Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: ୱେଷ୍ଟଇଣ୍ଡିଜ୍ କୁ ସୁପର ଓଭରରେ ହରାଇଲା ନେଦରଲ୍ୟାଣ୍ଡ

ନୂଆଦିଲ୍ଲୀ: ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନେଦରଲ୍ୟାଣ୍ଡ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଶାଇ ହୋପଙ୍କ ୱେଷ୍ଟଇଣ୍ଡିଜ୍ ଦଳକୁ ସୁପର ଓଭରରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୫୦ ଓଭରରେ ୬ ୱିକେଟ୍ ହରାଇ ୩୭୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ ୫୦ ଓଭରରେ ୯ ୱିକେଟ୍ ହରାଇ ୩୭୪ ରନ୍ ସଂଗ୍ରହ କରିପାରିଥିଲା। ଏହିପରି ମ୍ୟାଚ୍ ଟାଇ ହୋଇଥିଲା। ଏହା ପରେ ନେଦରଲ୍ୟାଣ୍ଡ ସୁପର ଓଭରରେ ବ୍ୟାଟିଂ କରିବାକୁ ବାହାରି ୬ ବଲରେ ୩୦ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ କୁ ମ୍ୟାଚ୍ ଜିତିବା ପାଇଁ ୬ ବଲରୁ ୩୧ ରନ୍ ଆବଶ୍ୟକ ଥିଲା।

ସୁପର ଓଭରରେ ଜେସନ୍ ହୋଲ୍ଡରଙ୍କ ବିପକ୍ଷରେ ନେଦରଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ଲୋଗାନ୍ ୱାନ୍ ବିକ ୩୦ ରନ୍ କରିଥିଲେ। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ଦଳ ୫ ଟି ବଲରେ ମାତ୍ର ରନ୍ ସ୍କୋର କରିବା ପରେ ୱିକେଟ ହରାଇଥିଲା। ଏହିପରି ନେଦରଲ୍ୟାଣ୍ଡ ମ୍ୟାଚ୍ ଜିତିଲା। ଏହାପୂର୍ବରୁ ନିକୋଲାସ ପୁରାନ୍ ୱେଷ୍ଟଇଣ୍ଡିଜ୍ ପାଇଁ ଏକ ସୁନ୍ଦର ଶତକୀୟ ପାଳି ଖେଳିଥିଲେ। ନିକୋଲାସ ପୁରାନ୍ ୯ ଚୌକା ଓ ୬ ଛକା ସହାୟତାରେ ୧୦୪ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ବ୍ରେଣ୍ଡନ୍ କିଙ୍ଗ ୭୬ ରନ୍ ସଂଗ୍ରହ କରିଥିଲେ। ଜନସନ ଚାର୍ଲ୍ସ ୫୪ ରନ୍‌ର ପାଳି ଖେଳିଥିଲେ। ନେଦରଲ୍ୟାଣ୍ଡ ପାଇଁ ବସ୍ ଡି ଲିଡ ଏବଂ ସାକିବ ଜୁଲଫିକର ୨-୨ ୱିକେଟ୍ ନେଇଥିଲେ।

ୱେଷ୍ଟଇଣ୍ଡିଜ୍‌ର ୩୭୪ ରନ୍‌ର ଜବାବରେ ନେଦରଲ୍ୟାଣ୍ଡ ଦଳ ଏକ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ ନେଦରଲ୍ୟାଣ୍ଡ ଓପନର୍ ୭୬ ରନ୍ ଯୋଡିଥିଲେ। ଯଦିଓ ୩୦ ତମ ଓଭରରେ ୧୭୦ ରନ୍ ରେ ଡଚ୍ ଦଳ ୪ ୱିକେଟ୍ ହରାଇ ସଂଘର୍ଷ କରୁଥିଲା, କିନ୍ତୁ ଏହା ପରେ ତେଜା ନିଦାମାନୁରୁ ଅଧିନାୟକ ସ୍କଟ୍ ଏଡୱାର୍ଡସଙ୍କ ମଧ୍ୟରେ ୧୪୩ ରନ୍ ଭାଗିଦାରୀ କରିଥିଲେ। ତେଜା ନିଡାମନୁରୁ ୧୧୧ ରନ୍ ର ଜବରଦସ୍ତ ଇନିଂସ ଖେଳିଥିଲେ। କ୍ୟାପଟେନ୍ ସ୍କଟ୍ ଏଡୱାର୍ଡସ୍ ୬୭ ରନ୍ କରିଥିଲେ। ଏହା ପରେ ଲୋଗାନ୍ ଭାନ୍ ବିକ ୨୮ ରନ୍ ର ଏକ ଇନିଂସ ଖେଳି ବାକି କାମ ସମାପ୍ତ କରିଥିଲେ।