Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ରଥମ ତ୍ରୟ ମାସରେ ଦେଶର ଜିଡିପି ୨୦.୧% ବୃଦ୍ଧି: ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ରଖିଲେ ଏଭଳି ମନ୍ତବ୍ୟ

ନୂଆଦିଲ୍ଲୀ: ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୨୦.୧ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି। ଏକ ବର୍ଷ ପୂର୍ବେ ପ୍ରଥମ ତ୍ରୟ ମାସିକର ନିମ୍ନ ଆଧାର ଯୋଗୁଁ ଏହି ବର୍ଷର ଅଭିବୃଦ୍ଧି ହାର ଅଧିକ ରହିଛି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ. ଭି. ସୁବ୍ରମଣ୍ୟମ୍ କହିଛନ୍ତି ଯେ, ପ୍ରଥମ ତ୍ରୟ ମାସିକ ପାଇଁ ଜିଡିପି ଆକଳନ ଗତ ବର୍ଷ ସରକାରଙ୍କ ଦ୍ୱାରା ପ୍ରକାଶିତ ଅର୍ଥନୀତିରେ ଭି ଆକୃତିର ପୁନର୍ଜୀବନ ପୂର୍ବାନୁମାନକୁ ନିଶ୍ଚିତ କରିଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ଵାରା ଆଜି ପ୍ରକାଶିତ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଏହା ଅନୁଯାୟୀ, ଗତ ଆର୍ଥିକ ବର୍ଷର ୨୦୨୦-୨୧ ଏପ୍ରିଲ-ଜୁନ୍ ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ୨୪.୪ ପ୍ରତିଶତ ହ୍ରାସ ଘଟିଥିଲା।

କୋଭିଡ -୧୯ ମହାମାରୀକୁ ରୋକିବା ପାଇଁ ସରକାର ଗତ ବର୍ଷ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ଲକଡାଉନ୍’ ଲାଗୁ କରିଥିଲେ। ୨୦୨୧ ର ଏପ୍ରିଲ-ଜୁନ୍ ତ୍ରୟମାସରେ ଚୀନର ଅଭିବୃଦ୍ଧି ହାର ୭.୯ ପ୍ରତିଶତ ହୋଇଛି।