Categories
ଆଜିର ଖବର ଜାତୀୟ ଖବର

ଯୁବ କଂଗ୍ରେସର ପ୍ରଦର୍ଶନରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ରୋଜଗାର ପ୍ରସଙ୍ଗରେ କେନ୍ଦ୍ରକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ଏବଂ ପେଗାସସ୍ ଗୁପ୍ତଚର ବିରୋଧରେ ଭାରତୀୟ ଯୁବ କଂଗ୍ରେସ ଆଜି ବିରୋଧ ପ୍ରଦର୍ଶନ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶର ସବୁଠାରୁ ବଡ ପ୍ରସଙ୍ଗ ହେଉଛି ରୋଜଗାର କିନ୍ତୁ ପିଏମ ମୋଦୀ ରୋଜଗାର ପ୍ରସଙ୍ଗରେ କିଛି କହୁ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିବର୍ଷ ୨ କୋଟି ଚାକିରୀ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଚାକିରୀ ଦେବା ବଦଳରେ ଲକ୍ଷ ଲକ୍ଷ ଯୁବକଙ୍କ ଚାକିରୀ ଚାଲିଯାଇଛି।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ନରେନ୍ଦ୍ର ମୋଦୀଙ୍କ କାମ ହେଉଛି ଭାରତର ସତ୍ୟକୁ ଦମନ କରିବା। ସେ ଏହି କାମ ଭାରତର ଦୁଇ-ତିନି ଶିଳ୍ପପତିଙ୍କ ପାଇଁ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଭାରତ ସରକାର ରୋଜଗାର ବିଷୟ ଆଲୋଚନାକୁ ଅନୁମତି ଦିଅନ୍ତି କି? ଭାରତ ସରକାର ଚାଷୀଙ୍କ ବିଷୟରେ କଥାବାର୍ତ୍ତା କରନ୍ତି କି? ବର୍ତ୍ତମାନ ଦିଲ୍ଲୀରେ ଏକ ଛୋଟ ଝିଅକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। କିନ୍ତୁ ଏହି ଖବର କୌଣସି ଗଣମାଧ୍ୟମରେ ଦେଖିଛନ୍ତି କି? ମୋଦୀଙ୍କ ଲକ୍ଷ୍ୟ ହେଉଛି ଭାରତର ଯୁବକଙ୍କ ସ୍ୱରକୁ ଦମନ କରିବା। କାରଣ ସେମାନେ ଜାଣନ୍ତି ଯେ ଯେଉଁ ଦିନ ଭାରତର ଯୁବକମାନେ ସତ୍ୟ କହିବା ଆରମ୍ଭ କରିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଶେଷ ହୋଇଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତୈଳ, ଗ୍ୟାସ ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ, ପୋଲିସ ସହ ଠେଲାପେଲା

ଭୁବନେଶ୍ୱର, ଆଜି ଅପରାହ୍ନରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସୀର ନୱାଜଙ୍କ ନେତୃତ୍ୱରେ ବର୍ଦ୍ଧିତ ତୈଳ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ପ୍ରତିବାଦ କରାଯାଇଥିଲା। ଏୟାରପୋର୍ଟ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପଦଯାତ୍ରା ହୋଇଥିଲା । ହସ୍ପିଟାଲ ଛକରେ ଛାତ୍ର କଂଗ୍ରେସ ନେତୃବୃନ୍ଦ ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ରାସ୍ତାରେ ବସି ବିକ୍ଷୋଭ କରିଥିଲେ । ଏଥିରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅନୁଲେଖା ବୋଷ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ୟାସୀର ନୱାଜ କହିଥିଲେ ଯେ ମୋଦିଙ୍କ ‘ଆଚ୍ଛାଦିନ’ ଓ ନବୀନଙ୍କ ‘ବିଜୁବାବୁଙ୍କ ସ୍ୱପ୍ନ’ର ବାସ୍ତବ ରୂପ ଏବେ ଦେଶ ଓ ରାଜ୍ୟବାସୀ ଦେଖୁଛନ୍ତି । ହାଣ୍ଡିଶାଳରେ ମହାଙ୍ଗା ମାଡ଼ । ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସର ଦରରେ ହିଟଲର ଶାସନର ପ୍ରତିଫଳନ ହୋଇଛି । ମୋଦି ଓ ନବୀନ ସାଧାରଣ ଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି ।

ମୋଦି ଓ ନବୀନଙ୍କ ଅମଳରେ ଓଡ଼ିଶାବାସୀଙ୍କ ଅବସ୍ଥା ରସାତଳଗାମୀ ହୋଇଛି । ଶ୍ରୀ ନୱାଜ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ଟୀକାକରଣ ପାଇଁ ଦାବି କରିଛନ୍ତି । ସୁଶ୍ରୀ ଅନୁଲେଖା ବୋଷା କହିଛନ୍ତି ଯେ ମୋଦି ଓ ନବୀନଙ୍କ ରାଜତ୍ୱରେ ଓଡ଼ିଶାର ଜନସାଧାରଣ ଅତିଷ୍ଠ । ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସର ଦର ବୃଦ୍ଧି ବିରୁଦ୍ଧରେ ନବୀନ ବାବୁ ମୁହଁ ଖୋଲୁ ନାହାଁନ୍ତି । ତେଲ ଦର ଲିଟର ପିଛା ୪୦ ଟଙ୍କା ହେବା ଉଚିତ୍ ବୋଲି ବିଜେପି ସାଂସଦ ସୁବ୍ରମନ୍ୟମ ସ୍ୱାମୀ ଗଣମାଧ୍ୟମକୁ କହିଛନ୍ତି ।

କଂଗ୍ରେସ ଅମଳରେ ତେଲ ଦର ଟଙ୍କଟେ ବଢିଲେ ବିଜେଡ଼ି ରାଜରାସ୍ତାରେ ଚିତ୍କାର କରେ, ଆଜି ଚୁପ୍ କାହିଁକି? ବିଜୁ ଛାତ୍ର ଜନତା ଗରୀବ ଜନସାଧାରଣଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରେନି । କରୋନା ସମୟରେ ଲୋକ ବରୋଜଗାର ହେଉଥିବା ବେଳେ ନବୀନ-ମୋଦି ଦର ଦାମ୍ ବୃଦ୍ଧି କରି ଲୋକଙ୍କୁ ଲୁଟୁଛନ୍ତି । ଛାତ୍ର କଂଗ୍ରେସ ଏହା ବିରୁଦ୍ଧରେ ଧାରାବାହିକ ଆନ୍ଦୋଳନ କରିବ ।

ଏହି କାର୍ଯ୍ୟକ୍ରମରେ ଜାତୀୟ ସଂଯୋଜକ ଆଦିତ୍ୟ ଚୌଧୁରୀ, ନିହାର ବେହେରା, ସୁନିଲ ମାଟିଆ, ପ୍ରୀତମ ପରିଜା, ନିରଞ୍ଜନ ଦାସ, ସାଗର ପଟ୍ଟନାୟକ, ବାବୁ ଜେନା, ଅବିନାଶ ନନ୍ଦ, କାର୍ତ୍ତିକ କାଣ୍ଡି, ଅଭିରାମ ଗୌଡ଼, ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଅଖିଳେଶ ଯାଦବ, ଶ୍ରୀ ମହାନ୍ତି, ଦେବବ୍ରତ ମହାନ୍ତି, ନିତେସ ବେହେରା, ବାଦଲ ମହାନ୍ତି, ଅଜିତ ବାରିକ, ସୂର୍ଯ୍ୟକାନ୍ତ ସାହୁ, ଶାହାରୁଖ ଖାନ, ରଣଜିତ ସେନାପତି, ପ୍ରତ୍ୟୁରଞ୍ଜନ ପ୍ରଧାନ, ଶିବଶକ୍ତି ଡ଼ିଗାଲ, ସମିଉଲ ହକ୍ ଓ ସନ୍ଦିପ ରାଉତରାୟ ପ୍ରମୁଖ ବହୁ ଛାତ୍ରନେତା ଅଂଶଗ୍ରହଣ
କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତୈଳ ଦର ବୃଦ୍ଧି ପ୍ରତିବାଦରେ ଥାଳି ଘଣ୍ଟ ବାଡେଇ କଂଗ୍ରେସ କରିବ ପ୍ରତିବାଦ

ଭୁବନେଶ୍ବର, ତୈଳ ଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଉଭୟ ସରକାରଙ୍କ କୃଷକ ମାରଣ ନୀତି କୁ ବିରୋଧ କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ଦାଶ ଓ ପ୍ରଦେଶ ଛାତ୍ର କଂଗ୍ରେସର ମିଳିତ ସହଯୋଗରେ କଂଗ୍ରେସ ନେତୃବୃନ୍ଦ ଆସନ୍ତାକାଲି ୭ ତାରିଖ ସକାଳ ୧୦ ଘଣ୍ଟା ୩୦ ମିନିଟ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ଥାଳି ଓ ଘଣ୍ଟ ବାଡେଇ ପ୍ରତିବାଦ କରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ତୈଳ ଦର ବୃଦ୍ଧି ପ୍ରସଙ୍ଗ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦେଶରେ ତୈଳ ଦର ହୁହୁ ହୋଇ ବଢି ଚାଲିଛି। ଏନେଇ ଦେଶର ଅନେକ ସ୍ଥାନରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରାଯାଉଛି। ସେହିଭଳି ରାଜ୍ୟରେ ମଧ୍ୟ ପ୍ରିମିୟମ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଆଜି ମାଲକାନଗିରିରେ ୧୦୦ ଟଙ୍କା ୩ ପଇସାକୁ ପ୍ରିମିୟମ ପେଟ୍ରୋଲ ଦର ସ୍ପର୍ଶ କରିଛି। ଏନେଇ ରାଜ୍ୟରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି କଂଗ୍ରେସ ବିଧାୟକ ଏହି ପ୍ରସଙ୍ଗରେ ବିରୋଧ କରିବା ସହ ସାଇକେଲ ମାଧ୍ୟମରେ ବିଧାନସଭାକୁ ଯାଇଛନ୍ତି।

ତେବେ ଏହି ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତୈଳ ଦର ବୃଦ୍ଧି ଏକ ସାମୟିକ। ସ୍ଥିତି ଶୀଘ୍ର ସ୍ୱାଭାବିକ ହେବ। ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ତୈଳ ଦର ବୃଦ୍ଧି ହୋଇଛି। ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ପଡ଼ିଛି। ଏହାସହ ଶ୍ରୀ ପ୍ରଧାନ କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କଲେ, ଲୋକଙ୍କୁ ଏଥିରେ ଲାଭ ମିଳିବ। ଜିଏସଟି କାଉନ୍ସିଲ ଏହା ଉପରେ ନିଷ୍ପତ୍ତି ନେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।