Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହିଞ୍ଜିଳି: ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର: ଦୁଷ୍କର୍ମ ଜନିତ ହତ୍ୟା ସନ୍ଦେହ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ରାସ୍ତାର ଏକ ବିଲ ମଝିରେ ଜଣେ ମହିଳାଙ୍କ ଶବ ପଡିଥିବାର ଜଣେ ଗାଇ ଚରାଳି ଦେଖିଥିଲେ। ଏହାପରେ ସେ ଗ୍ରାମରେ ଖବର ଦେଇଥିଲେ। ଗ୍ରାମବାସୀ ହିଞ୍ଜିଳି ପୋଲିସକୁ ଖବର ଦେବା ପରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ନିଜ ଥାନା କର୍ମଚାରୀଙ୍କ ସମେତ ବିଞ୍ଜାନଗାର କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି।

ତଥାପି ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ମୃତ ମହିଳାଙ୍କ ପାଟିରୁ ରକ୍ତ ବାହାରିବା ସହ ବେକରେ ଓଢ଼ଣୀ ଘୋଡେ଼ଇ ରହିଛି। ଯାହାକି ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଜନିତ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ପରେ ଏହାର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।