22 ଦିନ ଲଗାତର ବୃଦ୍ଧି ପରେ ତୈଳ ଦର 4ଦିନ ହେଲା ଅପରିବର୍ତ୍ତିତ

Published: Jul 3, 2020, 4:41 pm IST

 

ନୂଆଦିଲ୍ଲୀ, ତୈଳ ଦର ବୃଦ୍ଧିରେ ବିରତି। ବିଗତ 27 ଦିନ ମଧ୍ୟରୁ 22 ଦିନ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢିବା ପରେ ଏବେ ଚାରିଦିନ ହେଲା ଏଥିରେ ବିରାମ ଲାଗିଛି । ତୈଳ କମ୍ପାନିଗୁଡ଼ିକ ଗତ ତିନି ଦିନ ପରି ଆଜି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରଖିଛନ୍ତି । ଶୁକ୍ରବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 80 ଟଙ୍କା 43 ପଇସା ଏବଂ ଡିଜେଲ ଦର ଲିଟର ପିଛା 80 ଟଙ୍କା 53 ପଇସା ରହିଛି । ଯଦି ଅନ୍ତର୍ଜାତୀୟ ବଜାରରେ ଦର କମ୍ ରହେ, ତେବେ ଆଗାମୀ ଦିନରେ ତୈଳ ଦର କମିବାର ସମ୍ଭାବନା ରହିଛି ।  ଜୁନ୍ 7 ତାରିଖ ପରଠାରୁ 22 ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା 9 ଟଙ୍କା 17 ପଇସା ଏବଂ ଡିଜେଲ ଦର 11ଟଙ୍କା 14 ପଇସା ବଢିଛି । (ଏଜେନସୀ)

 

Related posts