Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଦୈତନଗରୀରେ ଗଡିଲା ‘ମୋ ବସ୍‌’

ଭୁବନେଶ୍ବର : ଆଜିଠୁ ଭୁବନେଶ୍ଵର-କଟକରେ ଗଡିଲା ‘ମୋ ବସ୍‌’। କରୋନା ମୁକାବିଲା ଲକ୍‌ ଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ‘ମୋ ବସ୍‌’ ଆଜିଠାରୁ ରାଜ୍ୟରେ ପୁଣି ଗଡିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର 7ଟି ରୁଟରେ ମୋ ବସ୍ ଚାଲିବ।

ମୋ ବସ୍‌ ଗଡ଼ିବାକୁ ଥିବା 7ଟି ରୁଟ୍‌ ଗୁଡ଼ିକ ହେଲା ଏୟାରପୋର୍ଟରୁ କଟକ, ସିଡିଏ, ନନ୍ଦନବିହାରରୁ ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନରୁ ସିଡିଏ ଭାୟା ରସୁଲଗଡ଼, ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ୍, ଡୁମୁଡୁମାରୁ ମଞ୍ଚେଶ୍ୱର ଓ ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ।

ତେବେ ଏସବୁ ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ହିଁ ଚଳାଚଳ କରିବ। ସମସ୍ତ ବସ୍ ସକାଳ 7ଟାରୁ ସଂଧ୍ୟା 7ଟା ଯାଏଁ ଯିବା ଆସିବା କରିବ। ତେବେ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହାଛଡ଼ା ବସରେ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ।  ଟିକେଟର ସଠିକ୍ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ। ସିଟ୍ ସଂଖ୍ୟକ ଯାତ୍ରୀ ଯାତ୍ରା କରିବେ।