Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ଦ୍ଵିତୀୟ ତ୍ରୟମାସ ନେଟ ଲାଭ ୫୦୫୮ କୋଟି ଟଙ୍କା; ଗତ ବର୍ଷ ଠାରୁ ୧୨ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୟମାସରେ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ର ନେଟ ଲାଭ ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପାଇଁ ୫୦୫୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ବର୍ଷ ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୫୧୮ କୋଟି ଟଙ୍କା ରହିଥିଲା।

ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୯.୮ ପ୍ରତିଶତ ବୃଦ୍ଧି ସହିତ ୨୪୭୫୦ କୋଟି ଟଙ୍କା ରହିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଓ ସର୍ବାଧିକ ରାଜସ୍ବ ବଜାର ଅଂଶ ସହିତ ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ହୋଇଥିବା ବେଳେ ଦ୍ରୁତ ଗତିରେ ଏହାର ୫ଜି ନେଟୱାର୍କର ସମ୍ପ୍ରସାରଣ ଜାରି ରଖିଛି। ଦେଶରେ ଏବେ ରହିଥିବା ମୋଟ ୫ଜି ନେଟୱାର୍କର ୮୫ ପ୍ରତିଶତ ଜିଓ ସ୍ଥାପନା କରିଛି । ନିକଟରେ କମ୍ପାନୀ ପକ୍ଷରୁ ଦେଶର ପ୍ରମୁଖ ସହରଗୁଡିକରେ ଜିଓ ଏୟାର ଫାଇବର ସେବା ଶୁଭାରମ୍ଭ କରାଯାଇଛି ।