Categories
ଆଞ୍ଚଳିକ

ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବୃକ୍ଷରୋପଣ ଓ ଚାରା ବଣ୍ଟନ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ଦେଉଳିଆପଡା ସ୍ଥିତ ସିଦ୍ଧେସ୍ୱର ମନ୍ଦିର ପରିସରରେ ବେଗୁନିଆପଡା ବ୍ଲକ ଶାଖା ଋଷିକୁଲ୍ୟା ରୟତ ମହାସଭା ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ଏହି ନାରାରେ ୫୦ ରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ ସହ ୨୦୦ ଗୋଟି ଚାରା ମାଗଣାରେ ବଣ୍ଟନ କରାଯାଇଥିଲା। ବେଗୁନିଆପଡା ବ୍ଲକର ୨୩ ଗୋଟି ପଞ୍ଚାୟତର କୃଷକ ମାନଙ୍କୁ ୫୦ ହଜାର ଚାରା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଏଥିରେ ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖାର ସମ୍ପାଦକ ଭାସ୍କର ନାୟକ, ସଭାପତି ଜୋହନ ସ୍ଵାଇଁ, ଆବାହକ ନବକୃଷ୍ଣ ସ୍ଵାଇଁ, ଖଲ୍ଲିକୋଟ ବନାଞ୍ଚଳ ବନରଖି କମଳ ପତିଆର ସମେତ ବୃକ୍ଷପ୍ରେମୀ ଶିବ ମହାରଣା, ପ୍ରଫୁଲ୍ଲ ଡାକୁଆ, ସୁଜିତ୍ ଦଣ୍ଡପାଟ, ନାରାୟଣ ମାଝୀ, ଗୋବିନ୍ଦ ମହାନ୍ତି, ଅଭି ମହାନ୍ତି, ନରି ମହାନ୍ତି, ଶିବାନନ୍ଦ ସାହୁ, ସୁରେଶ ପାତ୍ର, ମିଟୁ ମଲ, ଚିନ୍ମୟ ନାୟକ, ଦିନେଶ କୁମାର ମହାରଣା, ଡାଳୁଆ ମାଝୀ, ପ୍ରଭାତ ମାଝୀ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ବୃକ୍ଷରୋପଣରେ ସହଯୋଗ କରିଥିଲେ।