Categories
ବିଶେଷ ଖବର

ତେଲେଙ୍ଗାନାର ନିଜାମାବାଦ ଠାରେ ପାଖାପାଖି ୮୦୦୦ କୋଟିର ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ନିଜାମାବାଦ ଠାରେ ବିଦ୍ୟୁତ୍, ରେଳ ଏବଂ ସ୍ୱାସ୍ଥ୍ୟ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉତ୍ସର୍ଗ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ, ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ୍ ସମେତ ଅନେକ ରେଳ ପ୍ରକଳ୍ପ; ଏବଂ ଧର୍ମବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଶ୍ରୀ ମୋଦୀ ସିଦ୍ଦିପେଟ୍ – ସିକନ୍ଦରାବାଦ -ସିଦ୍ଦିପେଟ୍ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ପାଇଁ ତେଲେଙ୍ଗାନାର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, କୌଣସି ରାଷ୍ଟ୍ର ବା ରାଜ୍ୟର ବିକାଶ ବିଦ୍ୟୁତ ଉତ୍ପାଦନ ପାଇଁ ଏହାର ଆତ୍ମନିର୍ଭରଶୀଳ କ୍ଷମତା ଉପରେ ନିର୍ଭର କରେ , କାରଣ ଏହା ସହଜ ଜୀବନଧାରଣ ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ (ବ୍ୟବସାୟରେ ସହଜତା) ରେ ଏକା ସହିତ ଉନ୍ନତି ଆଣିଥାଏ । ପେଡାପଲ୍ଲୀ ଜିଲ୍ଲାରେ ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ୍‌ର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବିଦ୍ୟୁତ୍‌ର ସୁଚାରୁ ରୂପେ ଯୋଗାଣ ଏକ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ” । ଦ୍ୱିତୀୟ ୟୁନିଟ୍ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ଏହା ସମ୍ପୂର୍ଣ୍ଣ ହେବା ପରେ ବିଦ୍ୟୁତ୍ କେନ୍ଦ୍ରର ସ୍ଥାପନ କ୍ଷମତା ୪,୦୦୦ ମେଗାୱାଟ୍‌କୁ ବୃଦ୍ଧି ପାଇବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଦେଶର ସମସ୍ତ ଏନ୍‌ଟିପିସି ପାୱାର ପ୍ଲାଣ୍ଟ ମଧ୍ୟରୁ ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ସବୁଠାରୁ ଅତ୍ୟାଧୁନିକ ପାୱାର ପ୍ଲାଣ୍ଟ ବୋଲି ସେ ଖୁସି ବ୍ୟକ୍ତ କରିଥିଲେ । ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରବୃତ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ପାୱାର ପ୍ଲାଣ୍ଟରେ ଉତ୍ପାଦିତ ବିଦ୍ୟୁତର ଏକ ବଡ଼ ଅଂଶ ତେଲେଙ୍ଗାନାର ଲୋକ ମାନଙ୍କ ପାଖକୁ ଯିବ” । ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସ ସମ୍ପର୍କରେ ସେ ମନେ ପକାଇଥିଲେ ଏବଂ ଆଜି ଏହାକୁ ଉଦ୍‌ଘାଟନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ଆମ ସରକାରଙ୍କ ନୂତନ କାର୍ଯ୍ୟ ସଂସ୍କୃତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ତେଲେଙ୍ଗାନାର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ନିକଟରେ ହାସନ – ଚେର୍ଲାପଲ୍ଲୀ ପାଇପଲାଇନ୍ ଲୋକାର୍ପଣ କରିବା କଥା ସେ ମନେ ପକାଇଥିଲେ । ଏହି ପାଇପଲାଇନ୍ ଶସ୍ତା ଏବଂ ପରିବେଶ ଅନୁକୂଳ ଉପାୟରେ ଏଲପିଜି ପରିବର୍ତ୍ତନ, ପରିବହନ ଏବଂ ବିତରଣର ଆଧାର ହେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତିକରଣ ପ୍ରକଳ୍ପ ଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଦ୍ୱାରା ରାଜ୍ୟରେ ଯୋଗାଯୋଗ ବୃଦ୍ଧି ହେବା ସହ ଦୁଇଟି ଟ୍ରେନର ହାରାହାରି ବେଗ ବୃଦ୍ଧି ପାଇବ । ଭାରତୀୟ ରେଳବାଇ ସମସ୍ତ ରେଳ ଲାଇନ୍‌କୁ ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ନେଇ ଗତି କରୁଛି ବୋଲି ସେ କହିଛନ୍ତି । ମନୋହରାବାଦ ଏବଂ ସିଦ୍ଦିପେଟ ମଧ୍ୟରେ ନୂତନ ରେଳ ସଂଯୋଗ ବ୍ୟବସାୟ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସକୁ ମନେ ପକାଇଥିଲେ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ମନେ ପକାଇଥିଲେ ଯେ, ସ୍ୱାସ୍ଥ୍ୟ ସେବା କିପରି ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ କ୍ଷେତ୍ର ଥିଲା । ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରିବା ପାଇଁ ତଥା ସୁଲଭ କରିବା ନିମନ୍ତେ ନିଆ ଯାଇଥିବା ଅନେକ ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦୀ ସୂଚନା ଦେଇଥିଲେ । ମେଡିକାଲ କଲେଜ ଓ ଏମ୍ସ ଗୁଡିକର ସଂଖ୍ୟା ବଢ଼ୁଥିବା ନେଇ ସେ ଆଲୋଚନା କରିଥିଲେ, ଯହା ମଧ୍ୟରେ ବିବିନଗରରେ ଥିବା ଏକ ଏମ୍ସ ବିଷୟରେ ସେ କହିଥିଲେ । ଏହା ସହିତ ଡାକ୍ତର ମାନଙ୍କ ସଂଖ୍ୟା ବୃଦ୍ଧି କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି ।

ପ୍ରଧାନମନ୍ତ୍ରୀ ପିଏମ୍ ଆୟୁଷ୍ମାନ ଭାରତ ଭିତ୍ତିଭୂମି ମିଶନ ବିଷୟରେ ସୂଚନା ଦେଇଥିଲେ, ଯାହା ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ଗୁଣାତ୍ମକ ଭିତ୍ତିଭୂମି ସୁନିଶ୍ଚିତ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହି ମିଶନ ଅଧୀନରେ ଆଜି ତେଲେଙ୍ଗାନା ଠାରେ ୨୦ଟି କ୍ରିଟିକାଲ କେୟାର ବ୍ଲକର ଶିଳାନ୍ୟାସ କରାଯାଇଛି । ବ୍ଲକ୍ ଗୁଡିକ ଏପରି ଭାବରେ ନିର୍ମାଣ କରାଯିବ ଯେପରି ସେଠାରେ ଉତ୍ସର୍ଗୀକୃତ ଆଇସୋଲେସନ ୱାର୍ଡ, ଅକ୍ସିଜେନ ଯୋଗାଣ ଏବଂ ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିବ ବୋଲି ସେ ସୂଚନା ଦେଇଛନ୍ତି ।

\”ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ୫୦ ରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ସାରିଛି\” ବୋଲି ସେ କହିଥିଲେ । କରୋନା ମହାମାରୀ ସମୟରେ ତେଲେଙ୍ଗାନାରେ ୫୦ଟି ବୃହତ୍ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରା ଯାଇଥିଲା ଯାହା ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ବିଦ୍ୟୁତ୍‌, ରେଳ ବାଇ ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଜିର ପ୍ରକଳ୍ପ ଗୁଡିକ ପାଇଁ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ଶେଷ କରିଥିଲେ ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଦେଶରେ ଉନ୍ନତ ଶକ୍ତି ଦକ୍ଷତା ସହିତ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ପ୍ରଥମ ୮୦୦ ମେଗାୱାଟ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ଏହା ତେଲେଙ୍ଗାନାକୁ ଶସ୍ତାରେ ବିଜୁଳି ଯୋଗାଇବା ସହ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହା ଦେଶର ସବୁଠାରୁ ପରିବେଶ ଅନୁକୂଳ ପାୱାର ଷ୍ଟେସନ ମଧ୍ୟରୁ ଅନ୍ୟତମ ହେବ ।

ପ୍ରଧାନମନ୍ତ୍ରୀ ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ ସମେତ ରେଳ ପ୍ରକଳ୍ପ ଗୁଡିକୁ ଏବଂ ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଗୁଡଇକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପରେ ତେଲେଙ୍ଗାନାର ରେଳ ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିଛି । ୭୬ କିଲୋମିଟର ଦୀର୍ଘ ମନୋହରାବାଦ – ସିଦ୍ଦିପେଟ ରେଳ ଲାଇନ୍ ଏହି ଅଞ୍ଚଳର , ବିଶେଷ କରି ମେଡକ ଏବଂ ସିଦ୍ଦିପେଟ ଜିଲ୍ଲାରେ ସାମାଜିକ – ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ।

ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଟ୍ରେନର ହାରାହାରି ବେଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳରେ ପରିବେଶ ଅନୁକୂଳ ରେଳ ପରିବହନ କୁ ଆଗେଇ ନେବ । ପ୍ରଧାନମନ୍ତ୍ରୀ ସିଦ୍ଦିପେଟ୍ – ସିକନ୍ଦରାବାଦ – ସିଦ୍ଦିପେଟ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଦ୍ୱାରା ଏହି ଅଞ୍ଚଳର ସ୍ଥାନୀୟ ରେଳ ଯାତ୍ରୀମାନେ ଉପକୃତ ହେଉଛନ୍ତି ।

ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବୃଦ୍ଧି ନିମନ୍ତେ ପ୍ରୟାସ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ପିଏମ୍ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଆଦିଲାବାଦ, ଭଦ୍ରାଦ୍ରି କୋଥାଗୁଡେମ, ଜୟଶଙ୍କର ଭୁପାଲପଲ୍ଲୀ, ଜୋଗୁଲାମ୍ବା ଗଡ଼ୱାଲ, ହାଇଦ୍ରାବାଦ, ଖମ୍ମାମ, କୁମୁରମ୍ ଭୀମ ଆସିଫାବାଦ, ମଞ୍ଚେରିଆଲ, ମହବୁବନଗର (ବଡ଼େପାଲ୍ଲୀ), ମୁଲୁଗୁ, ନାଗରକୁର୍ଣ୍ଣୁଲ, ନାଲଗୋଣ୍ଡା, ନାରାୟଣପେଟ, ନିର୍ମଳ, ରାଜନ୍ନା ସିରସିଲା, ରଙ୍ଗାରେଡ୍ଡୀ (ମହେଶ୍ୱରମ୍‌), ସୂର୍ଯ୍ୟପେଟ, ପେଡାପଲ୍ଲୀ, ଭିକାରବାଦ ଏବଂ ୱାରାଙ୍ଗଲ (ନରସମପେଟ) ଜିଲ୍ଲାରେ ଏହି ସିସିବି ନିର୍ମାଣ କରାଯିବ । ଏହି ସିସିବି ଗୁଡ଼ିକ ସମଗ୍ର ତେଲେଙ୍ଗାନାରେ ଜିଲ୍ଲାସ୍ତରୀୟ କ୍ରିଟିକାଲ କେୟାର ଭିତ୍ତିଭୂମିର ଅଭିବୃଦ୍ଧି କରିବ ଏବଂ ରାଜ୍ୟର ଲୋକମାନେ ଉପକୃତ ହେବେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଛତିଶଗଡ ଏବଂ ତେଲେଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ ଏବଂ ତେଲେଙ୍ଗାନା ଗସ୍ତ କରୁଛନ୍ତି। ପ୍ରାୟ 11 ଟା ସମୟରେ, ବସ୍ତରର ଜଗଦଲପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ ଛତିଶଗଡ଼ରେ 26,000 କୋଟି ଟଙ୍କାରୁ ଅଧିକର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପରେ ନାଗାର୍ଣ୍ଣରରେ ଥିବା ଏନଏମଡିସି ଷ୍ଟିଲ ଲିମିଟେଡର ଇସ୍ପାତ କାରଖାନା ସମେତ ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ସ୍ଥାପନ କରାଯିବ।

ପ୍ରାୟ 3 ଟା ସମୟରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ନିଜାମାବାଦରେ ପହଞ୍ଚିବେ, ଯେଉଁଠାରେ ସେ ଶକ୍ତି, ରେଳ ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରାୟ 8000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ ଏବଂ ଦେଶକୁ ଉତ୍ସର୍ଗ କରିବେ।

ଛତିଶଗଡରେ ପ୍ରଧାନମନ୍ତ୍ରୀ

ଆତ୍ମ ନିର୍ଭର ଭାରତକୁ ଗତି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବସ୍ତର ଜିଲ୍ଲାର ନାଗାର୍ଣ୍ଣରରେ ଥିବା ଏନଏମଡିସି ଷ୍ଟିଲ ଲିମିଟେଡର ଇସ୍ପାତ କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିବେ। 23,800 କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ଏହି ଇସ୍ପାତ କାରଖାନା ହେଉଛି ଏକ ସବୁଜ କ୍ଷେତ୍ର ପ୍ରକଳ୍ପ ଯାହାକି ଉଚ୍ଚମାନର ଇସ୍ପାତ ଉତ୍ପାଦନ କରିବ। ନାଗାର୍ଣ୍ଣରରେ ଥିବା ଏନଏମଡିସି ଷ୍ଟିଲ୍ ଲିମିଟେଡର ଷ୍ଟିଲ୍ ପ୍ଲାଣ୍ଟ ହଜାର ହଜାର ଲୋକଙ୍କୁ, ପ୍ଲାଣ୍ଟରେ ତଥା ଆନୁଷଙ୍ଗିକ ଏବଂ ସହଯୋଗୀ ଉଦ୍ୟୋଗରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏହା ବସ୍ତରକୁ ବିଶ୍ବର ଇସ୍ପାତ ମାନଚିତ୍ରରେ ରଖିବ ଏବଂ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏକ ଉତ୍ସ ଯୋଗାଇବ।

ସମଗ୍ର ଦେଶରେ ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ, ଶିଳାନ୍ୟାସ କରାଯିବ ଏବଂ ଏକାଧିକ ରେଳ ପ୍ରକଳ୍ପର ଦେଶ ପାଇଁ ଉତ୍ସର୍ଗୀକୃତ କରିବା ପାଇଁ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଅନ୍ତାଗଡ଼ ଏବଂ ତାରୋକି ମଧ୍ୟରେ ନୂତନ ରେଳ ଲାଇନ ଏବଂ ଜଗଦଲପୁର ଏବଂ ଦାନ୍ତେୱାଡ଼ା ମଧ୍ୟରେ ଏକ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ସେ ବୋରିଡାଣ୍ଡ-ସୁରଜପୁର ରେଳ ଲାଇନର ଦୋହରୀକରଣ ପ୍ରକଳ୍ପ ଏବଂ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଜଗଦଲପୁର ଷ୍ଟେସନର ପୁନଃନିର୍ମାଣର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀ ତାରୋକି – ରାୟପୁର ଡିଏମୟୁ ଟ୍ରେନ୍ ସେବାକୁ ମଧ୍ୟ ଶୁଭାରମ୍ଭ କରିବେ। ଏହି ରେଳ ପ୍ରକଳ୍ପଗୁଡ଼ିକ ରାଜ୍ୟର ଆଦିବାସୀ ଅଞ୍ଚଳରେ ସଂଯୋଗରେ ଉନ୍ନତି ଆଣିବ। ଉନ୍ନତ ରେଳ ଭିତ୍ତିଭୂମି ଏବଂ ନୂତନ ଟ୍ରେନ୍ ସେବା ସ୍ଥାନୀୟ ଲୋକଙ୍କୁ ଉପକୃତ କରିବ ଏବଂ ଏହି ଅଞ୍ଚଳର ଆର୍ଥିକ ବିକାଶରେ ସାହାଯ୍ୟ କରିବ।

ଜାତୀୟ ରାଜପଥ -43 ର ‘କୁଙ୍କୁରୀରୁ ଛତିଶଗଡ – ଝାଡ଼ଖଣ୍ଡ ସୀମା ଖଣ୍ଡ ’ପର୍ଯ୍ୟନ୍ତ ଏକ ସଡକ ଉନ୍ନୟନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ। ଏହି ନୂତନ ରାସ୍ତା ସଡ଼କ ସଂଯୋଗରେ ଉନ୍ନତି ଆଣିବା ସହିତ ଏହି  ଅଞ୍ଚଳର ଲୋକମାନେ ଉପକୃତ ହେବେ।

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ

ଦେଶରେ ଉନ୍ନତ ଶକ୍ତି ଦକ୍ଷତା ସହିତ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି କରିବାର ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ, ଏନଟିପିସିର ତେଲେଙ୍ଗାନା ସୁପର ଥର୍ମାଲ୍ ପାୱାର୍ ପ୍ରୋଜେକ୍ଟର ପ୍ରଥମ 800 ମେଗାୱାଟ ୟୁନିଟ୍ ଦେଶ ପାଇଁ ଉତ୍ସର୍ଗ କରାଯିବ। ଏହା ତେଲେଙ୍ଗାନାକୁ ସ୍ୱଳ୍ପ ମୂଲ୍ୟର ଶକ୍ତି ଯୋଗାଇବ ଏବଂ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବ। ଏହା ଦେଶର ଅନ୍ୟତମ ପରିବେଶ ଅନୁକୂଳ ବିଦ୍ୟୁତ୍ କେନ୍ଦ୍ର ହେବ।

ତେଲୋଙ୍ଗାନାର ରେଳ ଭିତ୍ତିଭୂମି ବୃଦ୍ଧି ପାଇବ କାରଣ ପ୍ରଧାନମନ୍ତ୍ରୀ ମନୋହରବାଦ ଏବଂ ସିଦ୍ଧିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ ସମେତ ରାଷ୍ଟ୍ରୀୟ ରେଳ ପ୍ରକଳ୍ପକୁ ଉତ୍ସର୍ଗ କରିବେ; ଏବଂ ଧର୍ମାବାଦ – ମନୋହରାବାଦ ଏବଂ ମହାବୁବନଗର – କୁର୍ନୁଲ ମଧ୍ୟରେ ବିଦ୍ୟୁତିକରଣ ପ୍ରକଳ୍ପ ସାମିଲ୍ ରହିଚି। 76 କିଲୋମିଟର ଲମ୍ବ ମନୋହରାବାଦ ସିଦ୍ଧିପେଟ ରେଳ ଲାଇନ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶକୁ ବିଶେଷ କରି ମେଡାକ ଏବଂ ସିଦ୍ଧିପେଟ ଜିଲ୍ଲାକୁ ଉନ୍ନତ କରିବ। ଧର୍ମାବାଦ – ମନୋହରାବାଦ ଏବଂ ମହାବୁବନଗର – କୁର୍ନୁଲ ମଧ୍ୟରେ ବିଦ୍ୟୁତିକରଣ ପ୍ରକଳ୍ପ ଟ୍ରେନର ହାରାହାରି ବେଗରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ଏବଂ ଏହି ଅଞ୍ଚଳରେ ପରିବେଶ ଅନୁକୂଳ ରେଳ ପରିବହନକୁ ଆଗକୁ ନେବ। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ସ୍ଥାନୀୟ ରେଳ ଯାତ୍ରୀଙ୍କୁ ଉପକୃତ କରି ସିଦ୍ଧିପେଟ – ସିକନ୍ଦରାବାଦ- ସିଦ୍ଧିପେଟ ଟ୍ରେନ୍ ସେବାକୁ ମଧ୍ୟ ଶୁଭାରମ୍ଭ କରିବେ।

ତେଲେଙ୍ଗାନାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ପାଇଁ ଏକ ପ୍ରୟାସକ୍ରମେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ- ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ରାଜ୍ୟରେ 20 ଟି କ୍ରିଟିକାଲ୍ କେୟାର ବ୍ଲକ୍ (ସିସିବି) ର ଶିଳାନ୍ୟାସ କରିବେ।  ଏହି ସିସିବି ଗୁଡ଼ିକ ଆଦିଲାବାଦ, ଭଣ୍ଡାରି କୋଠଗୁଡେମ, ଜୟଶଙ୍କର ଭୁପଲପାଲ୍ଲି, ଜୋଗୁଲାମ୍ବା ଗଡୱାଲ, ହାଇଦ୍ରାବାଦ, ଖମ୍ମାମ, କୁମୁରମ ଭୀମ ଆସିଫାବାଦ, ମାଞ୍ଚେରିଆଲ୍, ମହବୁବ ନଗର, (ବାଡେପାଲି), ମୁଲୁଗୁ, ନାଗରକୁର୍ଣ୍ଣୁଲ, ନାଲଗୋଡ଼ା, ନାରାୟଣପେଟ, ନିର୍ମଳ, ରାଜନ୍ନା ସିରସିଲା, ରାଙ୍ଗାରେଡ୍ଡୀ (ମାହେଶ୍ବରମ), ସୂର୍ଯ୍ୟପେଟ, ପେଡାପାଲ୍ଲି, ବିକାରବାଦ ଏବଂ ୱାରଙ୍ଗାଲ (ନରସମପେଟ୍) ରେ ନିର୍ମାଣ କରାଯିବ।  ଏହି ସିସିବିଗୁଡ଼ିକ ତେଲେଙ୍ଗାନା ସାରା ଜିଲ୍ଲା ସ୍ତରର କ୍ରିଟିକାଲ୍ କେୟାର ଭିତ୍ତିଭୂମି ଉନ୍ନତି କରି ରାଜ୍ୟବାସୀଙ୍କୁ ଉପକୃତ କରିବ।

Categories
ଆଜିର ଖବର ଜାତୀୟ ଖବର

ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ମାମଲା: ରାଜମଣ୍ଡ୍ରି ପର୍ଯ୍ୟନ୍ତ କାର ରାଲି କରିବେ ଆଇଟି କର୍ମଚାରୀ

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ବିରୋଧରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ତୀବ୍ର ବିରୋଧ ଜାରି ରହିଛି। ବର୍ତ୍ତମାନ ହାଇଦ୍ରାବାଦର ଆଇଟି କର୍ମଚାରୀମାନେ ଆଜି ଆନ୍ଧ୍ରପ୍ରଦେଶରେ ଏକ କାର ରାଲି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆଇଟି କର୍ମଚାରୀମାନେ କହିଛନ୍ତି ଯେ, ରାଜମଣ୍ଡ୍ରି ପର୍ଯ୍ୟନ୍ତ ଏକ କାର ରାଲି ନିଆଯିବ। ପୋଲିସ ପୋଲିସ ଅନୁମତି ଦେବାକୁ ମନା କରିଦେଇଛି।

ଆଇଟି କର୍ମଚାରୀଙ୍କ କାର୍ ରାଲି ଖବର ସାମ୍ନାକୁ ଆସିବା ପରେ ଆନ୍ଧ୍ରପ୍ରଦେଶ ପୋଲିସ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସୀମାକୁ ସିଲ୍ କରିଛି। ଏହା ସହିତ ବହୁ ସଂଖ୍ୟକ ଫୋର୍ସ ମୁତୟନ ହୋଇଛନ୍ତି। କେବଳ ଏତିକି ନୁହେଁ ଯାନବାହନ ଉପରେ ମଧ୍ୟ କଡା ନଜର ରଖାଯାଉଛି। ସୀମାରେ ୬ ଟି ଚେକ୍ ପୋଷ୍ଟ କରାଯାଇଛି।

ଚନ୍ଦ୍ରବାବୁ ନାଇଡୁଙ୍କୁ ଦ୍ୱିତୀୟ ଦିନ ପାଇଁ ଜେରା:

ପିଟିଆଇ ଏଜେନ୍ସି ଅନୁଯାୟୀ, ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ ସ୍କାମ ସଂପର୍କରେ ଆନ୍ଧ୍ରପ୍ରଦେଶ ପୋଲିସର ସିଆଇଡି ଟିମ୍ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଜି ଦ୍ୱିତୀୟ ଦିନ ପାଇଁ ଜେରା କରୁଛି। ଦୁର୍ନୀତି ନିବାରଣ ବ୍ୟୁରୋ କୋର୍ଟ ଏହି ମାମଲାରେ ଅଧିକ ପଚରାଉଚରା ପାଇଁ ନାଇଡୁ (୭୩) ଙ୍କୁ CID ହେପାଜତକୁ ପଠାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ସଭା ସ୍ଥଳରେ ଲାଗିଲା ପୋଷ୍ଟର: ସୋନିଆ ଗାନ୍ଧୀଙ୍କୁ ଦର୍ଶାଇଲେ ‘ଭାରତ ମାତା’

ନୂଆଦିଲ୍ଲୀ: ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲାର ତୁକୁଗୁଡା ଅଞ୍ଚଳରେ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ, ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏବଂ ଦଳର ଅନ୍ୟ ନେତାଙ୍କ ହୋର୍ଡିଂ ଲଗାଯାଇଛି। ଏହି ହୋର୍ଡିଂରେ ସୋନିଆ ଗାନ୍ଧୀଙ୍କୁ ଭାରତ ମାତା ଭାବରେ ଦର୍ଶାଯାଇଛି।

ଏହି ସମୟ ମଧ୍ୟରେ ହାଇଦ୍ରାବାଦରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟିର ବୈଠକ ଶେଷ ହୋଇଛି। ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ, ରାଜ୍ୟ କଂଗ୍ରେସ କମିଟି (ପିସିସି) ସଭାପତି, ବିଧାନସଭା ଦଳର ନେତା ତଥା ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଝଟକା, ପୂର୍ବତନ ସାଂସଦଙ୍କ ସମେତ ଅନେକ ନେତା କଂଗ୍ରେସରେ ସାମିଲ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପାର୍ଟି ବିଆରଏସକୁ କଂଗ୍ରେସ ଏକ ବଡ ଝଟକା ଦେଇଛି। ଆଜି ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲି କୃଷ୍ଣ ରାଓଙ୍କ ସମେତ ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ନେତାମାନେ ଦଳ ସହ ହାତ ମିଳାଇଛନ୍ତି।

ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ଦଳର ରାଜ୍ୟ ପ୍ରଭାରୀ ମାଣିକରାଓ ଠାକରେ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ରେଭନ୍ତ ରେଡ୍ଡୀ ଉପସ୍ଥିତ ଥିଲେ। ମଲ୍ଲିକାର୍ଜୁନ୍ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଏଆଇସିସି କାର୍ଯ୍ୟାଳୟରେ ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ଭେଟିଥିଲେ।

ପୋଙ୍ଗୁଲେଟି ଶ୍ରୀନିବାସା ରେଡ୍ଡୀ କିଏ?:

ପୋଙ୍ଗୁଲେଟି ଶ୍ରୀନିବାସା ରେଡ୍ଡୀ ଖମମ ଲୋକସଭା ଆସନର ପୂର୍ବତନ ସାଂସଦ। ରେଡ୍ଡୀ ଲୋକସଭା ନିର୍ବାଚନରେ ​​YSR କଂଗ୍ରେସ ଟିକେଟରେ ଜିତିଥିଲେ। ଏହା ପରେ ସେ କେସିଆର ପାର୍ଟିରେ ଯୋଗ ଦେଇଥିଲେ। ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ସରକାରରେ କୃଷ୍ଣ ରାଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରହିଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଏହି ଦୁଇ ନେତାଙ୍କୁ କିଛି ମାସ ପୂର୍ବରୁ ଭାରତ ରାଷ୍ଟ୍ର ସମିତିରୁ ନିଲମ୍ବିତ କରାଯାଇଥିଲା।

ଏହି ଦୁଇ ନେତାଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଏମଏଲସି ଦାମୋଦର ରେଡ୍ଡୀଙ୍କ ସମେତ ପ୍ରାୟ ୧୮ ଜଣ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। କର୍ଣ୍ଣାଟକରେ ବିଜୟ ପରେ ତେଲେଙ୍ଗାନାରେ ଶାସକ ବିଆରଏସରେ କଂଗ୍ରେସ ଯେଉଁଭଳି ଆଭିମୁଖ୍ୟ ଗ୍ରହଣ କରିଛି ତାହା ପ୍ରତିଯୋଗିତାକୁ ଆକର୍ଷଣୀୟ କରିଛି। ଚଳିତ ବର୍ଷ ଶେଷରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଏପ୍ରିଲ ୩୦ରେ ଉଦ୍ଘାଟିତ ହେବ ତେଲେଙ୍ଗାନାର ନୂତନ ସଚିବାଳୟ

ହାଇଦ୍ରାବାଦ: ଏପ୍ରିଲ ୩୦ ତାରିଖରେ ତେଲେଙ୍ଗାନାର ନୂତନ ସଚିବାଳୟ ଭବନକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏପ୍ରିଲ ୩୦ ତାରିଖ ଅପରାହ୍ନ ୧.୨୦ରେ ତେଲେଙ୍ଗାନା ସଚିବାଳୟରେ ତାଙ୍କ ଚାମ୍ବର ଭିତରେ ଆସନ ଗ୍ରହଣ କରିବେ।

ଚେନ୍ନାଇ ଭିତ୍ତିକ ସ୍ଥପତି ପୋନ୍ନୀ କନ୍ସେସାଓ ଏବଂ ଓସ୍କାର କନ୍ସେସାଓଙ୍କ ଦ୍ୱାରା ନୂତନ ସଚିବାଳୟ ପରିକଳ୍ପନା କରାଯାଇଛି। ସମ୍ମିଳନୀ ହଲ୍, ପରିଦର୍ଶକ ଲାଉଞ୍ଜ, ଡାଇନିଂ ହଲ୍ ଏବଂ ଅନ୍ୟାନ୍ୟ ଆଧୁନିକ ସୁବିଧା ସହିତ ଏହା ନିର୍ମିତ।

ଐତିହାସିକ ଚାରମିନାର ଏବଂ ଗୋଲକୋଣ୍ଡା ସହିତ ଏହି ସଚିବାଳୟ ଭବନରେ ନୂତନ ବାସ୍ତୁକଳାର ଝଲକ ଦେଖିବାକୁ ମିଳିବ। ସଚିବାଳୟରେ ଆପଣ ଦେଖିପାରିବେ ଯେ ଏହା ସମସ୍ତ ଆଧୁନିକ ସୁବିଧା ସହିତ ସଜ୍ଜିତ।

Categories
ଜାତୀୟ ଖବର ବିଶେଷ ଖବର

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀ, ଆସିଲେନି ମୁଖ୍ୟମନ୍ତ୍ରୀ, ଚାଲିଛି ଶୀତଳ ଯୁଦ୍ଧ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବା କେସିଆର ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି। ଏପରିକି ପ୍ରୋଟକଲ ଭାଙ୍ଗି ସେ ବିମାନବନ୍ଦରକୁ ମଧ୍ୟ ସ୍ବାଗତ କରିବା ପାଇଁ ଗଲେ ନାହିଁ। ପୂର୍ବରୁ ମଧ୍ୟ କେସିଆର ଏହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଚର୍ଚ୍ଚାରେ ଅଛନ୍ତି।

ଶନିବାର ଦିନ ତେଲେଙ୍ଗାନା ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସେଥିପାଇଁ ପ୍ରୋଟୋକଲ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କେସିଆର ଯୋଗଦେବା କଥା। ହେଲେ ତାହା ସେ କଲେ ନାହିଁ। କେନ୍ଦ୍ର ସରାକରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ସରକାରୀ ନିମନ୍ତ୍ରଣ ପଠାଯାଇଥିଲା। ହେଲେ ମଧ୍ୟ କେସିଆର ପ୍ରଧାନମନ୍ତ୍ରୀଙ୍କ ସାଥୀରେ ରହିଲେ ନାହିଁ।

ପ୍ରଧାନମନ୍ତ୍ରୀ ଶନିବାର ସକାଳେ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରଂଜନ, କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ, ରାଜ୍ୟ ବିଜେପି ସଭାପତି ବନ୍ଦି ସଂଜୟ କୁମାର ସ୍ବାଗତ କରିଥିଲେ। ତେବେ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ କେସିଆର ନ ଆସି ତାଙ୍କ ବଦଳରେ ମନ୍ତ୍ରୀ ତାଲାସାନ ଶ୍ରୀନିବାସ ଯାଦବ ସ୍ବାଗତ କରିଥିଲେ।

ତେବେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମାଲୋଚନା କରିଛି। ଦଳ କହିଛି ଯେ, ତେଲେଙ୍ଗାନା ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈମାତୃକ ମନୋଭାବ ରହିଛି। ଏକ ଟୁଇଟ କରି ଦଳ କହିଛି  “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ତେଲେଙ୍ଗାନା ରାଜ୍ୟ ବିରୋଧରେ କାହିଁକି ପକ୍ଷପାତ ନୀତି ଅବଲମ୍ବନ କରୁଛନ୍ତି। ସେଥିପାଇଁ ତେଲେଙ୍ଗାନାବାସୀ ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରୁଛନ୍ତି। ”

ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ପହଞ୍ଚିବା ପରେ ସେଠାରୁ ସେ ସିକନ୍ଦରାବାଦ ରେଳ ଷ୍ଟେସନ ଯାଇଥିଲେ। ସେଠାରେ ସେ ଷ୍ଟେସନର ନବୀକରଣକୁ ଉଦଘାଟନ କରିବା ସହିତ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ରାଜ୍ୟ ବିଜେପି ତରଫରୁ ହାଇଦ୍ରାବାଦଠାରୁ ସିକନ୍ଦରାବାଦ ରାସ୍ତାରେ ଦଳୀୟ ପତାକା ସହିତ ମୋଦୀଙ୍କ ପୋଷ୍ଟର ଲଗାଇଛନ୍ତି। ତାହାକୁ ଲକ୍ଷ୍ୟ କରି ବିଆରଏସ ମଧ୍ୟ ତାଙ୍କର ଦଳୀୟ ପତାକା ଏବଂ କେସିଆରଙ୍କ ଫଟୋ ଥିବା ପୋଷ୍ଟର ଛାଇ ଦେଇଛନ୍ତି।

ଆସନ୍ତା ବର୍ଷ ତେଲେଙ୍ଗାନା ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବ। ଯେଉଁଥିରେ କେସିଆରଙ୍କ ବିଆରଏସ ସହିତ ବିଜେପିର କଡା ମୁକାବିଲା ହେବ। ଜାତୀୟ ସ୍ତରରେ ରାଜନୀତି କରିବା ପାଇଁ କେସିଆର ନିଜର ଦଳକୁ ଆଞ୍ଚଳିକ ନାମରୁ ଜାତୀୟ ନାମକରଣ କରିଛନ୍ତି। ପୂର୍ବରୁ ଟିଆରଏସ ରୁ ଦଳର ନୂଆ ନାମ ବିଆରଏସ ବା ଭାରତ ରାଷ୍ଟ୍ର ସମିତି କରାଯାଇଛି। ଆସନ୍ତା ବର୍ଷର ନିର୍ବାଚନ ଯୁଦ୍ଧକୁ ଦୃଷ୍ଟିରେ ରଖି କେସିଆର ଏବେଠାରୁ ବିଜେପି ସହିତ ଶୀତଳ ଯୁଦ୍ଧ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବଢୁଥିବା କରୋନା ମାମଲା ସମ୍ବନ୍ଧରେ ସତର୍କତା, ୬ ଟି ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି। ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୬ ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ, ଗତ କିଛି ମାସ ମଧ୍ୟରେ କରୋନା ମାମଲାରେ ହ୍ରାସ ଘଟିଥିଲା, କିନ୍ତୁ ଗତ ଏକ ସପ୍ତାହରୁ ମାମଲା ପୁଣି ବଢିବାରେ ଲାଗିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ବଢୁଥିବା କରୋନା ମାମଲାକୁ ନିୟନ୍ତ୍ରଣ କରିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ୍। ରାଜ୍ୟ ସରକାରମାନେ ରଣନୀତି ଅନୁଯାୟୀ ପରୀକ୍ଷା, ଚିକିତ୍ସା, ଟ୍ରାକ୍, ଟୀକାକରଣ ରଣନୀତି ଅନୁସରଣ କରିବା ଉଚିତ୍। ଦେଶ ବିଷୟରେ କହିବାକୁ ଗଲେ, ଗୋଟିଏ ଦିନରେ ୭୫୪ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୯୨ ହଜାର ୭୧୦ କୁ ବୃଦ୍ଧି ପାଇଛି। ପ୍ରାୟ ଚାରିମାସ ପରେ ଦେଶରେ ଗୋଟିଏ ଦିନରେ ୭୦୦ ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଯାହା ପରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୪ ହଜାର ୬୨୩ କୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ଫୋକସରେ କେସିଆରଙ୍କ ମହାସମାବେଶ, ଓଡିଶା ନେତାଙ୍କ ଯୋଗଦାନ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା। ଏହି ନିର୍ବାଚନରେ ଚଳିତ ଥର ଶାସକ ଦଳ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ବା ବିଆରଏସ କୁ କଡ଼ା ଚ୍ୟାଲେଞ୍ଜ ସମ୍ମୁଖୀନ ହେବାକୁ ପଡିବ। କାରଣ ଏଥର ବିଜେପି ତେଲେଙ୍ଗାନା ରାଜ୍ୟକୁ ମୁଖ୍ୟ ଫୋକସରେ ରଖିଛି। ସେଥିପାଇଁ ରାଜ୍ୟରେ ରାଜନୀତି ବେଶ ଗରମ ହେବାରେ ଲାଗିଛି।

ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ଆସନ୍ତା ଅଠର ତାରିଖରେ ଖମ୍ମା ଠାରେ ଏକ ବିଶାଳ ସମାବେଶର ଆୟୋଜନ କରୁଛନ୍ତି।  ବିଆରଏସର ଏହି ସମ୍ମିଳନୀକୁ ଜାତୀୟ ରାଜନୀତି ମଧ୍ୟ ନଜରରେ ରଖିଛି। କାରଣ କେସିଆରଙ୍କ ଏହି ମେଗା ସୋ ମାଧ୍ୟମରେ ଜାତୀୟ ରାଜନୀତିରେ ଦଳର ପ୍ରତିଷ୍ଠା ଜାହିର କରିବେ ବୋଲି କୁହାଯାଇଛି।

ସବୁଠାରୁ ବଡ କଥା ହେଲା କେସିଆରଙ୍କ ଏହି ସମ୍ମିଳନୀରେ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି।  କେସିଆରଙ୍କ ସହିତ ତିନି ମୁଖ୍ୟମନ୍ତ୍ରୀ – ପିନାରାଇ ଭାଇଜାନ, ଅରବିନ୍ଦ କେଜ୍ରିୱାଲ, ଏବଂ ଭଗବନ୍ତ ସିଂ ମନ୍  ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମେତ ଅନ୍ୟ ଅନେକ ଜାତୀୟ ନେତା ମଧ୍ୟ ଯୋଗଦେବେ। ଫଳରେ ଏହା ଜାତୀୟ ରାଜନୀତିକୁ ବେଶ୍ ସରଗରମ କରିବ ବୋଲି ଆଶା କରାଯାଉଛି।

ସେହିପରି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ ମଧ୍ୟ ଏହି ସମାବେଶରେ ଯୋଗଦେଉଛନ୍ତି ବୋଲି ଜଣାପଡିଛି। କାରଣ ଗତ ଶୁକ୍ରବାର ଦିନ ହାଇଦ୍ରାବାଦର ପ୍ରଗତି ଭବନରେ କେ.ସି.ଆର ଙ୍କ ସହିତ ସେ ସାକ୍ଷାତ କରିଛନ୍ତି। ଏଥିରେ ତାଙ୍କ ପୁଅ ଶିଶିର ଗମାଙ୍ଗ ଏବଂ ଅନ୍ୟମାନେ ମଧ୍ୟ କେସିଆରଙ୍କୁ ସାକ୍ଷାତ କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଓଡିଶାର ଅନ୍ୟତମ ନେତା ଜୟରାମ ପାଙ୍ଗୀ ମଧ୍ୟ କେସିଆରଙ୍କୁ ସାକ୍ଷାତ କରିଛନ୍ତି। ଏହି ତିନି ନେତା ଖମ୍ମାରେ ହେବାକୁ ଥିବା ସମ୍ମିଳନୀରେ ମଧ୍ୟ ଯୋଗ ଦେଉଛନ୍ତି ବୋଲି ଜଣାପଡିଛି।

ଚର୍ଚ୍ଚା ଅନୁସାରେ ଓଡିଶାର ଏହି ତିନି ନେତା ବିଜେପିରୁ ଇସ୍ତଫା ଦେଇ ସେହି ଖମ୍ମା ସମାବେଶରେ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ। ଏ ନେଇ କେସିଆର ତିନି ନେତାଙ୍କ ସହିତ ବିସ୍ତୁତ ଆଲୋଚନା ମଧ୍ୟ କରିଛନ୍ତି। ଓଡିଶାରେ ବିଆରଏସ କୁ ସୁଦୃଢ କରିବା ପାଇଁ ଏମାନେ କେସିଆରଙ୍କୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଏହି ତିନି ନେତା ବିଜେପିରୁ କଣଠୋସା ହୋଇ ରହିଛନ୍ତି। ସେଥିପାଇଁ ସେମାନେ କେସିଆରଙ୍କ ସହିତ ହାତ ମିଳାଇ ପାରନ୍ତି ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପିଏଫଆଇ ର ୪୦ ଟି ସ୍ଥାନରେ ଚଢାଉ କଲା ଏନଆଇଏ, ଆନ୍ଧ୍ର ଏବଂ ତେଲେଙ୍ଗାନାରୁ ୪ ଅଟକ

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୪୦ ଟି ସ୍ଥାନରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବିରୋଧରେ ଚଢାଉ କରିଛି। ଏହି ସୂଚନା ପ୍ରଦାନ କରି ଜଣେ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବା ସହ ପିଏଫଆଇ ବିରୋଧରେ ଏହି ଚଢାଉ କରାଯାଇଛି।

ଏନଆଇଏ ମୁଖପାତ୍ର କହିଛନ୍ତି ଯେ, ତେଲେଙ୍ଗାନାର ୩୮ ଟି ସ୍ଥାନ ଏବଂ ଆନ୍ଧ୍ରପ୍ରଦେଶର ୨ ଟି ସ୍ଥାନରେ ହୋଇଥିବା ଚଢାଉ ସମୟରେ ଚାରି ଜଣଙ୍କୁ ପଚରାଉଚରା ପାଇଁ ହେପାଜତକୁ ନେଇଛି। ଏହି ଅଧିକାରୀ କହିଛନ୍ତି ଯେ, ଅପରେସନ୍ ସମୟରେ ଡିଜିଟାଲ୍ ଉପକରଣ, ଡକ୍ୟୁମେଣ୍ଟ୍, ଦୁଇଟି ଖଣ୍ଡା ଏବଂ ୮.୩୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି।

ଏହି ମାମଲା ପ୍ରଥମେ ତେଲେଙ୍ଗାନାର ନିଜାମାବାଦ ପୋଲିସ ଷ୍ଟେସନରେ ଜୁଲାଇ ୪ ତାରିଖରେ ପଞ୍ଜୀକୃତ ହୋଇଥିଲା ଏବଂ ରାଜ୍ୟ ପୋଲିସର ତଦନ୍ତ ବେଳେ ଚାରି ଅଭିଯୁକ୍ତ-ଅବଦୁଲ କାଦର, ଶେଖ ସାହାଦୁଲ୍ଲା, ମୋହଦ ଇମ୍ରାନ ଏବଂ ମହମ୍ମଦ ଅବଦୁଲ ମୋବିନଙ୍କୁ ଗିରଫ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଦଳ ଛାଡିଲେ ତେଲେଙ୍ଗାନାର କଂଗ୍ରେସ ନେତା: ରାହୁଲ ଗାନ୍ଧୀଙ୍କ ଉପରେ ଆଣିଲେ ଏଭଳି ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ଦଳର ପୂର୍ବତନ ରାଜ୍ୟସଭା ସାଂସଦ ତଥା ତେଲେଙ୍ଗାନା କଂଗ୍ରେସ ନେତା ଏମ.ଏ ଖାନ ଶନିବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ପାର୍ଟି ହାଇକମାଣ୍ଡକୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ, ଦଳ ପୁରୁଣା ସ୍ଥିତିକୁ ଫେରିବ ଏବଂ ପୁଣି ଥରେ ଦେଶକୁ ଆଗେଇ ନେବ ବୋଲି ଜନସାଧାରଣଙ୍କୁ ବିଶ୍ୱାସ ଦେବାରେ ବିଫଳ ହୋଇଛି।

ସେ କହିଛନ୍ତି ଯେ, “ଯେତେବେଳେ ଆପଣ ଦଳର ସଭାପତି ଭାବରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିଲେ, ସେତେବେଳେ ଆପଣ ପାର୍ଟିର ପରାମର୍ଶ ପ୍ରକ୍ରିୟାକୁ ଯତ୍ନର ସହ ଅନୁସରଣ କରୁଥିଲେ। ଆପଣ ବରିଷ୍ଠ ନେତାଙ୍କ ରାୟକୁ ସର୍ବୋଚ୍ଚ ମୂଲ୍ୟ ଦେଇଥିଲେ, ଯିଏ ଦଶନ୍ଧି ଧରି ଦଳ ପାଇଁ ନିଜକୁ ସମର୍ପିତ କରିଛନ୍ତି।” ଦଳ ଏପର୍ଯ୍ୟନ୍ତ ଦୃଢ ଏବଂ ଦେଶର ଉନ୍ନତି ପାଇଁ ଲଢିବାକୁ ସକ୍ଷମ। “ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଛାତ୍ର ଦିନରୁ ଦଳ ସହ ଜଡିତ ଥିଲେ।

ଖାନ କହିଛନ୍ତି ଯେ, “ବରିଷ୍ଠ ନେତାମାନେ ଦଳର ତୃଣମୂଳ ସ୍ତରର କର୍ମୀମାନଙ୍କୁ ପୁନର୍ବାର ଶକ୍ତି ଯୋଗାଇବା ପାଇଁ କୌଣସି ଉଦ୍ୟମ କରୁ ନ ଥିବାରୁ ବରିଷ୍ଠ ନେତାମାନେ ଦଳରୁ ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି। ରାଜୀବ ଏହା କରୁଥିଲେ। ଏଭଳି ପରିସ୍ଥିତିରେ ମୋତେ ଦଳଠାରୁ ଦୂରରେ ରଖିବା ବ୍ୟତୀତ ଅନ୍ୟ କୌଣସିବିକଳ୍ପ ନଥିଲା। ”

ଇସ୍ତଫା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଖାନ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦଳର କମିଟିରେ ଉପାଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିବା ଦିନଠାରୁ ଅବସ୍ଥା ଆହୁରି ଖରାପ ହୋଇଥିବାରୁ ସେ କଂଗ୍ରେସ ଛାଡିଛନ୍ତି। ସେ କହିଛନ୍ତି ଯେ, “ମୁଁ କଂଗ୍ରେସରୁ ଇସ୍ତଫା ଦେଇଥିଲି, କାରଣ ରାହୁଲ ଗାନ୍ଧୀ ଦଳର କମିଟିର ଉପ-ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କିଛି ଖରାପ ହେବାକୁ ଲାଗିଲା। ତାଙ୍କର ନିଜସ୍ୱ ଏକ ଭିନ୍ନ ଚିନ୍ତା ପ୍ରକ୍ରିୟା ଅଛି, ଯାହାକି ବ୍ଲକ ସ୍ତରରୁ ବୁଥ ସ୍ତର ପର୍ଯ୍ୟନ୍ତ କୌଣସି ସଦସ୍ୟଙ୍କ ସହିତ ମେଳ ଖାଉ ନାହିଁ। “

Categories
ଆଜିର ଖବର ଜାତୀୟ ଖବର

କେସିଆର ସରକାରକୁ ହଟାଇବା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି: ତେଲେଙ୍ଗାନାରେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ଏବଂ ମୁନୁଗୋଡେ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେପଟେ ତେଲେଙ୍ଗାନାର ନାଲଗୋଣ୍ଡା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, କେସିଆର ସରକାର ହଟାଇବାକୁ ସମୟ ଆସିଛି। ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ରାଜାଗୋପାଲ ରେଡ୍ଡୀ (ମୁନୁଗୁଡେଙ୍କ ବିଧାୟକ) ଙ୍କ ବିଜେପିରେ ଯୋଗଦେବା କେକେଆର ସରକାରକୁ ହଟାଇବାର ମୂଳଦୁଆ ପଡିଛି।

ଗୃହମନ୍ତ୍ରୀ ଅମିତ ଶାହା ତେଲେଙ୍ଗାନା ମୁଖମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କେସିଆର ଏବଂ କମ୍ପାନୀ ଏକ ପ୍ରତିଶ୍ରୁତି ଭଙ୍ଗ କମ୍ପାନୀ ଅଟେ। ସେ ତେଲେଙ୍ଗାନାର ପ୍ରତ୍ୟେକ ବେକାର ଯୁବକଙ୍କୁ ୩ ହଜାର ଟଙ୍କା ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ସେମାନେ ପ୍ରତ୍ୟେକ ଜିଲ୍ଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ନିର୍ମାଣ କରିବେ। ନାଲଗୋଣ୍ଡାରେ କ’ଣ ନିର୍ମାଣ କରାଯାଇଛି? ୨୦୧୪ ଠାରୁ ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ବନ୍ଦ ଅଛି, ଯଦି ନିଯୁକ୍ତି ଚାଲିଥାଏ ତେବେ ଏହା କେସିଆର ପରିବାର ମଧ୍ୟରେ ଚାଲିଥାଏ। ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ନିଯୁକ୍ତି ନାହିଁ।

‘କେସିଆର ସରକାର କୃଷକ ବିରୋଧୀ’:

ଏହା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେସିଆର କୃଷକ ବିରୋଧୀ। କେସିଆର ତେଲେଙ୍ଗାନାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଦେଉନାହାନ୍ତି। ଅନ୍ୟଥା ପ୍ରତ୍ୟେକ ଚାଷୀଙ୍କୁ ବନ୍ୟାରେ ବୀମା ମିଳିଥାନ୍ତା। କେସିଆର ସରକାର କୃଷକ ବିରୋଧୀ। ତେଲେଙ୍ଗାନା ସରକାର ଏମଏସପିରେ ଚାଷୀଙ୍କଠାରୁ ଚାଉଳ କିଣିବାକୁ ପ୍ରସ୍ତୁତ ନୁହଁନ୍ତି। ବିଜେପିକୁ ସରକାର କରିବାକୁ ସୁଯୋଗ ଦିଅନ୍ତୁ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତେଲେଙ୍ଗାନାରେ ବିଜେପି ସରକାର ପ୍ରତ୍ୟେକ ଚାଷୀଙ୍କ ପାଇଁ ଚାଉଳ କିଣିବାକୁ ପ୍ରତିଶୃତି ଦେଇଛନ୍ତି। ତେଲେଙ୍ଗାନାର ସର୍ବାଧିକ ମୁଦ୍ରାସ୍ଫୀତି ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଜୀ ଦୁଇଥର ପେଟ୍ରୋଲ ମୂଲ୍ୟ ହ୍ରାସ କରିଛନ୍ତି କିନ୍ତୁ ତେଲେଙ୍ଗାନା ସରକାର ଭାଟ୍ ହ୍ରାସ କରିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଦେଶର ସବୁଠାରୁ ମହଙ୍ଗା ପେଟ୍ରୋଲ ତେଲେଙ୍ଗାନାରେ ବିକ୍ରି ହେଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଜେପି ନେତା ଜ୍ଞାନେନ୍ଦ୍ର ପ୍ରସାଦଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ପୋଲିସ ତଦନ୍ତ ଜାରି

ହାଇଦ୍ରାବାଦ: ବିଜେପିର ତେଲେଙ୍ଗାନା ରାଜ୍ୟ ନେତା ଜ୍ଞାନେନ୍ଦ୍ର ପ୍ରସାଦଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ନିଜ ଘରେ ମିଳିଛି। ମୃତଦେହ ଫ୍ୟାନରୁ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ପ୍ରାଥମିକ ଅନୁସନ୍ଧାନରେ ପୋଲିସ ଏହାକୁ ଆତ୍ମହତ୍ୟା ମାମଲାରେ ଗ୍ରହଣ କରୁଛି। ପୋଲିସର ସୂଚନାନୁସାରେ, ସେରଲିଙ୍ଗମ୍ପଲ୍ଲୀ ନିର୍ବାଚନମଣ୍ଡଳୀରୁ ଦଳର ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଜ୍ଞାନେନ୍ଦ୍ର ପ୍ରସାଦ (୪୫) ତାଙ୍କ ପେଣ୍ଟହାଉସରେ ଥିବା ଏକ କୋଠରୀରେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ବ୍ୟକ୍ତିଗତ ସହାୟକ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଛନ୍ତି।

ବିଜେପି ନେତାଙ୍କ ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଏକ ମାସ ପୂର୍ବରୁ ଏକ ଦୁର୍ଘଟଣାରେ ଜ୍ଞାନେନ୍ଦ୍ର ପ୍ରସାଦଙ୍କ ଗୋଡ ଫ୍ୟାକ୍ଚର ହୋଇଯାଇଥିଲା। ପୋଲିସର ସୂଚନାନୁସାରେ, ସୋମବାର ସକାଳେ ଜ୍ଞାନେନ୍ଦ୍ର ପ୍ରସାଦ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଶୋଇବାକୁ ଯାଉଥିବାରୁ ତାଙ୍କୁ ବିବ୍ରତ ନକରିବାକୁ କହିଥିଲେ।

କିଛି ସମୟ ପରେ ଯେତେବେଳେ ଆସିଷ୍ଟାଣ୍ଟ ସେମାନଙ୍କୁ ଜଳଖିଆ ଦେବା ପାଇଁ କୋଠରୀକୁ ଯାଇ କବାଟ ବାଡେଇଲେ, କୌଣସି ପ୍ରତିକ୍ରିୟା ମିଳି ନଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଏହା ପରେ ଯେତେବେଳେ ବ୍ୟକ୍ତିଗତ ସହାୟକ ପ୍ରକୋଷ୍ଠର ଝରକା କାଚ ଭାଙ୍ଗିଥିଲେ, ସେତେବେଳେ ପ୍ରସାଦଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ବିଜେପି ନେତାଙ୍କ ମୃତଦେହକୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଛି ଯେଉଁଠାରେ ତାଙ୍କର ପୋଷ୍ଟମର୍ଟମ କରାଯିବ। ଏଥି ସହ ବିଜେପି ନେତାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଛି। ଅଧିକ ତଦନ୍ତ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର

ବିକ୍ଷୋଭକାରୀଙ୍କ ମୃତ୍ୟୁ ପାଇଁ କେନ୍ଦ୍ରକୁ ଦାୟୀ କଲେ କେସିଆର, ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ହାଇଦ୍ରାବାଦ: ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦରେ ଗତକାଲି ୧୯ ବର୍ଷିୟ ରାକେଶଙ୍କର ମୃତ୍ୟୁ ଘଟିଛି। ନୂତନ ସ୍ୱଳ୍ପକାଳୀନ ସାମରିକ ନିଯୁକ୍ତି ଅର୍ଥାତ୍ ଅଗ୍ନିପଥ ଯୋଜନାକୁ ବିରୋଧ କରି ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦୁର୍ବୃତ୍ତଙ୍କ ଉପରକୁ ପୋଲିସ ଗୁଳି ଚଳାଇବା ବେଳେ ଏହି ଘଟଣା ଘଟିଛି। ଏହି ସମୟରେ ପ୍ରାୟ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି।

କେସିଆର କାର୍ଯ୍ୟାଳୟ ଦ୍ଵାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ରେଳବାଇ ପୋଲିସର ଗୁଳି ବିନିମୟରେ ୱାରଙ୍ଗାଲର ବାସିନ୍ଦା ରାକେଶଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଘୋଷଣା କରିଛି ଯେ, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ଏବଂ ତାଙ୍କ ପରିବାରର ଜଣେ ସଦସ୍ୟ ସରକାରୀ ଚାକିରି ପାଇବେ।

ଏହି ପ୍ରତିବାଦରେ ନିହତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ କେନ୍ଦ୍ରର “ଭୁଲ ନୀତି” କୁ ମୁଖ୍ୟମନ୍ତ୍ରୀ କେସିଆର ଦାୟୀ କରିଛନ୍ତି ଏବଂ ତେଲେଙ୍ଗାନାର ପିଲାମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବେ ବୋଲି କହିଛନ୍ତି। ତେଲେଙ୍ଗାନା ମଧ୍ୟ ଦେଶର ଏକ ପ୍ରମୁଖ ରାଜ୍ୟ ଯେଉଁଠାରେ ପ୍ରତିରକ୍ଷା ସେବାରେ ନିଯୁକ୍ତି ପାଇଁ କେନ୍ଦ୍ର ଅଗ୍ନିପଥ ଯୋଜନା ଘୋଷଣା କରିବା ପରେ ଗତ କିଛି ଦିନ ମଧ୍ୟରେ ବିରୋଧ ତୀବ୍ର ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର

ତେଲଙ୍ଗାନାରେ ଆସିବ ବିଜେପି ସରକାର, ନିଜ ଅଭିଭାଷଣରେ ଏପରି ଦାବୀ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ହାଇଦ୍ରାବାଦ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ତେଲଙ୍ଗାନାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ। ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇଏସବି) ର 20 ତମ ବାର୍ଷିକ କାର୍ଯ୍ୟରେ ଯୋଗଦେବାକୁ ଏଠାରେ ଉପସ୍ଥିତ ଥିବା ଶ୍ରୀ ମୋଦୀଙ୍କୁ ବେଗମପେଟ୍ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ଏହି ସମୟରେ ରାଜ୍ୟ ବିଜେପି ନେତା ତଥା କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ବିଜେପି ତରଙ୍ଗ ଦେଖାଯାଉଛି।

ସେ କହିଛନ୍ତି ଯେ ରାଜ୍ୟବାସୀ ତାଙ୍କୁ ସମ୍ମାନ କରନ୍ତି ଏବଂ ତାଙ୍କର ପ୍ରେମ ଏବଂ ସମର୍ଥନ ହେଉଛି ତାଙ୍କର ବଡ ଶକ୍ତି। ସେ ରାଜ୍ୟର ଯୁବକମାନଙ୍କ ସହିତ ରାଜ୍ୟର ବିକାଶ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ଅଛନ୍ତି। ପାରିବାରିକ ରାଜନୀତିକୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ଏହା ଗଣତନ୍ତ୍ରର ସବୁଠାରୁ ବଡ ଶତ୍ରୁ। ସେ କହିଛନ୍ତି ଯେ ଯେତେବେଳେ ବିକାଶ ଆରମ୍ଭ ହୁଏ, ସେତେବେଳେ ପାରିବାରିକତାର ରାଜନୀତି ଶେଷ ହୁଏ।

ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ‘ବିକାଶ’ ଚାହୁଁଛି ବିଜେପି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିବା ସହ ସେ କହିଛନ୍ତି ଯେ ‘ପାରିବାରିକ ରାଜନୀତି ଯେତେବେଳେ ସରକାରକୁ ଆସେ ସେତେବେଳେ ଦଳ କେବଳ ନିଜ ବିକାଶ ବିଷୟରେ ଚିନ୍ତା କରେ। ଏହି ଦଳ ଗରିବ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ସେ କହିଛନ୍ତି ଯେ ପାରିବାରିକ ଦଳମାନେ ନିଜକୁ କ୍ଷମତାରେ ରଖିବା ଏବଂ ଲୁଟିବା ଉପରେ ଧ୍ୟାନ ଦିଅନ୍ତି।

“ଏହି ଲୋକମାନଙ୍କର ବିକାଶ ପ୍ରତି ଆଗ୍ରହ ନାହିଁ। ତେଲେଙ୍ଗାନାକୁ ‘ଟେକ୍ନୋଲୋଜି କେନ୍ଦ୍ର’ ଭାବରେ ବିକାଶ କରିବାକୁ ବିଜେପି ଚାହୁଁଛି। ସେ କହିଛନ୍ତି ଯେ ଆମେ ତେଲେଙ୍ଗାନାକୁ ଏକ ଉଚ୍ଚ ସ୍ତରକୁ ନେବାକୁ ଚାହୁଁଛୁ। ସେ କହିଛନ୍ତି, ‘ବର୍ତ୍ତମାନ ପରିବାରବାଦ ସରକାର ଗରିବଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ତେଲେଙ୍ଗାନାର ଲୋକମାନେ ଦେଖୁଛନ୍ତି ଯଦି ଗୋଟିଏ ପରିବାର କ୍ଷମତାରେ ରହେ ତେବେ କେତେ ଦୁର୍ନୀତିଗ୍ରସ୍ତ ହୋଇପାରେ।

ସେ କହିଛନ୍ତି, ‘ତେଲେଙ୍ଗାନା ଆନ୍ଦୋଳନ ବଳିଦାନରେ ପରିପୂର୍ଣ୍ଣ ଥିଲା। ହେଲେ ଏହି ବଳିଦାନ ଦିଆଯାଇନଥିଲା ଯେ, ଗୋଟିଏ ପରିବାର ତେଲେଙ୍ଗାନାର ସ୍ୱପ୍ନକୁ ଚୂର୍ଣ୍ଣ କରି ରଖନ୍ତି। ପାରିବାରିକତା ଭାରତର ଏକମାତ୍ର ରାଜନୈତିକ ସମସ୍ୟା ନୁହେଁ, ପାରିବାରିକତା ଏବଂ ଏଭଳି ଏକ ଦଳ ଯିଏ ଗଣତନ୍ତ୍ର ଏବଂ ଦେଶ ଯୁବକମାନଙ୍କର ସବୁଠାରୁ ବଡ଼ ଶତ୍ରୁ ।

ସେ କହିଛନ୍ତି ଯେ ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିବ। ତେଲେଙ୍ଗାନା ଗଠନ ପାଇଁ ହଜାର ହଜାର ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଛନ୍ତି ଯେ କେବଳ ଗୋଟିଏ ପରିବାର ପାଇଁ ରାଜ୍ୟ ତିଆରି କରାଯାଇ ନାହିଁ। ସେ କହିଛନ୍ତି ଯେ ଦଳ ଏହାର ମୌଳିକ ମନ୍ତ୍ର ‘ସାବକା ସାଥ, ସାବକା ବିକାଶ’ ଅନୁସରଣ କରୁଛି। ଗତ କିଛି ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ମୋଦୀ ରାଜ୍ୟ ଗସ୍ତ କରିଛନ୍ତି। ହେଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିନାହାଁନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗୋଟିଏ ଦିନ ପୂର୍ବରୁ କିଣିଥିଲେ ଇଲେକ୍ଟ୍ରିକ୍ ସ୍କୁଟର, ପରଦିନ ହେଲା ବିସ୍ଫୋରଣ, ଜଣେ ମୃତ, ଦୁଇ ଆହତ

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବେ ତେଲେଙ୍ଗାନାର ନିଜାମାବାଦର ଏକ ଘରେ ଏକ ବୈଦ୍ୟୁତିକ ସ୍କୁଟର ବ୍ୟାଟେରୀ ବିସ୍ଫୋରଣ ହୋଇ ନିଆଁ ଲାଗିଯିବା ପରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହା ପରେ Pure EV କମ୍ପାନୀ ଏହାର ୨୦୦୦ ଗାଡି ପ୍ରତ୍ୟାହାର କରିବାକୁ ଘୋଷଣା କରିଛି।

ଏବେ ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରର ଏକ ଘରେ ଗୋଟିଏ ଇଲେକ୍ଟ୍ରିକ୍ ମୋପେଡ୍ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଶିବ କୁମାର (୪୦) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ପୋଲିସର ସୂଚନାନୁସାରେ, ଶିବ କୁମାର ଶୁକ୍ରବାର ଦିନ ବୁମ ମୋଟର୍ସର କର୍ବେଟ ୧୪ ବୈଦ୍ୟୁତିକ ଗାଡି କିଣିଥିଲେ ଏବଂ ସେହି ରାତିରେ ଦୁର୍ଘଟଣା ଘଟିଥିଲା। ଶୁକ୍ରବାର ରାତି ପ୍ରାୟ ୧୦ ଟା ସମୟରେ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ଚାର୍ଜିଂ ଉପରେ ରଖାଯାଇଥିଲା। ଶନିବାର ଦିନ ଭୋର ପ୍ରାୟ ୩.୩୦ ସମୟରେ ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଯାଇ ଘର ସାରା ବ୍ୟାପି ଯାଇଥିଲା। ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି ଏବଂ ଅଗ୍ନିକାଣ୍ଡ ହେତୁ ଉଭୟ ଶିଶୁ ଆହତ ହୋଇଛନ୍ତି। ଘରର ସମସ୍ତ ଜିନିଷ ପାଉଁଶ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର

ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ବିମାନ ଦୁର୍ଘଟଣାଗ୍ରସ୍ତ, ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ: ଆଜି ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଏକ ଘରୋଇ ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାହାଜରେ ଜଣେ ତାଲିମପ୍ରାପ୍ତ ମହିଳା ପାଇଲଟଙ୍କ ମୃତ୍ୟୁ ଘଟିଛି। ପେଦାପୁର ଡିଭିଜନର ତୁଙ୍ଗାତୁରତୀ ଗାଁ ନିକଟରେ ଏହି ବିମାନ ଦୁର୍ଘଟଣା ଘଟିଛି। କ୍ଷେତରେ ଏକ ବଡ଼ ବିସ୍ଫୋରଣ ଏବଂ ନିଆଁ ଲାଗିବା ଦେଖି ଗ୍ରାମବାସୀମାନେ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସର ସୂଚନାନୁସାରେ, ବିମାନରେ ଥିବା ଜଣେ ମହିଳା ପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତାଲିମ ସମୟରେ କିଛି ତ୍ରୁଟି ଘଟିଥିଲା ବୋଲି କୁହାଯାଉଛି। ହେଲେ ଏହାର ଅନୁସନ୍ଧାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ରାମପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ସ୍ଥାନ ଭାବେ ମାନ୍ୟତା ଦେଲା ୟୁନେସ୍କୋ: କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୟୁନେସ୍କୋ ପକ୍ଷରୁ ତେଲେଙ୍ଗାନାର ୱାରଙ୍ଗାଲର ପାଲମପେଟରେ ଅବସ୍ଥିତ ରାମପ୍ପା ମନ୍ଦିରକୁ  ବିଶ୍ୱ ଐତିହ୍ୟ ସ୍ଥାନ ଭାବରେ ମାନ୍ୟତା ଦିଆଯାଇଛି। ରବିବାର ଦିନ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାମପ୍ପା ମନ୍ଦିର ୧୩ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏବଂ ଏହାର ସ୍ଥାପତ୍ୟ ରାମପ୍ପାଙ୍କ ନାମରେ ନାମିତ। ୨୦୧୯ ମସିହାରେ ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମାନ୍ୟତା ଦେବା ପାଇଁ ସରକାର ୟୁନେସ୍କୋକୁ ପ୍ରସ୍ତାବ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତେଲେଙ୍ଗାନାବାସୀଙ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ପ୍ରସିଦ୍ଧ କାକଟିଆ ରୁଦ୍ରଶ୍ୱର ମନ୍ଦିର ଅନ୍ତର୍ଭୁକ୍ତ କରିଥିବାରୁ ଅଭିନନ୍ଦନ ଜଣାଇବା ସହ ବ୍ୟକ୍ତିଗତ ଅଭିଜ୍ଞତା ପାଇଁ ଏହି ସ୍ଥାନ ପରିଦର୍ଶନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ମହାନ! ସମସ୍ତଙ୍କୁ, ବିଶେଷକରି ତେଲେଙ୍ଗାନାର ଲୋକଙ୍କୁ ଅଭିନନ୍ଦନ। ଚିତ୍ରକଳା ରାମପ୍ପା ମନ୍ଦିର ମହାନ କାକଟିଆ ରାଜବଂଶର ସୂକ୍ଷ୍ମ କାରିଗରୀ ପ୍ରଦର୍ଶନ କରେ। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ମହାନ୍ ମନ୍ଦିରର ପରିସର ପରିଦର୍ଶନ କରନ୍ତୁ ଏବଂ ଏହାର ମହାନତାର ଅନୁଭୂତି କରନ୍ତୁ। ”

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ନେଟବଲ ପ୍ରତିଯୋଗିତାରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର: ତେଲେଙ୍ଗାନାର ଖମାମଠାରେ ଥିବା ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମରେ ଗତ ୨୪ ତାରିଖରୁ ୩୩ତମ କନିଷ୍ଠ ଜାତୀୟ ନେଟବଲ (ବାଳକ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ଜୁନିୟର ଦଳ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆସାମ ଓ ଉତ୍ତର ପ୍ରଦଶେକୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଥିଲା। ହରିୟାଣା ସହ ସେମି ଫାଇନାଲ ଖେଳି ଓଡ଼ିଶା ଦଳ ତୃତୀୟ ସ୍ଥାନ ଅଧିକାର କରିଛି।

ଏଥିପାଇଁ ସର୍ଦ୍ଦାର ପଟେଲ ଷ୍ଟାଡ଼ିୟମରେ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ଦଳକୁ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶା ଦଳର ଏହି ବିଜୟ ପାଇଁ ରାଜ୍ୟ ନେଟବଲ ସଂଘ ପକ୍ଷରୁ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।