ମୋହର ଲାଗିଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ବାୟୁସେନାକୁ ଅଧିକ ମଜବୁତ କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ଏଭଳି ଡିଲ ରକ୍ଷା କ୍ଷେତ୍ରରେ ଗେମ ଚେଞ୍ଜର ହେବ।

ସୂଚନା ଯୋଗ୍ୟ ଯେ, ଏହି ତେଜସ ବିମାନ ସଂପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଏହା ଏୟାର ରୁ ଏୟାର ଏବଂ ସ୍ଥଳ ଭାଗକୁ ମଧ୍ୟ ମିଶାଇଲ ଲକ୍ଷ ଭେଦି ପାରିବ। ଏଥିରେ ଆଣ୍ଟିଶିପ ମିଶାଇଲ, ବମ ଏବଂ ରକେଟ ବି ଲାଗି ପାରିବ। ଏହା ୪୨% କାର୍ବନ ଫାଇବର, ୪୩% ଆଲୁମିୟମ ଏଲାୟ ଏବଂ ଟାଇଟେନିଅମରେ ପ୍ରସ୍ତୁତ କରାଯାଇଛି। ଏହି ଚତୁର୍ଥ ପିଢୀର ସୁପରସୋନିକ ଯୁଦ୍ଧ ବିମାନ ସବୁଠାରୁ ହାଲକା ଏବଂ ଛୋଟ ଅଟେ।