ବିଧାନସଭା ନିର୍ବାଚନ ଫଳାଫଳ: କଂଗ୍ରେସ ଉପରେ ବର୍ଷିଲେ ଗୁଲାମ ନବୀ ଆଜାଦ

Published: Dec 3, 2023, 4:12 pm IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାର ନିର୍ବାଚନ ଫଳାଫଳ ଉପରେ କଂଗ୍ରେସର ପୂର୍ବତନ ନେତା ତଥା ଡିପିଏପି ସଭାପତି ଗୁଲାମ ନବୀ ଆଜାଦ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରକୃତ ଚିତ୍ର ସନ୍ଧ୍ୟା ୭ ଟା ପରେ ଜଣା ପଡିବ।

ସେ କଂଗ୍ରେସ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ଆଜାଦ କହିଛନ୍ତି ଯେ, ମୁଁ ୨୦-୨୫ ଦିନ ମଧ୍ୟରେ ଗୋଟିଏ କଥା ଅନୁଭବ କଲି ଯେ, ଯେଉଁ କଂଗ୍ରେସ ସଂଖ୍ୟାଲଘୁମାନଙ୍କ ଚାମ୍ପିଅନ୍ କୁହାଯାଉଥିଲା, ସେହି କଂଗ୍ରେସ ସଂଖ୍ୟାଲଘୁମାନଙ୍କ ବିଷୟରେ ଚିନ୍ତା କରୁନାହିଁ। ବର୍ତ୍ତମାନ ସଂଖ୍ୟାଲଘୁମାନେ କଂଗ୍ରେସର ଏଜେଣ୍ଡାରେ ନାହାଁନ୍ତି।

ସେ କହିଛନ୍ତି ଯେ, “ବିଜେପି ସଂଖ୍ୟାଲଘୁମାନଙ୍କ ବିଷୟରେ କଦାପି କଥାବାର୍ତ୍ତା କରେ ନାହିଁ, କିନ୍ତୁ ସଂଖ୍ୟାଲଘୁମାନଙ୍କର ଚାମ୍ପିଅନ୍ ଭାବରେ ବିବେଚିତ ହୋଇଥିବା କଂଗ୍ରେସ ଏ ବିଷୟରେ କିଛି କହିନାହିଁ। ଓବିଶି ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା, କିନ୍ତୁ ସଂଖ୍ୟାଲଘୁମାନଙ୍କ ବିଷୟରେ ନୁହେଁ।

Related posts