Categories
ଆଞ୍ଚଳିକ

ଦାଶକାଠିଆ ମାଧ୍ୟମରେ ଜଙ୍ଗଲରେ ନିଆଁ ନ ଲାଗିବା ସଚେତନତା କାର୍ଯ୍ୟକ୍ରମ

କନ୍ଦର୍ପ ବେହେରା
ରେଢାଖୋଲ: ରାଜ୍ୟର ବିଭିନ୍ନ ଅଂଚଳରେ ବର୍ତ୍ତମାନ ନିଆଁ ଲାଗିବା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲରେ କିପରି ନିଆଁ ନ ଲାଗିବ ସେ ସଂପର୍କରେ ଖଲାଶୁଣି ରେଞ୍ଜ ଅଂଚଳରେ ଏକ ଦାଶକାଠିଆ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାମରା ଡିଭିଜନ୍ ଖଲାଶୁଣି ରେଞ୍ଜ ଅଧିନସ୍ଥ ରଙ୍ଗିଆଟିକିରା, କୁହ୍ଲିଆନାଳି, ଗିରିଶ୍ଚନ୍ଦ୍ରପୁର, ଦଣ୍ଡାଢିପ, ପୋଡାଖୁଳ, ମହୁଲପାଲି, ହିକପାଲି ଆଦି ଗ୍ରାମ ଗୁଡିକରେ ଦାଶକାଠିଆ ମାଧ୍ୟମରେ ଜଙ୍ଗଲରେ କିପରି ନିଆଁ ନ ଲାଗିବ ସେ ସଂପର୍କରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବନବିଭାଗ ତରଫରୁ ଏଭଳି ପ୍ରୟାସ ଯୋଗୁଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଉଥିବା ଜଣା ପଡିଛି। ଜଙ୍ଗଲରେ ନିଆଁ ଲାଗିଲେ ପରିବେଶ ତଥା ଜୀବ ଜନ୍ତୁମାନଙ୍କ ଉପରେ କି ପ୍ରକାର ପ୍ରଭାବ ପଡୁଛି ସେ ସଂପର୍କରେ ଦାଶକାଠିଆ ମାଧ୍ୟମରେ ସଚେତନତା କରାଯାଉଛି। ଆଗାମୀ ଦିନରେ ବାମରା ଡିଭିଜନ ତରଫରୁ ବିଭିନ୍ନ ଗ୍ରାମକୁ ଯାଇ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବନବିଭାଗ ପ୍ରକାଶ କରିଛି।

ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଦାଶକାଠିଆ କଳାକାରମାନଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ଅଭିଭୁତ କରିପକାଉଛି। ବନବିଭାଗ କର୍ମଚାରୀମାନେ ଏହି ଦାଶକାଠିଆ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରେଞ୍ଜ ଅଧିକାରୀ ରବିନ୍ କିସକୋ , ଅନୁରାଧା ଖରସେଲ୍ ତଥା ବନବିଭାଗର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।