Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: କୂଅରେ ପଡି ଯୁବତୀ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୂଅରେ ପଡି ଜନୈକ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀଙ୍କ ନାମ ଆସମା ବେଗମ୍ (୨୩) ବୋଲି ଜଣାପଡିଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଦୀକ୍ଷିତ ପଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଯୁବତୀ ଜଣକ ନିଜ ବାଡି ପଟ କୂଅରେ ପାଣି କାଢୁଥିବା ବେଳେ ଅକସ୍ମାତ କୂଅ ମଧ୍ୟକୁ ଖସି ପଡିଥିଲେ। ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ପରିବାର ଲୋକେ ଝିଅକୁ ପାଇନଥିଲେ। ତେବେ କିଛି ସମୟ ପରେ ଯୁବତୀଙ୍କୁ କୂଅ ଭିତରେ ପଡିଯାଇଥିବାର ପରିବାର ଲୋକ ଦେଖିଥିଲେ। ତେଣୁ ପରିବାର ଲୋକେ ତୁରନ୍ତ ଟାଙ୍ଗୀ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ। ଅଗ୍ନିଶମ ବାହୀନିର ଜବାନ ମାନେ ଘଟଣା ସ୍ଥଳରେ ପହଂଚି ଯୁବତୀଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଙ୍ଗୀ ଥାନା ପୋଲିସ୍ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।