Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଦୁର୍ବଳ ଅର୍ଥନୀତି ମଧ୍ୟରେ ସବୁଦିନ ପାଇଁ ଶେଷ ହେବ କି ଚୀନ୍ ର ଖେଳ?

ନୂଆଦିଲ୍ଲୀ: ତିନି ବର୍ଷର କଠୋର କୋଭିଡ୍ ଲକ୍ଡାଉନ୍ ପରେ ଚୀନର ଅର୍ଥନୀତିରେ ଉନ୍ନତି ହୋଇନାହିଁ। ସାମ୍ପ୍ରତିକ ପରିସଂଖ୍ୟାନ ଏହା ଆଡକୁ ସୂଚିତ କରୁଛି। ଖୁଚୁରା ବିକ୍ରୟ, ଶିଳ୍ପ ଉତ୍ପାଦନ ଏବଂ ପୁଞ୍ଜି ବିନିଯୋଗ ଜୁଲାଇରେ ଆଶା କରାଯାଉଥିବା ଠାରୁ ମନ୍ଥର ଗତିରେ ଯାଉଛି। ଏହି ସମୟରେ, ସାମଗ୍ରିକ ଚାହିଦା ହ୍ରାସ ବିଶ୍ଵର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି |

ବର୍ଷର ପ୍ରଥମ ତ୍ରୟମାସରେ ଆଶା କରାଯାଉଥିବା ପରି ଚୀନ୍‌ର ଅର୍ଥନୀତି ସୁଧାର କରିଥିଲା। ସମ୍ପତ୍ତି ଏବଂ ରପ୍ତାନି କ୍ଷେତ୍ରରେ ମଧ୍ୟ ପ୍ରଦର୍ଶନ ଆଶା କରାଯାଉଥିବା ଠାରୁ ସାମାନ୍ୟ ଭଲ ଥିଲା | ଦ୍ୱିତୀୟ ତ୍ରୟମାସରେ ଜମି ବିକ୍ରିରେ ଅଟକି ରହିଥିଲା ​​ଯାହା ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥିଲା। ଅନେକ ବଡ ରିଅଲ୍ ଇଷ୍ଟେଟ୍ କମ୍ପାନୀ ଋଣରେ ଅଛନ୍ତି।

ସ୍ଥାନୀୟ ସରକାର ସମ୍ମୁଖୀନ ହୋଇଥିବା ଆର୍ଥିକ ଆହ୍ଵାନ ସହିତ ଆର୍ଥିକ ଖର୍ଚ୍ଚ କଡାକଡି କରାଯାଇଥିଲା। ଏହା ସମଗ୍ର ଦେଶର ବିକାଶରେ ବାଧା ସୃଷ୍ଟି କରିଥିଲା। ସମଗ୍ର ଦେଶର ଆର୍ଥିକ ବିକାଶ ହ୍ରାସ ପାଇଛି।

ଜୁଲାଇ ଶେଷରେ ଏକ ପୋଲିତ ବ୍ୟୁରୋ ବୈଠକରେ ଚୀନ୍‌ର ବରିଷ୍ଠ ନେତୃତ୍ୱ ଅର୍ଥନୀତି ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ବର୍ଣ୍ଣନା କରିଥିଲେ। ଅର୍ଥନୀତିକୁ ସ୍ଥିର କରିବାରେ ସାହାଯ୍ୟ କରିବାକୁ ସହାୟକ ନୀତି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭିତ୍ତିଭୂମି ବିନିଯୋଗ ପାଇଁ ସମ୍ପତ୍ତି ନୀତିର ସାମାନ୍ୟ ଢିଲା ସହିତ ଆର୍ଥିକ ନୀତି ସହଜ ହେବାର ଆଶା କରାଯାଉଥିଲା।

୨୦୨୨ ରେ ଦେଶର ଅର୍ଥନୀତି ମାତ୍ର ୩ ପ୍ରତିଶତ ବୃଦ୍ଧି ପାଇଛି। 3୩୭ ଅର୍ଥନୀତିଜ୍ଞଙ୍କ ଏକ ସର୍ଭେ ଅନୁଯାୟୀ, ୨୦୨୩ ର ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ମନ୍ଥର ହେବ ବୋଲି ପୂର୍ବାନୁମାନ କରାଯାଇଥିଲା, ଯାହା ସତ ହୋଇଗଲା।

ପ୍ରକାଶ ଯେ, ୧୯୭୮ ରେ ଅର୍ଥନୈତିକ ସଂସ୍କାର ଆରମ୍ଭରୁ ଚାଇନାର ଜିଡିପି ବାର୍ଷିକ ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ମହାମାରୀ ଆରମ୍ଭରୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ଯାତ୍ରା ଉତ୍ଥାନରେ ପରିପୂର୍ଣ୍ଣ ଥିଲା। ବେସରକାରୀ କ୍ଷେତ୍ର ଉପରେ ବାରମ୍ବାର କଟକଣା ଏବଂ କୋଭିଡ ଲକ୍ଡାଉନ୍ ୨୦୨୦ରେ ପୁନଃଉଦ୍ଧାର ହେବାର ଆଶା ପରେ ଯୋଗାଣ ଶୃଙ୍ଖଳା ଉପରେ କ୍ଷତି ଘଟାଇଛି। ଏହା ନିବେଶକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି।

ଜାନୁୟାରୀ ୨୦୨୩ ରେ ଆଉ ଏକ ଖରାପ ଖବର ଆସିଥିଲା। ଦେଶର ଜନସଂଖ୍ୟା ଗତ ବର୍ଷ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ହ୍ରାସ ପାଇ ଏହାର ଭବିଷ୍ୟତ କର୍ମଜୀବୀ ବିଷୟରେ ଚିନ୍ତାଜନକ ପ୍ରଶ୍ନ ସୃଷ୍ଟି କରିଥିଲା। ବର୍ତ୍ତମାନ ଦେଶର ଅର୍ଥନୀତିରେ ହ୍ରାସ ଘଟିଛି ଏବଂ ଜନସଂଖ୍ୟା ହ୍ରାସ ପାଇଛି। ପ୍ରଶ୍ନ ହେଉଛି, ଦେଶ ବର୍ତ୍ତମାନ ଉଚ୍ଚ ଅଭିବୃଦ୍ଧିକୁ ଫେରିବାକୁ ଆଶା କରିପାରିବ କି?

ଚାଇନାର ଉଚ୍ଚ ଅଭିବୃଦ୍ଧିର ଯୁଗ ଶେଷ ହେବ କି?:

ଅଲଜଜିରାରେ ପ୍ରକାଶିତ ଖବର ଅନୁଯାୟୀ ଅର୍ଥନୀତିଜ୍ଞ ତଥା ବିଶ୍ଳେଷକମାନେ କହିଛନ୍ତି ଯେ, ଚୀନ୍‌ର ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଯୁଗ ପ୍ରାୟ ଶେଷ ହୋଇଛି। ଆଗାମୀ ବର୍ଷରେ ଚୀନ୍ ପରିଚାଳନା କରିବାକୁ ଥିବା ଅଭିବୃଦ୍ଧି ହାର ମୁଖ୍ୟତଃ ଏହାର ଅର୍ଥନୀତି ଉପରେ ସମ୍ମୁଖୀନ ହେଉଥିବା ଗଠନମୂଳକ ଆହ୍ଵାନ ଏବଂ ସି’ର ନୂତନ ପ୍ରାଥମିକତାର ପ୍ରଭାବ ଉପରେ ବେଜିଂ କିପରି ପ୍ରତିକ୍ରିୟା କରିବ ତାହା ଉପରେ ନିର୍ଭର କରିବ।

ଦ୍ରୁତ ବୃଦ୍ଧି, ଏବଂ ତାପରେ ହ୍ରାସ;

ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଚାଇନାରେ ବର୍ଷ ବର୍ଷ ଧରି ଜିଡିପି ଅଭିବୃଦ୍ଧି ଘଟିଛି। ୨୦୨୧ ମଧ୍ୟରେ ଏହାର ଅର୍ଥନୀତି ଦଶଗୁଣରୁ ୧.୨ ଟ୍ରିଲିୟନ ଡଲାରରୁ ପ୍ରାୟ ୧୮ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି।

ଏହାର ବିପରୀତରେ, ବିଶ୍ଵର ବୃହତ୍ତମ ଅର୍ଥନୀତି ଆମେରିକାର ଜିଡିପି ୨୦୦୦ ରେ ଏହାର ଆକାରଠାରୁ ଦୁଇଗୁଣ ଅଧିକ। ଅର୍ଥନୀତିଜ୍ଞଙ୍କ ଆକଳନ ଅନୁଯାୟୀ ଆସନ୍ତା ବର୍ଷରେ ଚୀନ୍‌ର ଅଭିବୃଦ୍ଧି ହାର ୨ ରୁ ୫ ପ୍ରତିଶତ ମଧ୍ୟରେ ହ୍ରାସ ପାଇବ।

ବିଦେଶୀ କମ୍ପାନୀଗୁଡିକ ଚୀନ୍ ବଦଳରେ ଭାରତ ଆଡକୁ ମୁହାଁଇବେ:

କାର୍ନେଗି ଏଣ୍ଡୋମେଣ୍ଟ ଫର ଇଣ୍ଟରନ୍ୟାସନାଲ ପିସରେ ବେଜିଂରେ ରହୁଥିବା ବରିଷ୍ଠ ସାଥୀ ଅର୍ଥନୀତିଜ୍ଞ ମାଇକେଲ ପେଟିସ୍ ଅଲ ଜଜିରାଙ୍କୁ କହିଛନ୍ତି ଯେ ତଥ୍ୟ ଅନୁଯାୟୀ ଉଚ୍ଚ ଅଭିବୃଦ୍ଧିର ଯୁଗ ଶେଷ ହେବାକୁ ଯାଉଛି, କିନ୍ତୁ ଏହା ପ୍ରାୟ ଉତ୍ପାଦନକାରୀ ବିନିଯୋଗ ମାମଲାରେ ୧୦ ରୁ ୧୫ ବର୍ଷ ପୂର୍ବେ ଶେଷ ହୋଇଥିଲା।

ସାଂପ୍ରତିକ ଦଶନ୍ଧିରେ ଅଭିବୃଦ୍ଧି ହାସଲ କରିବା ପାଇଁ ଚାଇନା ଏହାର ଲାଭ ଉଠାଇଥିବା ଜନସଂଖ୍ୟା ଏବଂ ଅର୍ଥନୈତିକ ଅବସ୍ଥା ଦୁର୍ବଳ ହୋଇଯାଇଛି। ଚୀନ୍‌ର ସ୍ୱଳ୍ପ ମୂଲ୍ୟର ଶିଳ୍ପ ଭିତ୍ତିଭୂମିକୁ ଇନ୍ଧନ ଦେଇଥିବା ଶ୍ରମ ଗୋଷ୍ଠୀ ବର୍ତ୍ତମାନ ହ୍ରାସ ପାଇବାରେ ଲାଗିଛି। କାରଣ ଏହାର ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି।

ଅଜଜିରାର ରିପୋର୍ଟ ଅନୁଯାୟୀ ଆଟଲାଣ୍ଟିକ୍ କାଉନସିଲର ଜଣେ ବରିଷ୍ଠ ସହକର୍ମୀ ହଙ୍ଗ ଟ୍ରାନ୍ କହିଛନ୍ତି ଯେ, ବହୁରାଷ୍ଟ୍ରୀୟ କମ୍ପାନୀ ଦ୍ୱାରା ଦ୍ରୁତ ପରିବର୍ତ୍ତନ ଖୋଜାଯାଉଛି। ଭିଏତନାମ, ମାଲେସିଆ ଏବଂ ବାଂଲାଦେଶ ପରି ଅନେକ ଏସୀୟ ଦେଶ ବର୍ତ୍ତମାନ ବ୍ୟବସାୟ ପାଇଁ ଚୀନ୍ ବଦଳରେ ଭାରତ ଆଡକୁ ମୁହାଁଇବେ। ରିଅଲ୍ ଇଷ୍ଟେଟ୍ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଋଣ ଅନ୍ୟ ଦେଶକୁ ବିପୁଳ ପୁଞ୍ଜି ବିନିଯୋଗ କରିବ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରେ ଥିଲା।

ଚାଇନାର ମୋଟ ଉତ୍ପାଦନ ପୂର୍ବ ପରି ଆଉ ବୃଦ୍ଧି ପାଉନାହିଁ। ୨୦୦୮ ପୂର୍ବରୁ ଉତ୍ପାଦକତା ଅଭିବୃଦ୍ଧି ହାରାହାରି ୨.୮ ପ୍ରତିଶତ ଥିଲା, କିନ୍ତୁ ବର୍ତ୍ତମାନ ଏହା ବର୍ଷକୁ ମାତ୍ର ୦.୭ ପ୍ରତିଶତ ଅଟେ। ଏହା ବହୁ ବଡ କମ୍ପାନୀକୁ ପତନର ପଥରେ ଆଣିଛି। ୨୦୨୧ ମସିହାରେ ଦେଶର ସର୍ବବୃହତ ସମ୍ପତ୍ତି ବିକାଶକାରୀ ଏଭରଗ୍ରାଣ୍ଡେ ଭୁଶୁଡି ପଡିଛି।

ସି’ ଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ?:

ସି’ଙ୍କ ଧ୍ୟାନ ‘ସବୁ ମୂଲ୍ୟରେ ବିକାଶ’ ଉପରେ ରହିଛି। ବର୍ତ୍ତମାନ ଏହା “ଉଚ୍ଚମାନର ବିକାଶ” କୁ ଆସିଛି। ଯାହା ଚାଇନାର ବର୍ତ୍ତମାନର ପାଞ୍ଚ ବର୍ଷର ଯୋଜନାର ଏକ ଅଂଶ। ଏହା ସି’ଙ୍କ “ନୂତନ ବିକାଶ ସଂକଳ୍ପ” ର ଏକ ଅଂଶ ଯାହାକି ବାହ୍ୟ ଚାପ ପ୍ରତି ଅଧିକ ସ୍ଥିର ଏବଂ ଚାଇନାର ଧନ ବୃଦ୍ଧି ପାଇଁ ଉତ୍ତମ ବୋଲି ବିଶ୍ୱାସ କରାଯାଏ।

ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଘରୋଇ ବ୍ୟବହାରକୁ ବଢାଇ ସି’ ଅର୍ଥନୀତିକୁ ଉନ୍ନତ କରିବାକୁ ଚେଷ୍ଟା କରୁଛନ୍ତି। ଚୀନ୍‌ର ନୂତନ ରଣନୀତିର ଉଦ୍ଦେଶ୍ୟ ହେଉଛି ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଚୀନ୍‌କୁ ପୁରୁଣା ସ୍ଥିତିକୁ ଫେରାଇ ଆଣିବା।

କିନ୍ତୁ “ଉଚ୍ଚ-ଗୁଣାତ୍ମକ ଅଭିବୃଦ୍ଧି” ଅଭିବୃଦ୍ଧି ହାରକୁ ପୂର୍ବ ପରି ଶୀଘ୍ର ପ୍ରଦାନ କରିପାରିବ କି?:

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ସିଦ୍ଧାନ୍ତରେ ଏହା ହୋଇପାରେ, କିନ୍ତୁ ଇତିହାସରେ ଏହା ପୂର୍ବରୁ ହୋଇନାହିଁ। ସେଥିପାଇଁ ଏହା କୁହାଯାଇପାରିବ ନାହିଁ ଯେ କିଛି ସିଦ୍ଧ ହେବ।

ମୋଟ ଜିଡିପିର ଅଂଶ ଭାବରେ ଘରୋଇ ଖର୍ଚ୍ଚ ୨୦୨୧ ଶେଷ ସୁଦ୍ଧା ପ୍ରାୟ ୩୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି, ଯାହା ବିଶ୍ଵର ହାରାହାରି ୬୩ ପ୍ରତିଶତ ତୁଳନାରେ ବହୁତ କମ୍ ଅଟେ।

Categories
ବିଶେଷ ଖବର

ଗରିବଙ୍କ କଲ୍ୟାଣ ନିମନ୍ତେ ନିଷ୍ଠାର ସହିତ କାମ କରୁଛନ୍ତି ସରକାର: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସ୍ଥାନୀୟ ବିଜ୍ଞାନ ଭବନରେ ଆୟୋଜିତ ‘ଜାତୀୟ ଅଲୋଚନାଚକ୍ର ‘ନ ବର୍ଷ:- ସେବା, ସୁଶାସନ ଓ ଗରିବ କଲ୍ୟାଣ’କୁ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଓ ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୧୪ ପୂର୍ବବର୍ତ୍ତୀ ସରକାର ଓ ବର୍ତ୍ତମାନ ସରକାରର କାର୍ଯ୍ୟାବଳୀରେ ଏକ ତୁଳନାତ୍ମକ ବିବରଣୀ କରିଥିଲେ। ସେ କହିଥିଲେ ପୂର୍ବ ସରକାର ସମୟରେ ଦୁର୍ନୀତି ଓ ସ୍କାମର ପ୍ରାବଲ୍ୟ ଥିବାବେଳେ ବର୍ତ୍ତମାନର ସରକାର ବିଗତ ନଅ ବର୍ଷ ଧରି ନିଷ୍ଠାର ସହିତ (ପାଇ ପାଇ କରି) ଗରିବଙ୍କ କଲ୍ୟାଣ ନିମନ୍ତେ କାମ କରୁଛନ୍ତି। ଏଥିରେ ପ୍ରତ୍ୟେକଟି ପଇସା ଗରିବ କଲ୍ୟାଣ କାମରେ ବିନିଯୋଗ ହେଉଛି। ଦେଶରେ ଗରିବ, ଅସହାୟ ଓ ଅନ୍ୟାନ୍ୟ ବର୍ଗର ଲୋକ କଲ୍ୟାଣ ପାଇଁ ଯେଉଁସବୁ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ସେଥିରେ ଜନକଲ୍ୟାଣର ସଂଦେଶ ଓ ଚିତ୍ର ସ୍ପଷ୍ଟ ମିଳୁଛି। ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଗରିବ ଓ ନିରାଶ୍ରୟମାନେ ଅଗ୍ରାଧିକାର ପାଇଛନ୍ତି।

ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇବା ଗରିବ ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି। ଏ କ୍ଷେତ୍ରରେ ସରକାର ଏଯାଏ ୩.୫ କୋଟି ଘର ତିଆରି କରିସାରିଛନ୍ତି ଏବଂ ଏସବୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଛି। ଏହି ଯୋଜନା ଗରିବ ଲୋକଙ୍କ ଜୀବନରେ ମାନକ ପରିବର୍ତ୍ତନ ଆଣିଛି। ସେ ଆହୁରି କହିଥିଲେ ଯେ ଦେଶର ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଇ ଦେବା ଏକ ଅତି କଷ୍ଟସାଧ୍ୟ କାର୍ଯ୍ୟ ଭାବେ ବିବେଚିତ ହୋଇ ଆସୁଥିଲା । ସେଥିପାଇଁ ଏ ଦିଗରେ କୌଣସି ସରକାର କାମ କରୁ ନ ଥିଲେ; ତେଣୁ ଏ କ୍ଷେତ୍ରରେ ବିଶେଷ କିଛି ଅଗ୍ରଗତି ହେଉ ନ ଥିଲା।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିନ୍ତୁ ଏହାକୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କରି ଦେଶର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାର ସାହସିକ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହାର ଫଳସ୍ୱରୂପ ଏବେ ଦେଶର ୧୨ କୋଟି ପରିବାରର ଲୋକଙ୍କୁ ପାଇପ ଜଳ ସଂଯୋଗ ସୁବିଧା ମିଳିଛି। ସେହି ସମୟ ମଧ୍ୟରେ ସରକାର ମଧ୍ୟ ପାରମ୍ପରିକ ଚୁଲିର ଆବସାନ ଘଟାଇ ୯.୬ କୋଟି ପରିବାରକୁ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣର ବ୍ୟବସ୍ଥା କରିଛନ୍ତି।

ମନ୍ତ୍ରୀ ଶ୍ରୀ ବୈଷ୍ଣବ ତାଙ୍କ ଭାଷଣରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ସମ୍ପର୍କରେ ଅନେକ କଥା କହିଥିଲେ। କରୋନା ମହାମାରୀ ସମୟର କଥା ସ୍ମରଣ କରି ସେ କହିଥିଲେ ଯେ ସରକାର ସେତେବେଳେ ଗରିବ ଓ ଅଭାବୀ ଲୋକଙ୍କ ସାମଗ୍ରୀ ପାଇବା ଅସୁବିଧା ଦୂର କରିବାକୁ ପଦକ୍ଷେପ ନେଇ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଣର ବ୍ୟବସ୍ଥା କରିଥିଲେ। ଶୌଚାଳୟ ଭଳି ଜନତାଙ୍କ ମୌଳିକ ମାନବୀୟ ଆବଶ୍ୟକତା ପୂରଣ ପାଇଁ ପୂର୍ବରୁ କୌଣସି ସରକାର ଚିନ୍ତା କରି କାମ କରି ନଥିବା ବେଳେ ମୋଦୀ ସରକାର ଏ କ୍ଷେତ୍ରରେ ଏକ ନୂଆ ଇତିହାସ ରଚନା କରିଛନ୍ତି। ଏହା ସମାବେଶୀ ଅଭିବୃଦ୍ଧିର ସୂଚନା ଦିଏ। ଲାଲକିଲ୍ଲାର ପ୍ରାଚୀର ଉପରୁ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜନକଲ୍ୟାଣ ଓ ବିକାଶର ଯେଉଁ ପ୍ରତିଶ୍ରୁତି ସବୁ ଦେଇଛନ୍ତି ତାହାକୁ କାର୍ଯ୍ୟକାରୀ କରୁଛନ୍ତି। ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ ଦେଶରେ ଏକ ବିପ୍ଳବ ଆଣିଥିବା ବେଳେ ମହିଳାଙ୍କ ନିରାପତ୍ତା ଓ ସାଧାରଣ ସ୍ୱଚ୍ଛତାକୁ ସୁରକ୍ଷିତ କରିଛି। ଦେଶର ୧୧.୭୨ ପରିବାରର ସରକାରୀ ଉଦ୍ୟମ କ୍ରମେ ଶୌଚାଳୟ ନିର୍ମିତ ହୋଇପାରିଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ରେଳବାଇ ମନ୍ତ୍ରୀ କହିଥିଲେ ଯେ ଭାରତରେ ଏବେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ଅଧୀନରେ କାର୍ଯ୍ୟକାରୀ ହେଉଛି। ଏଥିରେ ଗରିବ ହିତାଧିକାରୀଙ୍କୁ ଦେଶର ଉନ୍ନତ ହସ୍ପିଟାଲରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଯୋଗାଇ ଦିଆଯାଉଛି। ହିତାଧିକାରୀ ବିନା ଖର୍ଚ୍ଚରେ ଏହି ଯୋଜନାରେ ଉନ୍ନତ ଚିକିତ୍ସା ସୁବିଧା ପାଇ ଉପକୃତ ହେଉଛନ୍ତି। ଏହି ଯୋଜନାରେ ଉପକୃତ ହେଉଥିବା ଲୋକଙ୍କ ସଂଖ୍ୟା ଉଭୟ ଆମେରିକା ଓ ରୁଷିଆର ମିଳିତ ଜନସଂଖ୍ୟା ଠାରୁ ଅଧିକ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସାମାଜିକ ନ୍ୟାୟର ଏକ ନୂଆ ସଂଜ୍ଞା ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିବା ସହିତ ଏହା ଜନତାଙ୍କୁ ତୋଷାମଦ ପରିବର୍ତ୍ତେ ସଶକ୍ତ କରୁଥିବା ମତ ଦେଇଛନ୍ତି।

ଦେଶର ଘରୋଇ ଭିତ୍ତିଭୂମି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏବେକାର ସରକାର ଏ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଛନ୍ତି। ପୂର୍ବ ସରକାର ଯାହା ଚିନ୍ତା କରିପାରି ନ ଥିଲେ ବର୍ତ୍ତମାନର ସରକାର ତାହାକୁ କରି ଦେଖାଇଛନ୍ତି। ଦେଶରେ ଗତ ନ’ ବର୍ଷ ମଧ୍ୟରେ ୭୪ଟି ନୂଆ ବିମାନବନ୍ଦର, ୯୧ ହଜାର କିଲୋମିଟର ନୂଆ ସଡ଼କ ନିର୍ମିତ ହୋଇଛି। ସ୍ୱାଧୀନତା ପରଠାରୁ ୨୦୧୪ ଯାଏ ଦେଶରେ ମୋଟ ୫୪ ହଜାର କିଲୋମିଟର ସଡ଼କ ନିର୍ମିତ ହୋଇଥିଲା। ୨୦୧୪ ପର୍ଯ୍ୟନ୍ତ ଭାରତରେ କୌଣସି ଜଳପଥ ନ ଥିଲା। ଏବେ ୧୧ଟି ଜଳପଥ ସୃଷ୍ଟି କରାଯାଇଛି । ଭାରତୀୟ ରେଳଷ୍ଟେସନ ଗୁଡ଼ିକରେ ବିମାନବନ୍ଦର ଭଳି ସୁବିଧା ଉପଲବ୍ଧ ହେଉଛି। ଭାରତ ଦୀର୍ଘକାଳ ପର୍ଯ୍ୟନ୍ତ ବିଶ୍ୱ ଅର୍ଥନୀତିକ ରାଙ୍କରେ ତଳେ ପଡ଼ିଥିଲା। ଏବେ ଏହା ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଏହା ମାତ୍ର ୯ ବର୍ଷର ଉପଲବ୍ଧି। ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି ଯେ ଆଉ ଦୁଇବର୍ଷ ମଧ୍ୟରେ ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଆଉ ଛ’ ବର୍ଷ ପରେ ଏହି ବିଶ୍ୱର ତୃତୀୟ ବୃହତ ଅର୍ଥନୀତିର ମାନ୍ୟତା ପାଇବ। ସେ ମଧ୍ୟ ଜାତୀୟ ନିରାପତ୍ତା କ୍ଷେତ୍ରରେ ସରକାରଙ୍କ ଦୃଢ଼ ସଂକଳ୍ପ ଓ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ତାଙ୍କ ଭାଷଣରେ କହିଥିଲେ ଯେ ବିଗତ ନ’ ବର୍ଷରେ ଭାରତ ନାଟକୀୟ ପରିବର୍ତ୍ତନମାନ ଦେଖିଛି। ସାଧାରଣ ଜନତାଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ଏହି ସରକାରଙ୍କ ଠାରୁ ଲୋକେ ଯାହା ଆଶା କରୁଥିଲେ ତା’ଠାରୁ ଅଧିକ ସରକାର କରିବାରେ ସମର୍ଥ ହୋଇଛନ୍ତି। କେତେକ ଉଦାହରଣ ଦେଇ ସେ କହିଥିଲେ ଯେ ଅତୀତରେ ଭାରତର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ଓ ଅସ୍ଥିର ଥିଲା । ଏଥିରେ ଦୁର୍ନୀତି ପୂରି ରହିଥିଲା। ଏବେ ଭାରତ ମାତ୍ର ୯ ବର୍ଷ ମଧ୍ୟରେ ସେ ସ୍ଥିତିକୁ ବଦଳାଇବାରେ ସମର୍ଥ ହୋଇଛି। ଭାରତ ଏକ ଦୁର୍ବଳ ଅର୍ଥନୀତିରୁ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇଛି।

ଶ୍ରୀ ଠାକୁର ଆହୁରି କହିଥିଲେ ଯେ, ଅତୀତରେ ସରକାରୀ ଯୋଜନାଗୁଡ଼ିକର ଲାଭ ଅଳ୍ପ କେତେକ ହିତାଧିକାରୀଙ୍କ ପାଖରେ ପହଂଚିଥିଲା। ଭାରତ ସରକାର ଏ କ୍ଷେତ୍ରରେ ‘ଅନ୍ତ୍ୟୋଦୟ’ର ଭାବନା ନେଇ କାମ କରିବା ସହିତ ପ୍ରକୃତ ଲାଭାର୍ଥୀ ପାଖରେ ଯୋଜନାର ସୁଫଳ ସମ୍ପୂର୍ଣ୍ଣ ଭାବେ ପହଂଚାଇବାରେ ସଫଳ ହୋଇଛନ୍ତି। ସମାଜର ଶେଷତମ ଦୁର୍ବଳ ବ୍ୟକ୍ତିର ବିକାଶ ଓ କଲ୍ୟାଣ ପାଇଁ ସରକାର ଅଙ୍ଗୀକୃତ ହୋଇ କାମ କରୁଛନ୍ତି। ଏଥିରେ ଆମ ଉଦ୍ୟମର ସଫଳତା ନିହିତ ହୋଇଛି। ଏହାଫଳରେ ୨୭% ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ସେବା, ବଡ଼ ବିଚାର, ସୁଶାସନ, ଟେକ୍ନୋଲୋଜିର ପ୍ରୟୋଗ, ସେବା ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରକ୍ଷା ଯୋଗୁ ବ୍ୟବସ୍ଥାରେ ଉନ୍ନତି ଆସିଛି ଏବଂ ଜନସେବା ବ୍ୟବସ୍ଥାର ଲାଭ ଶେଷତମ ବ୍ୟକ୍ତି ପାଇବାରେ ସଫଳ ହୋଇଛନ୍ତି।

ସେ କହିଛନ୍ତି ଯେ, ସରକାର ଉପନିବେଶବାଦୀ କାଳର ସନ୍ତକ ଓ ଚିହ୍ନବର୍ଣ୍ଣର ଅବସାନ ଘଟାଇ ନୂଆ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ରାଜପଥକୁ କର୍ତ୍ତବ୍ୟ ପଥରେ ପରିବର୍ତ୍ତନ କରିବା ଓ ନୂଆ ସଂସଦ ଭବନ ନିର୍ମାଣ ଏହାର ଉଦାହରଣ ମାତ୍ର। ନୂଆ ଭାରତ ନିର୍ମାଣରେ ଯୁବ ଶକ୍ତିର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହି ଆସୁଛନ୍ତି ତାହାକୁ ସାକାର କରିବାକୁ ଦେଶର ଯୁବକଯୁବତୀ ଅଙ୍ଗୀକୃତ ହୋଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦେଶରେ ପ୍ରାୟ ଏକ ଲକ୍ଷ ଷ୍ଟାର୍ଟଅପ ଓ ଏକ ଶହରୁ ଅଧିକ ୟୁନିକର୍ଣ୍ଣ ଗଠନ ହେବା ଆମ ଯୁବବର୍ଗର ଏକ ଉଲ୍ଲେଖନୀୟ ଉପଲବ୍ଧି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ହର୍ ଘର୍ ତିରଙ୍ଗା ଅଭିଯାନ କେବଳ ଆମ ଜାତୀୟ ପତାକା ପ୍ରତି ଆମର ସମ୍ମାନ ବଢ଼ାଇ ନାହିଁ; ଏହାଦ୍ୱାରା ଭାରତୀୟ ଜାତୀୟ ପତାକା ବିଶ୍ୱରେ ସବୁଠୁ ଶକ୍ତିଶାଳୀ ହୋଇଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଜାତୀୟ କର୍ମଶାଳା ବିଭିନ୍ନ ଭାବରେ ବିଭକ୍ତ ହୋଇଥିଲା । ଏଥିରେ ଉଦଘାଟନ ଓ ଉଦଯାପନ ସମେତ ଇଣ୍ଡିଆ ସର୍ଜିଂ ଆହେଡ, ଜନ ଜନ କା ବିଶ୍ୱାସ ଓ ଯୁବଶକ୍ତି- ଏପରି ତିନିଟି ବିଷୟରେ ସ୍ୱତନ୍ତ୍ର ଅଧିବେଶନ ରହିଥିଲା। ଏଥିରେ ଦେଶର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହୋଇ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।

ଇଣ୍ଡିଆ ସର୍ଜେସ୍ ଆହେଡ୍ରେ ଭାଗ ନେଇଥିଲେ ଉଦ୍ୟୋଗପତି ସୁନିଲ ଭାରତୀ ମିତ୍ତଲ, ସଂଗୀତା ରେଡ୍ଡୀ (ଆପୋଲୋ ହସ୍ପିଟାଲ ଗ୍ରୁପର ଏମଡି), ନାସକମ୍ ଅଧ୍ୟକ୍ଷା ଦେବଯାନୀ ଘୋଷ, ଅର୍ଥନୀତିଜ୍ଞ ସୁରଜିତ ଭାଲ୍ଲା, ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଆର୍ଥିକ ପରାମର୍ଶଦାତା ସୌମ୍ୟକାନ୍ତ ଘୋଷ ଓ ଆଇଡବ୍ଲୁଆଇଏଲର ଅଧ୍ୟକ୍ଷ ଦୀପା ସାୟାଲ।

ଦ୍ୱିତୀୟ ଅଧିବେଶନରେ ଅଭିନେତା ନୱାଜଉଦ୍ଦିନ ସିଦ୍ଦିକ, ଭାରତରେ ଥିବା ୟୁନିସେଫ୍ ମୁଖ୍ୟ ସିନ୍ଥିଆ ମ୍ୟାକଫ୍ରେ, ବାଇକନର କାର୍ଯ୍ୟକାରୀ ଅଧ୍ୟକ୍ଷା କିରଣ ମଜୁମଦାର ସ, ବକ୍ସର ନିଖତ ଜରିନ, ପଦ୍ମଶ୍ରୀ ଶାନ୍ତି ତେରେସା ଲାକ୍ରା ପ୍ରମୁଖ ଭାଗ ନେଇଥିଲେ।

ସେହିଭଳି ତୃତୀୟ ସ୍ୱତନ୍ତ୍ର ଅଧିବେଶନରେ ଅଭିନେତା ଋିଷଭ ଶେଟ୍ଟି, ଉଦ୍ୟୋଗପତି ଋିତେଶ୍ ଅଗ୍ରୱାଲ, ପ୍ରାକ୍ତନ ହକି କ୍ୟାପ୍ଟେନ ବୀରେନ ରାସକୁରନା, ବକ୍ସର ଅଖିଳ କୁମାର ଓ ଶିଳ୍ପ ଉଦ୍ୟୋଗୀ ଯଶୋଧାରା ବାଜୋଡ଼ିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ।