Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଯୁବକ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଫେବୃୟାରୀ ୨୬ ତାରିଖ ଦିନ ଜନୈକା ନାବାଳିକା ନିଖୋଜ ହୋଇଥିବା ନିମଖଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ନିମଖଣ୍ଡି ଥାନା ପୋଲିସ୍ ଘଟଣାର ଅନୁସନ୍ଧାନ ଚଳାଇଥିଲା।

ବର୍ତ୍ତମାନ ଏହି ମାମଲାରେ ପୋଲିସ ସଫଳତା ପାଇଛି। ଅଭିଯୁକ୍ତ ଯୁବକ ଶଙ୍କର ସାହୁକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଉଭୟଙ୍କୁ ଡ଼ାକ୍ତରୀ ମାଇନା କରି ନାବାଳିକାର ବୟାନ ରେକର୍ଡ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ନାବାଳିକାର ନିଖୋଜ ପରେ ନାବାଳିକାଙ୍କ ପରିବାର ଲୋକେ ଶଙ୍କର ସାହୁ ଉକ୍ତ ନାବାଳିକାକୁ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ ଓ ନାବାଳିକା ଜଣକ ଘରୁ ଗଲା ବେଳେ କିଛି ଟଙ୍କା ଓ ସ୍ବର୍ଣ୍ଣ ଅଳଙ୍କାର ନେଇ ଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ମୋବାଇଲ ଫୋନକୁ ଟ୍ରାକିଂ କରି ଶଙ୍କରଙ୍କୁ କାବୁ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ସେପ୍ଟେମ୍ବର ୨୦୨୪ ମସିହାରେ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଥିବା ଦୁଷ୍କର୍ମ ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି ଓ ଉକ୍ତ ମାମଲାର ଅଭିଯୁକ୍ତ କାଳିଆ ବାଡତ୍ୟା ନାମକ ଜଣେ ଯୁବକକୁ ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟ୍ଟନାୟକ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ନାବାଳିକାର ପରିବାର ଲୋକ ଅଭିଯୋଗ କରିଥିଲେ ଯେ, ତାଙ୍କ ନାବାଳିକା ଝିଅ ଟିଉସନ୍ ରୁ ଘରକୁ ଫେରିଲା ବେଳେ ଉକ୍ତ ଅଭିଯୁକ୍ତ କାଳିଆ ଜବରଦସ୍ତି ଉଠାଇ ନେଇ ଭୁବନେଶ୍ଵରରେ ରଖି ବିଭିନ୍ନ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇ ତାକୁ ଦୁଷ୍କର୍ମ କରିଥିଲା ଓ ଆମ ପରିବାରକୁ ହତ୍ୟା ଧମକ ଦେଇଥିଲା।

ଅଭିଯୋଗ ଗ୍ରହଣ କରି ଦିଗପହଣ୍ଡି ଥାନା ପୋଲିସ୍ ଘଟଣା ର ତଦନ୍ତ କରି ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ମାତ୍ର ୪ ମାସ ମଧ୍ୟରେ ମାନ୍ୟବର ଅଦାଲତ ମାମଲା ର ବିଚାର କରି ଚୁଡାନ୍ତ ରାୟ ଶୁଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହର ପ୍ରଲୋଭନ ଦେଖାଇ ହରିଜନ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଯୁବକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ମହୁଡା ଗ୍ରାମର ଶିବାନନ୍ଦ ସାହୁ ନାମକ ଜଣେ ଯୁବକ ଚେନ୍ନାଇରେ କାମ କରୁଥିବା ବେଳ ଯାଜପୁର ଅଞ୍ଚଳର ଜନୈକା ହରିଜନ ଝିଅ ସମ୍ପର୍କରେ ଆସିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଝିଅକୁ ବାହା ହେବି କହି ତାଙ୍କୁ ଦୁଷ୍କର୍ମ କରିଥିଲେ।

ଗତ ଜୁଲାଇ ମାସରେ ଶିବାନନ୍ଦ ଉକ୍ତ ଝିଅକୁ ଆଣି ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳରେ ଏକ ଭଡାଘରେ ରଖି ଶାରୀରିକ ସମ୍ପର୍କ ରଖିଥିବା ବେଳେ ପୀଡ଼ିତା ଜଣକ ବାହା ହେବାପାଇଁ ଜିଦ୍ କରିଥିଲେ। ପରେ ଶିବାନନ୍ଦ ଉକ୍ତ ଝିଅକୁ ନିଜ ଗ୍ରାମ ମହୁଡାରେ ବାପା ଘରେ ଆଣି ରଖିଥିଲେ। ବାପା ସନାତନ ସାହୁ ଉକ୍ତ ଝିଅକୁ ଜାତିଆଣ ଆକ୍ଷେପ କରିବା ସହ ଝିଅର ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଯାହା ଫଳରେ ଶିବାନନ୍ଦ ପୁଣି ଝିଅକୁ ଧରି ଚେନ୍ନାଇ ଫେରି ଯାଇଥିଲେ ଓ ସେଠାରେ ଝିଅକୁ ଛାଡି କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ।

ପୀଡ଼ିତା ଜଣକ ଅନ୍ୟ ଉପାୟ ନପାଇ ପୁଣି ଓଡିଶା ଆସି ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ ୪୯୭/୨୪ ମକଦ୍ଦମା ରୁଜୁ କରିଥିଲେ।

ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଚିକିଟି ଏସ୍ ଡି ପି ଓ ବିଶ୍ଵାମିତ୍ର ହରପାଲ୍ ଙ୍କୁ ଘଟଣା ର ତଦନ୍ତ ଦାୟିତ୍ୱ ଦେଇଥିଲେ। ପୋଲିସ ଅନୁସନ୍ଧାନ ଚଳାଇ ଅଭିଯୁକ୍ତ ଶିବାନନ୍ଦଙ୍କୁ ଖୋଜି ଆଣି ଉଭୟଙ୍କୁ ଡାକ୍ତରୀ ମାଇନା କରିବା ପରେ ଗିରଫ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

‘ନାବାଳିକାମାନେ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା’ ନେଇ କଲିକତା ହାଇକୋର୍ଟ ଦେଇଥିବା ପରାମର୍ଶରେ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ନାବାଳିକାମାନଙ୍କ ଯୌନ ଇଚ୍ଛାକୁ ନେଇ କଲିକତା ହାଇକୋର୍ଟଙ୍କ ରାୟକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଆପତ୍ତି ଉଠାଇଛନ୍ତି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କିଶୋରୀମାନଙ୍କୁ ସେମାନଙ୍କ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ମନ୍ତବ୍ୟକୁ ଆପତ୍ତିଜନକ ଏବଂ ଅନାବଶ୍ୟକ ବୋଲି କହିଛନ୍ତି। ଜଷ୍ଟିସ ଅଭୟ ଏସ୍ ଓକା ଓ ପଙ୍କଜ ମିଥାଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ମନ୍ତବ୍ୟ ସମ୍ବିଧାନର ଧାରା-୨୧ ଅନୁଯାୟୀ ନାବାଳକମାନଙ୍କ ଅଧିକାରକୁ ଖୋଲାଖୋଲି ଉଲ୍ଲଂଘନ କରୁଛି।

ଖଣ୍ଡପୀଠ ଏହି ମାମଲାରେ ପଶ୍ଚିମବଙ୍ଗ ସରକାର ଏବଂ ଅନ୍ୟ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଆମେ ପ୍ରାଥମିକ ଦୃଷ୍ଟିରୁ ବିଶ୍ୱାସ କରୁ ଯେ ବିଚାରପତିମାନେ ବ୍ୟକ୍ତିଗତ ମତ ପ୍ରକାଶ କରିବା କିମ୍ବା ଉପଦେଶ ଦେବା ଆଶା କରାଯାଏ ନାହିଁ। ଏହି ମାମଲାରେ ସହଯୋଗ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବରିଷ୍ଠ ଆଇନଜୀବୀ ମାଧବୀ ଦିବାନଙ୍କୁ ଆମିକସ୍ କ୍ୟୁରିଭାବେ ନିଯୁକ୍ତ କରିଛନ୍ତି। ଆମିକସ୍ କ୍ୟୁରିଙ୍କୁ ସହଯୋଗ କରିବା ପାଇଁ କୋର୍ଟ ଆଇନଜୀବୀ ଲିଜ୍ ମାଥ୍ୟୁଙ୍କୁ ଅଧିକାର ଦେଇଛନ୍ତି।

୧୮ ଅକ୍ଟୋବର ୨୦୨୩ରେ କୋଲକାତା ହାଇକୋର୍ଟ ଦେଇଥିବା ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱମୋଟୋଭାବେ ଗ୍ରହଣ କରିଛନ୍ତି। ଏଥିରେ କୁହାଯାଇଛି ଯେ କିଶୋରୀମାନେ ନିଜ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଦୁଇ ମିନିଟର ଆନନ୍ଦରେ ନିଜକୁ ନିୟୋଜିତ କରିବା ଉଚିତ ନୁହେଁ। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ଜଣେ ନାବାଳିକାଙ୍କ ଆବେଦନର ଶୁଣାଣି କରି କୋଲକାତା ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସେସନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ନାବାଳିକାଙ୍କ ସହ ପୁଅର ‘ରୋମାଣ୍ଟିକ୍ ପ୍ରେମ ସମ୍ପର୍କ’ ଥିଲା।
ସେସନ୍ସ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଥିଲେ। ପ୍ରାରମ୍ଭିକ ଯୌନ ସମ୍ପର୍କ ଯୋଗୁଁ ସୃଷ୍ଟି ହେଉଥିବା ଆଇନଗତ ଜଟିଳତାକୁ ଏଡ଼ାଇବା ପାଇଁ ସେ ବିଦ୍ୟାଳୟରେ ବ୍ୟାପକ ଯୌନ ଶିକ୍ଷା ପାଇଁ ଆହ୍ୱାନ ଦେଇଥିଲେ।

Categories
ବିଶେଷ ଖବର

ସେକ୍ସ ପାଇଁ ନାମ ବଦଳାଇବା ମହଙ୍ଗା ପଡ଼ିବ: ଏହା କ’ଣ ‘ଲଭ୍ ଜିହାଦ’କୁ ରୋକିବାର ପ୍ରୟାସ?

ନୂଆଦିଲ୍ଲୀ: ମୋଦି ସରକାର ଇଂରେଜମାନଙ୍କ ଦ୍ୱାରା ନିର୍ମିତ ୩ଟି ମୌଳିକ ଆଇନକୁ ଉଚ୍ଛେଦ କରି ୩ଟି ନୂଆ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଅନେକ ସମୟରେ ପରିଚୟ ଲୁଚାଇବା କିମ୍ବା ପରିବର୍ତ୍ତନ କରି ବିବାହ ମାମଲା ଚର୍ଚ୍ଚାରେ ରହିଥାଏ, କିନ୍ତୁ ବର୍ତ୍ତମାନ ଏପରି କରିବା ମହଙ୍ଗା ପଡ଼ିପାରେ। ନୂଆ ପ୍ରସ୍ତାବିତ ଆଇନରେ ମୋଦି ସରକାର ନାମ ପରିବର୍ତ୍ତନ କରି ଯୌନ ସମ୍ପର୍କ ରଖିବା ସହିତ ବିବାହ କଲେ ୧୦ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା କରିଛନ୍ତି।

ନୂଆ ଆଇନ ଅନୁଯାୟୀ, ଯଦି ପୀଡ଼ିତା କିମ୍ବା ପୀଡ଼ିତାଙ୍କୁ ତାଙ୍କ ସହ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ସହ ଜଡ଼ିତ ତଥ୍ୟ ବିଷୟରେ ଭୁଲ ସୂଚନା ଦିଆଯାଏ, ତେବେ ଏହା କୁହାଯାଇପାରିବ ନାହିଁ ଯେ ସେ ଯୌନ ସମ୍ପର୍କ ପାଇଁ ସମ୍ମତି ଦେଇଛନ୍ତି। ବର୍ତ୍ତମାନ ଆଇପିସିର ଧାରା ୯୦ରେ ଏହା ଉଲ୍ଲେଖ ଅଛି, କିନ୍ତୁ ନୂତନ ଆଇନରେ ଚାକିରିର ମିଥ୍ୟା ପ୍ରଲୋଭନ ଦେଖାଇ ନାମ ପରିବର୍ତ୍ତନ କିମ୍ବା ସମ୍ପର୍କ ରଖିବା ପ୍ରସଙ୍ଗକୁ ସ୍ପଷ୍ଟଭାବେ ଅପରାଧ ଘୋଷଣା କରାଯାଇଛି।

ଏବେ ଆଇପିସିରେ ଏଭଳି ଅପରାଧକୁ ନେଇ କ’ଣ ଆଇନ ରହିଛି

ଏଭଳି ଅପରାଧକୁ ରୋକିବା ପାଇଁ ଭାରତୀୟ ଦଣ୍ଡବିଧି (ଆଇପିସି)ରେ କୌଣସି ଆଇନ ନାହିଁ। ଯଦି କୌଣସି ପୁରୁଷ କୌଣସି ମହିଳାଙ୍କୁ ଜାଲିଆତି କରି ବିବାହ କରନ୍ତି ଏବଂ ତାଙ୍କ ସହ ଯୌନ ସମ୍ପର୍କ ରଖନ୍ତି, ତେବେ ଆଇପିସିର ଧାରା ୩୭୬ ଅନୁଯାୟୀ ମାମଲା ରୁଜୁ କରାଯାଏ। ମାମଲାର ଶୁଣାଣି କରି ଅଦାଲତ ନିଜ ବିବେକ ଆଧାରରେ ନିଷ୍ପତ୍ତି ନେଇ ଦଣ୍ଡାଦେଶ ଶୁଣାଇଥାନ୍ତି।

କାହିଁକି ଏହି ଆଇନ କରିବାର ଆବଶ୍ୟକତା ଥିଲା?

ସୁପ୍ରିମକୋର୍ଟର ଓକିଲ ବିରାଗ ଗୁପ୍ତାଙ୍କ କହିବାନୁଯାୟୀ, ସମୟ କ୍ରମେ ଅପରାଧର ବର୍ଗୀକରଣ ବୃଦ୍ଧି ପାଇଛି। ଅପରାଧ କରିବାର ପଦ୍ଧତି ବଦଳିଗଲା, କିନ୍ତୁ ଆଇନଗତ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଲା ନାହିଁ। ଏଭଳି ସ୍ଥିତିରେ ପୁରୁଣା ଆଇନ ଅନୁଯାୟୀ ମାମଲା ରୁଜୁ ହେବା ଆରମ୍ଭ ହୋଇଥିଲା, ଯାହା ସମସ୍ୟା ସୃଷ୍ଟି କରିଥିଲା। ତେଣୁ ନୂଆ ବିଲରେ ସ୍ନେଚିଂ, ଆତଙ୍କବାଦ, ସାଇବର କ୍ରାଇମ୍, ସମଲିଙ୍ଗୀ ସମ୍ପର୍କ ଓ ମବ୍ ଲିଞ୍ଚିଂ ଆଦି ବିଷୟରେ ବ୍ୟବସ୍ଥା ରହିଛି।

ଦୁଷ୍କର୍ମ ମାମଲାରେ ମଧ୍ୟ ଦୁଇ ପ୍ରକାର ଅଭିଯୋଗ ଆସିଥିଲା। ପ୍ରଥମ- ମିଥ୍ୟା ପ୍ରଲୋଭନ ଦ୍ୱାରା ଯୌନ ନିର୍ଯାତନା, ଦ୍ୱିତୀୟ- ବଳପୂର୍ବକ ଯୌନ ସମ୍ପର୍କ। ସାଧାରଣତଃ ଯୌନ ନିର୍ଯାତନା ମାମଲାରେ ପୁଲିସ ଆଇପିସିର ଧାରା ୩୭୫ ଓ ୩୭୬ ଅନୁଯାୟୀ ଦୁଷ୍କର୍ମ ମାମଲା ରୁଜୁ କରୁଥିଲା। ଏଭଳି ସ୍ଥିତିରେ ନ୍ୟାୟିକ ପ୍ରକ୍ରିୟା ଓ ଦଣ୍ଡାଦେଶ ନିର୍ଦ୍ଧାରଣ ସମୟରେ ଅଦାଲତରେ ସମସ୍ୟା ଦେଖାଦେଇଥିଲା। ସେଥିପାଇଁ ଏବେ ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ଏହି ଆଇନକୁ ଦୁଇ ଭାଗରେ ବିଭକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ମିଥ୍ୟା ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନା ମାମଲାକୁ ଏବେ ନୂଆ ଆଇନର ଧାରା ୬୯ରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ବଳପୂର୍ବକ ଯୌନ ସମ୍ପର୍କ ବା ଦୁଷ୍କର୍ମ ଧାରା ୬୩ରେ ରଖାଯାଇଛି। ଏଥିପାଇଁ ଦଫା ୬୪ରେ ଦଣ୍ଡ ବିଧାନ କରାଯାଇଛି। ଧାରା ୬୯ ଅନୁଯାୟୀ ନାମ ପରିବର୍ତ୍ତନ କରି, ଚାକିରିର ପ୍ରତିଶ୍ରୁତି ଦେଇ କିମ୍ବା ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖିବା ଅପରାଧ। ଏଥିରେ ୧୦ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି।

‘ଲଭ୍ ଜିହାଦ’କୁ ରୋକିବା ପାଇଁ ନୂଆ ଆଇନ ଅଣାଯାଇଛି ବୋଲି କହିବା କେତେ ଠିକ୍?

ଏହି ଆଇନକୁ ପୁଲିସ ଲଭ୍ ଜିହାଦ କିମ୍ବା ଅନ୍ୟାନ୍ୟ ମାମଲାରେ ବ୍ୟବହାର କରିପାରେ ବୋଲି ବିରାଗ କହିଛନ୍ତି। କିନ୍ତୁ ଏହି ଆଇନ ପ୍ରଣୟନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ପର୍କରେ ରହିବା, ମିଥ୍ୟା ପ୍ରତିଶ୍ରୁତି ଦେଇ ବିବାହରୁ ଦୂରେଇ ଯିବା ଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମାମଲାର ମୁକାବିଲା କରିବା।

ବମ୍ବେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶିଳ୍ପୀ ଜୈନଙ୍କ ଉଦ୍ଦେଶ୍ୟ ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲା ସହ ଜଡ଼ିତ ଆଇନକୁ ଉଚ୍ଛେଦ କରିବା। ତେବେ ଲଭ୍ ଜିହାଦ ପରିପ୍ରେକ୍ଷୀରେ ମଧ୍ୟ ଏହାର ବ୍ୟାଖ୍ୟା କରାଯାଇପାରେ।

ଚର୍ଚ୍ଚାରେ ଥିବା ‘ଲଭ୍ ଜିହାଦ’ ବିଷୟରେ ଭାରତୀୟ ଆଇନ କ’ଣ କହୁଛି

ପ୍ରଚଳିତ ଆଇନରେ ‘ଲଭ୍ ଜିହାଦ’ ଶବ୍ଦର ସଂଜ୍ଞା ଦିଆଯାଇନାହିଁ। କୌଣସି କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ‘ଲଭ୍ ଜିହାଦ’ ମାମଲା ସାମ୍ନାକୁ ଆସିନାହିଁ। କେରଳରେ ଲଭ୍ ଜିହାଦ ମାମଲାକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ୨୦୨୦ ଫେବ୍ରୁଆରି ୪ ତାରିଖରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଦେଇଥିଲେ।

ଲଭ୍ ଜିହାଦର କଥିତ ସଂଜ୍ଞା ହେଉଛି ଏପରି ଏକ ଜିନିଷ ଯାହାକୁ ମୁସଲମାନ ପୁଅମାନେ ଅଣମୁସଲମାନ ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇଥାନ୍ତି। ତା’ପରେ ସେମାନେ ଧର୍ମ ପରିବର୍ତ୍ତନ କରି ସେମାନଙ୍କୁ ବିବାହ କରନ୍ତି।

୨୦୦୯ମସିହାରେ ଏହି ଶବ୍ଦଟି ଖୁବ୍ ଲୋକପ୍ରିୟ ହୋଇଥିଲା। ଏହା କେବଳ କେରଳ ଓ କର୍ଣ୍ଣାଟକରୁ ଜାତୀୟ ସ୍ତରକୁ ଆସିଥିଲା। ଏହାପରେ ଏହା ବ୍ରିଟେନ ଓ ପାକିସ୍ତାନକୁ ଯାଇଥିଲା।

ସେପ୍ଟେମ୍ବର ୨୦୦୯ରେ ଶ୍ରୀରାମ ସେନା ତିରୁବନନ୍ତପୁରମ (କେରଳ)ରେ ଲଭ୍ ଜିହାଦ ବିରୋଧରେ ପୋଷ୍ଟର ଲଗାଇଥିଲେ। ଅକ୍ଟୋବର ୨୦୦୯ରେ କର୍ଣ୍ଣାଟକ ସରକାର ଲଭ୍ ଜିହାଦକୁ ଏକ ଗମ୍ଭୀର ପ୍ରସଙ୍ଗ ଭାବେ ଗ୍ରହଣ କରି ଏହା ପଛରେ ଥିବା ସଂଗଠିତ ଷଡ଼ଯନ୍ତ୍ରର ଖୋଳତାଡ଼ ପାଇଁ ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

୨୦୦୯ରେ କେରଳ ହାଇକୋର୍ଟରେ ଦାଖଲ ସତ୍ୟପାଠରେ କେନ୍ଦ୍ର ସରକାର କହିଥିଲେ ଯେ ଲଭ୍ ଜିହାଦକୁ ନେଇ ଦେଶରେ କୌଣସି ସଂଗଠିତ ଗ୍ୟାଙ୍ଗ ନାହିଁ।

ଅକ୍ଟୋବର ୧୮, ୨୦୧୮ରେ ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ କରିଥିଲା ଯେ କେରଳରେ ଲଭ୍ ଜିହାଦ ମାମଲାର ତଦନ୍ତକୁ ଏନଆଇଏ ବନ୍ଦ କରିଦେଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନ୍ଆଇଏ କେରଳରେ ଅନ୍ୟ ଧର୍ମର ୧୧ଟି ବିବାହର ତଦନ୍ତ କରିଥିଲା। ଏଜେନ୍ସି ଜାଣିବାକୁ ପାଇଛି ଯେ କୌଣସି ପରିସ୍ଥିତିରେ ଯୁବକ କିମ୍ବା ଯୁବତୀଙ୍କୁ ଧର୍ମପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଥିବା ଜଣାପଡ଼ିନାହିଁ।

ଜଣେ ହିନ୍ଦୁ ଝିଅ ମୁସଲମାନ ପ୍ରେମିକାଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିବାବେଳେ ଅନ୍ୟ ଏକ ମାମଲାର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ଏନଆଇଏକୁ କହିଥିଲେ। ନାବାଳିକାଙ୍କ ବାପା ମଧ୍ୟ ଅଭିଯୋଗ କରିଥିଲେ ଯେ ପୁଅ ତାଙ୍କ ଝିଅକୁ ଆତଙ୍କବାଦୀ ସଂଗଠନରେ ଯୋଗ ଦେବାକୁ ପ୍ରଲୋଭନ ଦେଖାଇଥିଲା। ତେବେ କିଛି ପ୍ରମାଣ ବାହାରିନଥିଲା ଏବଂ ଯୁବତୀ ଜଣକ ନିଜେ ସୁପ୍ରିମକୋର୍ଟ ଯାଇ ନିଜର ପ୍ରେମ କାହାଣୀ କହିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ହୁଗୁଳାପଟା ଗ୍ରାମର ଲବ ସ୍ଵାଇଁ ନାମରେ ଜଣେ ଯୁବକଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ନିମଖଣ୍ଡି ଥାନା ପୋଲିସ ପୋକ୍ସ ଆଇନ ଅନୁଯାୟୀ ଗିରଫ କରିଛି।

ଘଟଣାରୁ ପ୍ରକାଶ ଯେ, ଜନୈକା ନାବାଳିକା ଗାଁ ର ଗୋଟିଏ ଭୋଜି ଖାଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ଲବ ମୋବାଇଲ ଫୋନରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖାଇବାକୁ କହି ଘର ଛାତ ଉପରକୁ ନେଇ କୌଶଳ କ୍ରମେ ଦୁଷ୍କର୍ମ କରିଥିଲା। ଏହି ବିଷୟରେ ନାବାଳିକା ଜଣକ ତାଙ୍କ ମାଁ କୁ କହିବାରୁ ମାଁ ପୋଲିସରେ ଏତଲା ଦେଇଥିଲେ। ଏତଲା ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବତୀଙ୍କୁ ଆକ୍ରମଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଗିରଫ କଲା ନାକଟିଦେଉଳ ପୋଲିସ୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ସାଲେଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ଵୁଢାକଟା ଗ୍ରାମର ଜନୈକା ଯୁବତୀଙ୍କୁ ଦୁଷ୍କର୍ମ ହୋଇ ଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି ନାକଟିଦେଉଳ ପୋଲିସ୍।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମର ରାଜେଶ ଜାଲ (୨୧)। ପୋଲିସ ଏନେଇ ନାକଟିଦେଉଳ ଥାନା କେସ ନମ୍ବର ୩୮/୨୩ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ପୋଲିସ ସୂତ୍ରରୁ ଜଣା ପଡିଛି ଯେ, ନାକଟିଦେଉଳ ଥାନା ଅନ୍ତର୍ଗତ ବୁଢାକଟା ଗ୍ରାମର ୧୯ ବର୍ଷୀୟ ଯୁବତୀ ତା ୧୪.୦୩.୨୩ ରିଖ ଦିନ ନଦୀକୁ ଶୌଚ ହେବା ପାଇଁ ଯିବା ସମୟରେ ରାଜେଶ୍ ଜାଲ୍ ନାମକ ଯୁବକ ଏକାକୀ ଦେଖି ତାଙ୍କ ମୁଣ୍ଡ, ଗାଲ,ନାକ ରେ ଆଘାତ କରି ମୁଥ ମାରି କପଡା ଚିରି ତାଙ୍କୁ ଧର୍ଷଣ କରିଥିଲା। ଯୁବତୀ ଜଣଙ୍କ ପାଟି କରି ବାରୁ ନିକଟ ରେ ଛେଳି ଚଳାଉଥିବା ମହିଳା ମାନେ ଚାଲି ଆସି ଥିବାରୁ ଅଭିଯୁକ୍ତ ଖସି ଯିବାରେ ସମର୍ଥ ହୋଇଥିଲା।

ଏନେଇ ଯୁବତୀ ଜଣଙ୍କ ନାକଟିଦେଉଳ ଥାନାରେ ଗତ ୧୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମର ରାଜେଶ ଜାଲକୁ ପୋଲିସ ଗିରଫ କରି ଭାରତୀୟ ପିଙ୍ଗଳ କୋଡ୍ ର ଧାରା ୩୪୧,.୩୨୩ ଓ ୩୭୬ ଅନୁସାରେ କୋର୍ଟ ଚାଲାଣ କରାଯାଇଛି ବୋଲି ନାକଟିଦେଉଳ ଥାନାଧିକାରୀ କୃପା ବାଗ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜେଲରେ ବିତିବ ଅସାରାମଙ୍କ ଜୀବନ, ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ନୂଆଦିଲ୍ଲୀ: ଆଜି ଗାନ୍ଧିନଗର ସେଶନ କୋର୍ଟ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଆସାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋମବାର ଦିନ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଆସାରାମ ବାପୁଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟ ଦୁଷ୍କର୍ମ ମାମଲାରେ ଆସାରାମ ଏବଂ ତାଙ୍କ ପୁଅ ନାରାୟଣ ସାଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

ଆସାରାମଙ୍କ ବିରୋଧରେ ଏହି ମାମଲା ୨୦୧୩ ରେ ପଞ୍ଜୀକୃତ ହୋଇଥିଲା। ପ୍ରମାଣ ଅଭାବରୁ ଆସାରାମଙ୍କ ପତ୍ନୀଙ୍କ ସମେତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅହମ୍ମଦାବାଦର ଚାନ୍ଦଖେଡା ପୋଲିସ ଷ୍ଟେସନରେ ଦିଆଯାଇଥିବା ଏଫଆଇଆର ଅନୁଯାୟୀ, ୨୦୦୧ ରୁ ୨୦୦୬ ମଧ୍ୟରେ ଆସାରାମ ମହିଳାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ, ଯେତେବେଳେ ସେ ସହରର ବାହାର ଅଞ୍ଚଳରେ ତାଙ୍କ ଆଶ୍ରମରେ ରହୁଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଷ୍କର୍ମ ମାମଲାରେ ଶାହନାୱାଜ ହୁସେନଙ୍କୁ ବଡ ଆଶ୍ଵସ୍ତି, କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଜେପି ନେତା ଶାହନାୱାଜ ହୁସେନଙ୍କୁ ବଡ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ପୀଡିତାଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ସେପ୍ଟେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଏହାର ଉତ୍ତର ମଗାଯାଇଛି। ଶାହନାୱାଜ ହୁସେନ୍ ଉପରେ ୨୦୧୮ରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୨୦୧୮ ର ଦୁଷ୍କର୍ମ ଅଭିଯୋଗରେ ସୁପ୍ରିମକୋର୍ଟ ବର୍ତ୍ତମାନ ଶାହନାୱାଜ ହୁସେନ୍ ଙ୍କ ବିରୋଧରେ ସମସ୍ତ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଛନ୍ତି।

ନିକଟରେ ଦିଲ୍ଲୀ ହାଇକୋର୍ଟ ଶାହନାୱାଜ ହୁସେନଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଶାହନାୱାଜ ହୁସେନ୍‌ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍ ୟୁୟୁ ଲଲିତଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଏହି ବିଷୟରେ ବିଚାର କରିବାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଆମେ ଏକ ନିର୍ଦ୍ଦେଶ ଦେଉଛୁ।

ଏବେ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟରେ ଚାଲିଥିବା ବିତର୍କ ସମୟରେ ଯେତେବେଳେ ପୀଡିତା ମହିଳାଙ୍କ ଓକିଲ ଉଚ୍ଚ ସ୍ୱରରେ କହିବା ଆରମ୍ଭ କରିଥିଲେ ସେତେବେଳେ କୋର୍ଟ କହିଥିଲେ ଯେ ଆମେ ପୀଡିତାଙ୍କ କଥା ମଧ୍ୟ ଶୁଣିବା। କିନ୍ତୁ ପ୍ରଥମେ ଆବେଦନକାରୀଙ୍କ ନିବେଦନ ଶୁଣାଯିବା ଉଚିତ। ଏହା ପରେ ବରିଷ୍ଠ ଓକିଲ ମୁକୁଲ ରୋହତଗି ଶାହନାୱାଜ ହୁସେନ୍‌ଙ୍କ ପକ୍ଷରୁ ହାଜର ହୋଇଥିଲେ। ମୁକୁଲ ରୋହତଗି କହିଥିଲେ ଯେ, ଜାନୁୟାରୀ ୩୧ ତାରିଖ ୨୦୧୮ ରେ ପୀଡିତା ଅଭିଯୋଗ କରିଛନ୍ତି। ଶାହନାୱାଜ ହୁସେନ୍‌ଙ୍କ ରୋହତଗି କହିଥିଲେ ଯେ, ମହିଳା ଜଣକ ଛାଡପତ୍ର ନେବା ପରେ ମୋ ପାଖକୁ ଆସିଥିଲେ। ସେ ମଧ୍ୟ କାନ୍ଦୁଥିଲେ। ଏହାଠାରୁ ଅଧିକ କିଛି ଘଟିନଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କାଳିଆପାଣି ନାବାଳିକା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କୋରାଇ: ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଯାଜପୁର ଏସପି ରାହୁଲ ପିଆର ଏକ ପ୍ରେସମିଟରେ କାଳିଆପାଣି ଗଣ ଦୁର୍ଷ୍କମ ନେଇ ସୂଚନା ଦେଇଛନ୍ତି। ଗତ ୭ ତାରିଖ ଶିକ୍ଷା ବୃତି ପାଇଁ ଯାଇଥିବା ଜଣେ ଆଦିବାସୀ ନାବଳିକା ଗଣ ଦୁର୍ଷ୍କମର ଶିକାର ହେବା ସହ ଉଲଗ୍ନ ହୋଇ ରାସ୍ତାରେ ଦୌଡି ଜଣଙ୍କ ଘରେ ଆଶ୍ରୟ ନେବା ଘଟଣା ଜାଣିବା ପରେ କାଳିଆପାଣି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା।

କାଳିଆପାଣି ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଘଟଣାର ୪ଜଣ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା। ସେମାନଙ୍କୁ ଥାନାକୁ ଆଣିବା ପରେ କୋର୍ଟର୍ ଚାଲାଣ କରାଯାଇଛି। ସାଇଂଟିଫିକ ଟିକ ଘଟଣାସ୍ଥଳେ ଅନୁସନ୍ଧାନ କରିଛନ୍ତି। ଏନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ।