Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: “ମନ କି ବାତ”ରେ ପେଟ୍ରୋଲ କଥା କୁହନ୍ତୁ ମୋଦୀ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତୈଳ ଦରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରିଦେଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ଏହାସହ “ମନ କି ବାତ” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଏବଂ ଟୀକା ବିଷୟରେ କହିବା ଆବଶ୍ୟକ ବୋଲି ମମତା କହିଛନ୍ତି। ବବୁଲ ସୁପ୍ରିୟୋଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ହଟାଯିବା ପରେ ମମତା କହିଛନ୍ତି ଯେ, ୨୦୨୪ ପୂର୍ବରୁ ବିଜେପି ପରାଜିତକୁ ମାନିନେଇଛି।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟର ସମସ୍ୟା ଉପରେ ଦେଇଥିବା ଚିଠିକୁ ନେଇ ପ୍ରଧାନମନ୍ତ୍ରୀ ଏଯାଏଁ କୌଣସି ଉତ୍ତର ଦେଇନାହାନ୍ତି। ରାଜ୍ୟପାଳ ଜଗଦୀପ ଧନଖଡକୁ ହଟାଇବା ପାଇଁ କହିଥିଲେ ମଧ୍ୟ ତାହା ଶୁଣାଯାଉନି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୁଣିଥରେ ବଢିଲା ବସ୍ ଭଡ଼ା: ଜାଣନ୍ତୁ ପୂର୍ବରୁ କେତେ ଥିଲା ଏବଂ ଏବେ ହେଲା କେତେ

ଭୁବନେଶ୍ବର: ରାଜ୍ୟରେ ପୁଣିଥରେ ବସ୍ ଭଡ଼ାରେ ବୃଦ୍ଧି ହୋଇଛି। ତୈଳ ଦର ବଢୁଥିବାରୁ ବସ୍ ଭଡ଼ାରେ ବୃଦ୍ଧି ପାଇଥିବା କୁହାଯାଇଛି।

ତେବେ ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଛି। ପୂର୍ବରୁ ସାଧାରଣ ବସ୍ ଭଡା ଥିଲା ୮୦ ପଇସା। ଏବେ ଏହା ବୃଦ୍ଧି ପାଇ ୮୫ ପଇସା ହେଲା। ସେହିଭଳି ଏକ୍ସପ୍ରେସ ବସ ଭଡା ଆଗରୁ ଥିଲା ୮୪ ପଇସା ଏବଂ ଏବେ ଏହା ୮୯ ପଇସା ହେଲା।

ସେହିଭଳି ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦ ପଇସାକୁ ବୃଦ୍ଧି କରାଯାଇଛି।  ଡିଲକ୍ସ ବସ ଭଡା ପୂର୍ବରୁ ୧.୧୧ ପଇସା ଥିଲା ଓ ଏବେ ୧.୨୧ ପଇସା ହେଲା। ଏସି ବସ ଭଡା ୧.୩୯ ପଇସା ଥିଲା ଏବଂ ଏବେ ହେଲା ୧.୪୯ ପଇସା। ସୁପର ପ୍ରିମିୟର ବସ ଭଡା ୨.୧୭ରୁ ୨.୩୨ ପଇସା ହୋଇଛି। ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ବ୍ୟବସାୟ

22 ଦିନ ଲଗାତର ବୃଦ୍ଧି ପରେ ତୈଳ ଦର 4ଦିନ ହେଲା ଅପରିବର୍ତ୍ତିତ

 

ନୂଆଦିଲ୍ଲୀ, ତୈଳ ଦର ବୃଦ୍ଧିରେ ବିରତି। ବିଗତ 27 ଦିନ ମଧ୍ୟରୁ 22 ଦିନ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢିବା ପରେ ଏବେ ଚାରିଦିନ ହେଲା ଏଥିରେ ବିରାମ ଲାଗିଛି । ତୈଳ କମ୍ପାନିଗୁଡ଼ିକ ଗତ ତିନି ଦିନ ପରି ଆଜି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରଖିଛନ୍ତି । ଶୁକ୍ରବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 80 ଟଙ୍କା 43 ପଇସା ଏବଂ ଡିଜେଲ ଦର ଲିଟର ପିଛା 80 ଟଙ୍କା 53 ପଇସା ରହିଛି । ଯଦି ଅନ୍ତର୍ଜାତୀୟ ବଜାରରେ ଦର କମ୍ ରହେ, ତେବେ ଆଗାମୀ ଦିନରେ ତୈଳ ଦର କମିବାର ସମ୍ଭାବନା ରହିଛି ।  ଜୁନ୍ 7 ତାରିଖ ପରଠାରୁ 22 ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା 9 ଟଙ୍କା 17 ପଇସା ଏବଂ ଡିଜେଲ ଦର 11ଟଙ୍କା 14 ପଇସା ବଢିଛି । (ଏଜେନସୀ)