ତୈଳ ଦର ବୃଦ୍ଧି ପ୍ରସଙ୍ଗ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଲେ ପ୍ରତିକ୍ରିୟା

Published: Feb 23, 2021, 1:41 pm IST
ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ତୈଳ ଦର ହୁହୁ ହୋଇ ବଢି ଚାଲିଛି। ଏନେଇ ଦେଶର ଅନେକ ସ୍ଥାନରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରାଯାଉଛି। ସେହିଭଳି ରାଜ୍ୟରେ ମଧ୍ୟ ପ୍ରିମିୟମ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଆଜି ମାଲକାନଗିରିରେ ୧୦୦ ଟଙ୍କା ୩ ପଇସାକୁ ପ୍ରିମିୟମ ପେଟ୍ରୋଲ ଦର ସ୍ପର୍ଶ କରିଛି। ଏନେଇ ରାଜ୍ୟରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି କଂଗ୍ରେସ ବିଧାୟକ ଏହି ପ୍ରସଙ୍ଗରେ ବିରୋଧ କରିବା ସହ ସାଇକେଲ ମାଧ୍ୟମରେ ବିଧାନସଭାକୁ ଯାଇଛନ୍ତି।

ତେବେ ଏହି ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତୈଳ ଦର ବୃଦ୍ଧି ଏକ ସାମୟିକ। ସ୍ଥିତି ଶୀଘ୍ର ସ୍ୱାଭାବିକ ହେବ। ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ତୈଳ ଦର ବୃଦ୍ଧି ହୋଇଛି। ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ପଡ଼ିଛି। ଏହାସହ ଶ୍ରୀ ପ୍ରଧାନ କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କଲେ, ଲୋକଙ୍କୁ ଏଥିରେ ଲାଭ ମିଳିବ। ଜିଏସଟି କାଉନ୍ସିଲ ଏହା ଉପରେ ନିଷ୍ପତ୍ତି ନେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Related posts