Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଦିଲ୍ଲୀରୁ ଦୋହା ଯାଉଥିବା ବିମାନଟି କରାଚିରେ କଲା ଜରୁରୀକାଳିନ ଅବତରଣ, ସାହାଯ୍ୟ ମାଗିଲେ ଯାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୋହା ଅଭିମୁଖେ ଏକ କତର ଏୟାରୱେଜ୍ ବିମାନ ପାକିସ୍ତାନର କରାଚିରେ ଜରୁରୀକାଳିନ ଅବତରଣ କରିଛି। ଗଣମାଧ୍ୟମ ଅନୁଯାୟୀ 100 ରୁ ଅଧିକ ଯାତ୍ରୀ QR579579 ବିମାନରେ ଯାତ୍ରା କରୁଥିଲେ। ବୈଷୟିକ ତ୍ରୁଟି କାରଣରୁ ଏହି ବିମାନର ମାର୍ଗ ବଦଳାଯାଇଥିଲା ଏବଂ କରାଚି ବିମାନ ବନ୍ଦରରେ ଏହାର ଅବତରଣ କରାଯାଇଥିଲା।

ଜଣେ ହୃଦ୍‌ରୋଗ ବିଶେଷଜ୍ଞ ଏହି ବିଷୟରେ ଟୁଇଟ୍ କରି ସାହାଯ୍ୟ ଲୋଡିଥିଲେ। ସମୀର ଗୁପ୍ତା ନାମକ ଏହି ଯାତ୍ରୀ ଟ୍ୱିଟ୍ କରି ଲେଖିଥିଲେ ଯେ, ଦିଲ୍ଲୀ-ଦୋହା ବିମାନଟିକୁ କରାଚିରେ ଡାଇଭର୍ଟ କରାଯାଇଛି, “QR579 ର ସ୍ଥିତି କ’ଣ? କୌଣସି ସୂଚନା ଦିଆଯାଉ ନାହିଁ।  ଯାତ୍ରୀଙ୍କୁ ଖାଦ୍ୟ କିମ୍ବା ଜଳ ଯୋଗାଇ ଦିଆଯାଉ ନାହିଁ। କଷ୍ଟମର କେୟାର ନମ୍ବରକୁ ଜଣାନାହିଁ, ଦୟାକରି ସାହାଯ୍ୟ କରନ୍ତୁ।”