Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଅନ୍ତିମ ଟେଷ୍ଟ: ୫୫ ରନରେ ଶେଷ ହେଲା ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ, ମହମ୍ମଦ ସିରାଜ ଚମତ୍କାର ବୋଲିଂ

ନୂଆଦିଲ୍ଲୀ: ଭାରତୀୟ ବୋଲରମାନେ ଚମତ୍କାର କରିଛନ୍ତି। ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ କେବଳ ୫୫ ରନ୍ ରେ ସୀମିତ ରହିଲା। ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ଗୋଟିଏ ବି ସେଶନ ଖେଳିପାରିଲେ ନାହିଁ। ଭାରତ ପାଇଁ ସିରାଜ ୬ ଟି ୱିକେଟ୍ ନେଇଥିଲେ। ବୁମରା ଏବଂ ମୁକେଶ କୁମାର ୨-୨ ୱିକେଟ୍ ନେଇଥିଲେ। ମଧ୍ୟାହ୍ନ ଭୋଜନ ଅଧିବେଶନ ପରେ ଭାରତୀୟ ଓପନର୍ ଇନିଂସ ଆରମ୍ଭ କରିବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଚେନ୍ନାଇ ଟେଷ୍ଟ: ଭାରତ ହାତରେ ଦ୍ଵିତୀୟ ଟେଷ୍ଟ, ଜିତିବା ଲାଗି ଆବଶ୍ୟକ ୭ ଟି ୱିକେଟ

ଚେନ୍ନାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟର ଆଜି ତୃତୀୟ ଦିନ ଖେଳ ସମାପ୍ତ ହୋଇଛି। ଭାରତ ଦ୍ଵିତୀୟ ଇନିଂସରେ ଇଂଲଣ୍ଡକୁ ୪୮୨ ରନ ଟାର୍ଗେଟ ଦେଇଛି। ଜବାବରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୩ ରନରେ ୩ ଟି ୱିକେଟ ହରାଇଛି। ଏହି ମ୍ୟାଚ ଜିତିବା ଲାଗି କୋହଲୀ ବାହିନୀକୁ ଆଉ ଇଂଲଣ୍ଡର ୭ ଟି ୱିକେଟ ଆବଶ୍ୟକ କରୁଛି।

ଆଜିର ଦିନଟି ସ୍ଥାନୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ଵିନୀଙ୍କ ନାମରେ ରହିଛି। ସେ ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଛନ୍ତି। ଅଶ୍ଵିନୀ ଆଜି ଚମତ୍କାର ୧୦୬ ରନ ସଂଗ୍ରହ କରିଥିଲେ। ଏହା ସହିତ ଅଧିନାୟକ ବିରାଟ କୋହଲୀ ମଧ୍ୟ ୬୨ ରନର ପାଳି ଖେଳିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦମ୍ ଦେଖାଇଲା ଭାରତ: ଇଂଲଣ୍ଡ ୧୩୪ ରନରେ ଅଲଆଉଟ

ଚେନ୍ନାଇ: ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିବସର ଖେଳ ଜାରି ରହିଛି। ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ବିରାଟ ବାହିନୀ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୩୨୯ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡର ପ୍ରଥମ ଇନିଂସରେ ବ୍ୟାଟିଂ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଜୋ ରୁଟଙ୍କ ଦଳ ମାତ୍ର ୧୩୪ ରନରେ ସମସ୍ତ ୱିକେଟ ହରାଇ ବିପଦରେ ପଡିଛି। ତେବେ ଭ୍ରମଣକାରୀ ଦଳ ୨୧୮ ରନରେ ଭାରତ ଠାରୁ ପଛରେ ଅଛି।

ଇଂଲଣ୍ଡ ବ୍ୟାଟିଂ:

୧- ଜୋସେଫ ବର୍ନ୍ସ- ୦୦

୨- ଡମ ଶିବ୍ଲି- ୧୬

୩- ଡାନ ଲରେନ୍ସ- ୦୯

୪- ଜୋ ରୁଟ- ୦୬

୫- ବେନ ଷ୍ଟ୍ରୋକ୍ସ- ୧୮

୬- ଓଲ୍ଲୀ ପୋପ- ୨୨

୭- ବେନ ଫୋକ୍ସ- ୪୨

୮- ମୋଇନ ଅଲ୍ଲି- ୦୬

୯- ଓଲ୍ଲୀ ଷ୍ଟୋନ- ୦୧

୧୦- ଜ୍ୟାକ ଲିଚ- ୦୫

୧୧- ଷ୍ଟୁଆର୍ଟ ବ୍ରଡ- ୦୦

ଭାରତ ବୋଲିଂ:

ରବିଚନ୍ଦ୍ରନ ଆସିନୀ ସର୍ବାଧିକ ୫ ଟି ୱିକେଟ ନେଇଥିବା ବେଳେ ଇଶାନ୍ତ ଶର୍ମା, ଅକ୍ଶର ପଟେଲ ଦୁଇଟି ଲେଖାଏଁ ଏବଂ ମହମ୍ମଦ ସିରାଜ ୧ ଟି ୱିକେଟ ଅକ୍ତିଆର କରିଥିଲେ।

 

 

Categories
ଆଜିର ଖବର ଖେଳ ଜାତୀୟ ଖବର

ଦ୍ଵିତୀୟ ଟେଷ୍ଟ: ଇଂଲଣ୍ଡ ବିରୋଧରେ ଭାରତର ପ୍ରଥମ ଇନିଂସରେ ୩୨୯ ରନ

ଚେନ୍ନାଇ: ଦ୍ଵିତୀୟ ଟେଷ୍ଟ ପ୍ରଥମ ଇନିଂସରେ ଇଂଲଣ୍ଡ ବିରୋଧରେ ଭାରତ ୩୨୯ ରନରେ ଅଲଆଉଟ ହୋଇଯାଇଛି। ଭାରତ ୩୦୦/୬ ରନରୁ ଖେଳ ଆରମ୍ଭ କରି ଆଜି ମାତ୍ର ଆଉ ୨୯ ରନ ଯୋଡ଼ି ସମସ୍ତ ୱିକେଟ ହରାଇଥିଲା। ଆଜି ୱିକେଟ କିପର ରିଷଭ ପନ୍ତ  ପ୍ରଥମ ଇନିଂସ ଖେଳ ଶେଷ ପର୍ଯ୍ୟନ୍ତ ୫୮ ରନରେ ଅପରାଜିତ ଥିଲେ।

୧- ରୋହିତ ଶର୍ମା- ୧୬୧

୨- ଶୁବମାନ ଗିଲ- ୦୦

୩- ଚେତେଶ୍ଵର ପୂଜାରା- ୨୧

୪- ବିରାଟ କୋହଲୀ- ୦୦

୫- ଅଜିଙ୍କ୍ୟ ରାହାଣେ- ୬୭

୬- ରିଷଭ ପନ୍ତ- ୫୮ (ଅପରାଜିତ)

୭- ରବିଚନ୍ଦ୍ରନ ଅଶ୍ଵିନୀ- ୧୩

୮- ଅକ୍ଶର ପଟେଲ- ୫

୯- ଇଶାନ୍ତ ଶର୍ମା- ୦୦

୧୦- କୁଳଦୀପ ଶର୍ମା- ୦୦

୧୧- ମହମ୍ମଦ ସିରାଜ- ୪

ଇଂଲଣ୍ଡ ବୋଲିଂ:

ମୋଇନ ଅଲ୍ଲି ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ଓଲ୍ଲୀ ଷ୍ଟୋନ ୩ ଟି ୱିକେଟ, ଜ୍ୟାକ ଲିଚ ୨ ଟି ୱିକେଟ ଏବଂ ଜୋ ରୁଟ ୧ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଫର୍ମକୁ ଫେରିଲେ ରୋହିତ ଶର୍ମା: ପ୍ରଥମ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ଭାରତ ୩୦୦/୬

ଚେନ୍ନାଇ: ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ଇଂଲଣ୍ଡ ବିପକ୍ଷରେ ୩୦୦ ରନ ସଂଗ୍ରହ କରିଛି। ଟସ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ କୌଣସି ରନ କରିବା ପୂର୍ବରୁ ଓଲ୍ଲୀ ଷ୍ଟୋନଙ୍କ ବଲରେ ଏଲବିଡବ୍ଲୁ  ଆଉଟ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଚେତେଶ୍ଵର ପୂଜାରା ପଡ଼ିଆକୁ ଆସିଥିଲେ। ହେଲେ ସେ ଜ୍ୟାକ ଲିଚଙ୍କ ବଲରେ ମାତ୍ର ୨୧ ରନ କରି ଆଉଟ ହୋଇଯାଇଥିଲେ। ପରେ ଅଧିନାୟକ ବିରାଟ କୋହଲୀ ବ୍ୟାଟିଂରେ ବିଫଳ ହୋଇ ଶୂନ୍ୟରେ ଆଉଟ ହୋଇଥିଲେ।

ଭାରତ ୮୬ ରନରେ ୩ ଟି ୱିକେଟ ହରାଇ ବିପଦରେ ପଡିଥିବା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେ ଦଳ ପାଇଁ ୧୬୨ ରନ ଯୋଡ଼ିଥିଲେ। ରୋହିତ ୧୬୧ ରନରେ ଜ୍ୟାକ ଲିଚଙ୍କ ବଲରେ ଏବଂ ଅଜିଙ୍କ୍ୟ ମୋଇନ ଅଲିଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ।

ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୱିକେଟ କିପର ରିଷଭ ପନ୍ତ  ୩୩ ରନ ଏବଂ ଅକ୍ସର ପଟେଲ ୫ ରନ କରି ବ୍ୟାଟିଂ ଜାରି ରଖିଛନ୍ତି। ତା’ ପୂର୍ବରୁ ରବିଚନ୍ଦ୍ରନ ଅଶ୍ଵିନୀ ମାତ୍ର ୧୩ ରନ କରି ଜୋ ରୁଟଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଇଂଲଣ୍ଡ ପକ୍ଷରୁ ଜ୍ୟାକ ଲିଚ ଏବଂ ମୋଇନ ଅଲି ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଓଲ୍ଲୀ ଷ୍ଟୋନ ଏବଂ ଜୋ ରୁଟ ୧ ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି।

Categories
ଆଜିର ଖବର ଖେଳ

ଅଷ୍ଟ୍ରେଲିଆ ଠାରୁ ଭାରତର ବୃହତ ବିଜୟ: ସିରିଜ ୧-୧ ରେ ବରାବର

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ଟେଷ୍ଟକୁ ନିଜ ନାମରେ କରିଛି ଅଜିଙ୍କ୍ୟ ବାହିନୀ। ଏହି ଟେଷ୍ଟ ଚତୁର୍ଥ ଦିନରେ ଭାରତ ୮ ୱିକେଟ ରେ ବିଜୟ ହୋଇ ସିରିଜକୁ ୧-୧ ରେ ବରାବର କରିଛି।

ଗତକାଲି ଅଷ୍ଟ୍ରେଲିଆ ୬ ୱିକେଟରେ ୧୩୩ ରନରୁ ଖେଳ ଆରମ୍ଭ କରି ୨୦୦ ରନରେ ସମସ୍ତ ୱିକେଟ ହରାଇଥିଲା। ଭାରତକୁ ୭୦ ରନର ବିଜୟ ଲକ୍ଷ ଥିଲା ବେଳେ ଦଳ ୨ ୱିକେଟ ହରାଇ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଯଶପ୍ରିତ ବୁମରାହ ୪ ୱିକେଟ ଅକ୍ତିଆର କରିଥିଲା ବେଳେ ରବିଚନ୍ଦ୍ରନ ଅଶ୍ଵିନୀ ୩ ଟି ହାସଲ କରିଥିଲେ। ସେହିପରି ଏହି ଟେଷ୍ଟରେ ପଦାର୍ପଣ କରିଥିବା ଶୁବମାନ ଗିଲ ୩୬ ବଲରେ ୩୫ ରନ କରି ଅପରାଜିତ ଥିଲା ବେଳେ ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୭ ରନ କରି ଦଳକୁ ବିଜୟ କରାଇଥିଲେ।

Categories
ଆଜିର ଖବର ଖେଳ

ଅଷ୍ଟ୍ରେଲିଆ ବନାମ ଭାରତ: ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଅଧିନାୟକ ରାହାଣେଙ୍କ ଦମଦାର ଶତକ

ମେଲବର୍ଣ୍ଣ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ଜାରି ରହିଛି। ଏହି ମ୍ୟାଚର ଦ୍ଵିତୀୟ ଦିନରେ ଅଜିଙ୍କ୍ୟ ୧୯୬ ଟି ବଲରେ ୧୦୦ ରନ କରି ବ୍ୟାଟିଂ ଜାରି ରଖିଛନ୍ତି।

ତେବେ ଭାରତ ୫ ଟି ୱିକେଟ ହରାଇ ସଂଗ୍ରହ କରିଛି ୨୭୭ ରନ। ଗତକାଲି ମୟଙ୍କ ଅଗ୍ରୱାଲଙ୍କ ୱିକେଟ ହରାଇଥିବା ବେଳେ ଆଜି ଭାରତ ଆଉ ୪ ଟି ମୁଲ୍ୟବାନ ୱିକେଟ ହରାଇ ୨୭୭ ରନରେ ପହଞ୍ଚିଛି। ବର୍ତ୍ତମାନ ରାହାଣେଙ୍କ ସହ ରବୀନ୍ଦ୍ର ଜାଡ଼େଜା ୪୦ ରନ କରି ବ୍ୟାଟିଂ କରୁଛନ୍ତି।

ଆଜି ଶୁବମାନ ଗିଲ ୪୫ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଚେତେଶ୍ଵର ପୂଜାରା ୧୭ ରନ, ହନୁମା ବିହାରୀ ୨୧, ଋଷଭ ପନ୍ତ ୨୯ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଏହା ସହିତ ଭାରତ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଠାରୁ ଏପର୍ଯ୍ୟନ୍ତ ୮୩ ରନରେ ଅଗ୍ରଣୀ ହୋଇଥିବା ବେଳେ ହାତରେ ଆଉ ୫ ଟି ୱିକେଟ ଅଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଅଷ୍ଟ୍ରେଲିଆ ପ୍ରଥମ ଦିନରେ ୧୯୫ ରନ କରି ସମସ୍ତ ୱିକେଟ ହରାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଦ୍ଵିତୀୟ ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ପଦାର୍ପଣ କରିବେ ଏହି ଦୁଇ ଖେଳାଳି

ମେଲବର୍ଣ୍ଣ: ପ୍ରଥମ ଟେଷ୍ଟରେ ଭାରତର ପରାଜୟ ପରେ ମେଲବର୍ଣ୍ଣରେ ହେବାକୁ ଦ୍ଵିତୀୟ ଟେଷ୍ଟ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଆଡିଲେଡ ଟେଷ୍ଟ ପରେ ଭାରତୀୟ ଅଧିନାୟକ ବିରାଟ କୋହିଲି ସ୍ଵଦେଶ ଫେରି ଆସିଥିବା ବେଳେ ଅଜିଙ୍କ୍ୟ ରାହେଣେ ଏହି ଟେଷ୍ଟରେ ଦଳର ଅଧିନାୟିକତ୍ଵ କରିବେ। ଉପ-ଅଧିନାୟକ ଭୂମିକାରେ ଚେତେଶ୍ଵର ପୂଜାରା ପଡିଆକୁ ଓହ୍ଲାଇବେ।

ତେବେ ଭାରତୀୟ ଦଳ ଆସନ୍ତାକାଲିର ଟେଷ୍ଟ ପାଇଁ ପ୍ଲେଇଙ୍ଗ ଏକାଦଶ ଘୋଷଣା କରାଯାଇଛି। ଶୁଭମନ ଗିଲ୍ ଏବଂ ମହମ୍ମଦ ସିରାଜ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ୱିକେଟ କିପର ଦାୟିତ୍ଵ ଋଷଭ ପନ୍ତ ସମ୍ବାଳିବେ। ସେହିପରି ଆହତ ହୋଇ ପ୍ରଥମ ଟେଷ୍ଟରେ ବିଶ୍ରାମ ନେଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଏହି ଟେଷ୍ଟ ଖେଳିବାକୁ ସୁଯୋଗ ପାଇବେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଟେଷ୍ଟର ପରାଜୟ ପରେ ଭାରତୀୟ ଦଳ ଏହି ଶୃଙ୍ଖଳରେ ଅଷ୍ଟ୍ରେଲିଆ ଠାରୁ ୧-୦ ରେ ପଛରେ ଅଛି। ଶୃଙ୍ଖଳକୁ ଫେରିବାକୁ ହେଲେ ଏହି ମ୍ୟାଚରେ ଅଜିଙ୍କ୍ୟ ନେତୃତ୍ଵାଧୀନ ଭାରତୀୟ ଦଳକୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ଦ୍ବିତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଏକାଦଶ:

ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଚେତେଶ୍ବର ପୂଜାରା (ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ,  ହନୁମନ ବିହାରୀ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଆର ଅଶ୍ବିନ, ଉମେଶ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ।