Categories
ଆଜିର ଖବର ଆଞ୍ଚଳିକ

ଢିଙ୍କିଆରେ ବଜ୍ରପାତ, ଦୁଇ ବଖରା ଭସ୍ମ

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: ଆଜି ଅପରାହ୍ନ ୧ ଟା ୩୦ ମିନିଟ୍‌ରେ ଢଙ୍କିଆ ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମ ଧରାଶ ପାଟଣାପଡାରେ ଦୁଇ ବଖରା ଚାଳଘର ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର ଛବିନ୍ଦ୍ର ଦଳାଇ, ପିତା-ବିଶ୍ବାନାଥ ଦଳାଇଙ୍କ ଦୁଇ ବଖରା ଚାଳ ଘରେ ଉପରେ ବଜ୍ରପାତ ପଡି ସମ୍ପୂର୍ଣ୍ଣ ଭସ୍ମ ହୋଇଛି। ଘର ପୋଡିଯିବା ସହିତ ଘରର ସମସ୍ତ ଆସବାସପତ୍ର ଟିଭି, ଫ୍ରିଜ, ୧୫ ବସ୍ତାଧାନ ସବୁ ପୋଡି ହୋଇ ଯାଇଛି। ଖବର ପାଇ ସ୍ଥାନୀୟ ଢ଼ିଙ୍କିଆ ସରପଞ୍ଚ ଶ୍ରୀଯୁକ୍ତ କିଶୋର ପରିଡା ସେଠାରେ ପହଞ୍ଚି ସେମାନଙ୍କୁ ୨୦୦୦ ଟଙ୍କା  ସାହାଯ୍ୟ ପ୍ରଦାନ କରିବା ସହିତ କିପରି ସେ କ୍ଷତିପୂରଣ ପାଇପାରିବେ ସେ ସ୍ଥାନୀୟ ଏରସମା ତହସିଲଦାର ଚିତ୍ତରଞ୍ଜନ ମହାନ୍ତି,ବିଡ଼ିଓ କୈଳାସ ଚନ୍ଦ୍ର ବେହେରା ଓ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛବିନ୍ଦ୍ରଙ୍କୁ ଏକ ଗ୍ରାମୀଣ ଆବାସ ଯୋଗାଇଦେବାକୁ ସେ ଦାବି ଜଣାଇଛନ୍ତି।

କରୋନା ପାଇଁ ଲକ୍‌ଡାଉନ୍‌ କାରଣରୁ ଅସୁବିଧାରେ ଥିବା ଛବିନ୍ଦ୍ରଙ୍କ ପରିବାରର ଏ ଲକ୍ଷାଧିକ ଟଙ୍କାର କ୍ଷତିପୂରଣ ସ୍ବତନ୍ତ୍ର ଭାବରେ ପ୍ରଦାନ କରିବାକୁ ଯୁବ ସମାଜସେବୀ ରଞ୍ଜନ ବର୍ଦ୍ଧନ, ଓ୍ବାର୍ଡସଭ୍ୟ  ବଲ୍ଲଭ ଦାସ, ଢିଙ୍କିଆ ବିଜେଡି ସଭାପତି ଅକ୍ଷୟ ବେହେରା, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ଏରସମା ବ୍ଲକ ବିଜେଡି ସଭାପତି ତଥା ସାଂସଦଙ୍କ ପ୍ରତିନିଧି ପୀତବାସ ଗୋଚ୍ଛାୟତ, ମନ୍ତ୍ରୀଙ୍କ ପ୍ରତିନିଧି ଅକ୍ଷୟ ସ୍ବାଇଁ, ଏରସମା ବ୍ଲକ ଅଧ୍ୟକ୍ଷ ପ୍ରଣବ ସ୍ବାଇଁ ପ୍ରମୁଖ ଦାବି ଜଣାଇଛନ୍ତି ।