Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୋମାମାଡ କରି ଦାଦା ବଟି ମାଗିବା ଅଭିଯୋଗରେ ୪ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କେ ନୁଆଁଗାଁ ଥାନା ପୋଲିସ ଜଣେ ବାଳ ଅପରାଧୀ ସହ ୪ ଅପରାଧୀ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିକାଶ ବେହେରା, କାଳିଆ ସେଠୀ, ଅଜିତ୍ ସେଠୀ ଓ ଆଦିତ୍ୟ ନାୟକ ବୋଲି ପୋଲିସ ଠାରୁ ପ୍ରକାଶ।

ସୁଚନା ଅନୁଯାୟୀ, ଦିଗପହଣ୍ଡି ଠାରୁ ପେଣ୍ଡୁରାବାଡି ପର୍ଯ୍ୟନ୍ତ ରାସ୍ତା କାମ ନେଇଥିବା ଠିକାଦାର ମଙ୍ଗଳୁ ପାତ୍ରଙ୍କୁ ଅଭିଯୁକ୍ତ ମାନେ ଫୋନ୍ ଯୋଗେ ୩୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ ଓ ସେଠାରେ ଉପସ୍ଥିତ ଥିବା ଠିକା ସଂସ୍ଥାର ସୁପରଭାଇଜର ରଞ୍ଜନ ପଣ୍ଡା ଆପତ୍ତି କରିବାରୁ ଅଭିଯୁକ୍ତ ମାନେ ରଞ୍ଜନ ଉପରକୁ ଦୁଇଟି ବୋମାମାଡ କରି ନଗଦ ୧୦ ହଜାର ଟଙ୍କା ଓ ଗୋଟିଏ ସୁନା ମୁଦି ନେଇ ପଳାଇଥିଲେ।

ଏହି ଘଟଣାକୁ ନେଇ ରଞ୍ଜନ କେ ନୁଆଁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏତଲା ନଂ ୩୬୩/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଆଜି ଉକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ବାଳ ଅପରାଧୀ ଜଣକୁ ଜୁଭେନାଇଲ୍ ଅଦାଲତ ରେ ହାଜର କରାଯାଇଥିଲା।

ଅଦାଲତ ଜଜ୍ ଙ୍କ ନିର୍ଦ୍ଦେଶନାରେ ତାକୁ ବାଳସୁଧାର ଗ୍ରୁହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଦୁଇଟି ମୋଟରସାଇକେଲରେ, ଦୁଇଟି ଖଣ୍ଡା, ଗୋଟିଏ ସୁନା ମୁଦି ଓ ନଗଦ ୪.୫୦୦ ଟଙ୍କା ଜବତ କରିଛନ୍ତି।