Categories
ଆଜିର ଖବର ରାଜ୍ୟ ଖବର

ଶିମିଳିପାଳ ଅଭୟାରଣ୍ୟରେ ଥମୁନି ନିଆଁ: ରାତିରେ ଲାଲବର୍ଣ୍ଣ ଧାରଣ କରୁଛି ଜଙ୍ଗଲ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ସପ୍ତାହ ଧରି ଲାଗିଛି ନିଆଁ। ପ୍ରଶାସନ ପକ୍ଷରୁ ନିଆଁ ନିୟନ୍ତ୍ରଣାଧିନ ବୋଲି କୁହାଯାଉଥିଲେ ସୁଦ୍ଧା ବାସ୍ତବ ଚିତ୍ର କିଛି ଭିନ୍ନ ରହିଥିବା ଦେଖିବାକୁ ମିଳୁଛି। ରାତିରେ ଜଙ୍ଗଲ ଲାଲବର୍ଣ୍ଣ ଧାରଣ କରୁଥିବା ଏବଂ ପାହାଡ଼ ଉପରେ ଥିବା ଜଙ୍ଗଲରେ ନିଆଁ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯାହାକି ସାଧାରଣରେ ପାହାଡ଼ ଏକ ଲାଲ ରଙ୍ଗର ମାଳା ପରିଧାନ କରିଥିବାର ଭ୍ରମ ସୃଷ୍ଟି କରୁଛି।

ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରୀ ରହିଥିବା ନେଇ ସୂଚନା ମିଳିଛି। ଏହି ନିଆଁ ଲିଭା କାର୍ଯ୍ୟରେ ୫ଟି ଅଗ୍ନିଶମ ଟିମ୍ ତଥା ହଜାରେରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ ରହିଛନ୍ତି। ୨୧୦ଟି ବ୍ଲୋୟର ମେସିନ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି। ନିଆଁ ବ୍ୟାପୀବାକୁ କିପରି ରୋକାଯାଇପାରିବ ସେନେଇ ଫାୟାର ଲାଇନିଂ କରାଯାଉଛି, ଯାହାଦ୍ୱାରା କି ନିଆଁ ଆଉ ଆଗକୁ ମାଡି ପାରିବ ନାହିଁ ବୋଲି ସୂଚନା ଦିଆଯାଇଛି।