Categories
ଆଞ୍ଚଳିକ

ବାଲୁଗାଁରେ ଜାତୀୟ ଆୟୁର୍ବେଦ ଦିବସ ତଥା ଧନ୍ଵନ୍ତରୀ ଜୟନ୍ତୀ ପାଳିତ

ଭୁବନେଶ୍ବର: ଭାରତୀୟ ଚିକିତ୍ସା ବିଜ୍ଞାନ ର ଆଦିପ୍ରବର୍ତକ ଭଗବାନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ପୁରାତନ ଆୟୁର୍ବେଦିକ ପ୍ରତିଷ୍ଠାନ ଶ୍ରୀ ପୁରୁଷୋତ୍ତମ ଆୟୁର୍ବେଦିକ ଚିକିତ୍ସା ମନ୍ଦିର, ପକ୍ଷରୁ ପାଳିତ ହୋଇ ଯାଇଛି।

ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଅନୁଷ୍ଠିତ ଏହି ସମାରୋହରେ ପାରମ୍ପରିକ ଭାବେ ଜୀବ ଜଗତ ଓ ପ୍ରାଣୀ ସମାଜ ର କଲ୍ୟାଣ ପାଇଁ ଭଗବାନ ଧନ୍ଵନ୍ତରୀ ଙ୍କୁ ପ୍ରିୟ ଔଷଧ ଵୃକ୍ଷ ରପୁଷ୍ପ ଘୃତ କୁମାରୀ ଅର୍ପଣ କରାଯାଇ ମଙ୍ଗଳ ଆଳତି,ପୂଜାର୍ଚ୍ଚନା, ସ୍ତୁତି ଗାନ,ହୋମ, ପୁରାତନ ଆୟୁର୍ବେଦିକ ଗ୍ରନ୍ଥ ଚରକ ସଂହିତା, ସୁଶୃତ ସଂହିତା, ଚକ୍ରଦତ୍ତ, ମାଧବ କର ନିଦାନ ଆଦି ବିରଳ ଗ୍ରନ୍ଥ ପୂଜା ସହିତ, ଆୟୁର୍ବେଦିକ ଶଲ୍ୟ ଉପକରଣ, ଔଷଧ ଆଦି କୁ ଆଚାର୍ଯ୍ୟ ଶରତ ଚନ୍ଦ୍ର ମିଶ୍ର ଙ୍କ ପୋୖରହିତ ରେ ପୂଜାର୍ଚ୍ଚନା କରାଯାଇଥିଲା।

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆହୁତ ଅଷ୍ଟମ ଜାତୀୟ ଆୟୁର୍ବେଦ ଦିବସ ର ବାର୍ତ୍ତା “ସବୁଦିନ ସମସ୍ତଙ୍କ ପାଇଁ ଆୟୁର୍ବେଦ” (ଆୟୁର୍ବେଦ ଫର ଓୟାନ ହେଲଥ)ର ମୁଖ୍ୟ ଉଦେଶ୍ୟ ଆୟୁର୍ବେଦ ଦ୍ୱାରା ସୁସ୍ଥ ଓ ସୁଖ ମୟ ଜୀବନ ଧାରଣ ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଙ୍କୁ ଅବଗତ କରାଯାଇଥିଲା। ଆମ୍ଭେମାନେ ବୃକ୍ଷଲତା ର ଔଷଧିୟ ତତ୍ୱ ସମ୍ପର୍କରେ ଅବଗତ ହେଲେ ତାକୁ ଠିକ ସମୟରେ ଉପଯୋଗ କରି ରୋଗ ମୁକ୍ତହେବା ଓ ବହୁ ଦିନ ପର୍ଯ୍ୟନ୍ତ ଆମେମାନେ ବଞ୍ଚିପାରିବା ସହିତ ସମସ୍ତ ପ୍ରାଣୀ ସମାଜ ,ପ୍ରକୃତି ଓ ପରିବେଶ କୁ ସୁରକ୍ଷା ଦେଇପାରିବା ବୋଲି ସମସ୍ତଙ୍କୁ ଅବଗତ କରାଯାଇଥିଲା।

ଡା ତ୍ରୈଲୋକ୍ୟ ନାଥ ମହାରଣା ଙ୍କ ପୌରହିତ୍ୟ କାର୍ଯ୍ୟକ୍ରମ ରେ ଆୟୁଷ ମେଡିକାଲ ଅଫିସର ଡା ଟୁନି ମହାରଣା ,ଡା ସୌରଭ ସୌମ୍ୟ ରଂଜନ ମହାରଣା,ଡା ସୌଭାଗ୍ୟ ମଞ୍ଜରୀ, ଆୟୁଷ ସ୍କଲାର ସୌମା ସୋନାଲି,ସ୍ଥାନୀୟ ବୁଦ୍ଧିଜୀବୀ ଦିଗାମ୍ବର ମହାପାତ୍ର, ସାମ୍ବାଦିକ ଭିକାରୀ ପ୍ରଧାନ, ଲାବଣ୍ୟ ଦେବୀ, କବିରାଜ କୃଷ୍ନ ଚନ୍ଦ୍ର ମହାରଣା, ସର୍ବେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନ ର ପ୍ରତିଷ୍ଠାତା କବିରାଜ ଗୋପୀନାଥ ମହାରଣାଙ୍କ ଲିଖିତ ଆୟୁର୍ବେଦ ସ୍ୱାସ୍ଥ୍ୟ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ରୋଗୀ ଓ ସାଧାରଣ ଜନତା ଭଗବାନ ଧନ୍ଵନ୍ତରୀ ଙ୍କ ଦର୍ଶନ କରି ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ

ଭୁବନେଶ୍ବର: ଦୁଇ ଦିନ ଧରି ଗଂଜାମ ଜିଲ୍ଲାର ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆୟୁବେଦ ପ୍ରବର୍ତକ ଭଗବାନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ଓ ଅଷ୍ଟମ ଜାତୀୟ ଆୟୁର୍ବେଦ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ଗତ କାଲି ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ସବୁ ଦିନ ସମସ୍ତ ଙ୍କ ପାଇଁ ଆୟୁର୍ବେଦ ଶୀର୍ଷକ ଏକ ପଥପ୍ରାନ୍ତ ନାଟକ ବ୍ରହ୍ମ ପୁର ଆସିକା କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ପାର୍ଶ୍ଵରେ ପ୍ରଦର୍ଶନ କରିଥିଲେ।ଆଜି ସକାଳୁ ଆୟୁର୍ବେଦ ସଚେତନତା ସୃଷ୍ଟି କରିବା ପାଇଁ ଏକ ବାଇକ ରାଲି ଓ ସଚେତନତା ଶୋଭାଯାତ୍ରା ସମସ୍ତ ଛାତ୍ର ଛାତ୍ରୀ ଙ୍କ ପକ୍ଷ ରୁ ହୋଇଥିଲା।

ବାଇକ ରାଲି ବ୍ରହ୍ମ ପୁର ପର୍ଯ୍ୟନ୍ତ ଯାଇଥିବା ବେଳେ, ସଚେତନତା ରାଲି ସମଗ୍ର ଆଙ୍କୁଶପୁର ପରିକ୍ରମା କରିଥିଲା।ସ୍ଥାନୀୟ ଜନସାଧାରଣ ଆୟୁର୍ବେଦ ସମ୍ପର୍କରେ ଏହି ସମସ୍ତ କାର୍ଯ୍ୟକ୍ରମ ଓ ସଚେତନତା ଅଭିଯାନ ରାଲି କୁ ଉପଭୋଗ କରିଥିଲେ

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭଗବାନ ଧନ୍ଵନ୍ତରୀ: ହଜାରେ ଅଧ୍ୟାୟ ବିଶିଷ୍ଠ ଚିକିତ୍ସା ଗ୍ରନ୍ଥ ଲେଖି ବିଶ୍ବକୁ କରିଥିଲେ ଚକିତ

ଡା ତ୍ରୈଲୋକ୍ୟନାଥ ମହାରଣା

ସୃଷ୍ଟି ସର୍ଜନା ପରେ ମନୁଷ୍ୟ ଓ ପ୍ରାଣୀ ସମାଜ ର ଦୀର୍ଘାୟୁ ଓ କଲ୍ୟାଣ ନିମନ୍ତେ ଆୟୁର୍ବେଦ ଚିକିତ୍ସା କୁ ପ୍ରତିପାଦନ କରାଯାଇଛି। ଭଗବାନ ଧନ୍ଵନ୍ତରୀ ଏହି ଶାଶ୍ୱତ ଭାରତୀୟ ଚିକିତ୍ସା ବିଜ୍ଞାନ ର ଆଦି ପ୍ରବର୍ତକ। ଏକ ଲକ୍ଷ ଶ୍ଳୋକ ବିଶିଷ୍ଟ ହଜାର ଅଧ୍ୟାୟ ର ଆୟୁର୍ବେଦ କୁ ମନୁଷ୍ୟ ର ଆୟୁ କୁ ବିବେଚନା କରି ଭଗବାନ ଧନ୍ଵନ୍ତରୀ ଏହାକୁ ଆଠ ଭାଗରେ ବିଭକ୍ତ କରିଥିଲେ।ଯଥା ୧.ଶଲ୍ୟ ତନ୍ତ୍, ୨.ଶାଲକ୍ୟ ତନ୍ତ୍ର(ENT),  ୩.କାୟ ଚିକିତ୍ସା( ଔଷଧ), ୪.ଭୂତ ତନ୍ତ୍ର ବା ମାନସ ରୋଗ ତନ୍ତ୍ର(ସାଇକିଆ ଟ୍ରିକ), ୫.ଅଗଦ ତନ୍ତ୍ର(ଟୋକ୍ସକୋଲୋଜି), ୬.ରସାୟନ ତନ୍ତ୍ର, ୭.ବାଜୀ କରଣ ତନ୍ତ, ୮.କୁମାର ତନ୍ତ୍ର ବା କୌମାର ତନ୍ତ୍ର(ଡିଜିଜ ଅଫ ଚିଲଡ୍ରେନ)।

ଆୟୁର୍ବେଦ କୁ ଶଲ୍ୟ ପ୍ରଧାନ ଚିକିତ୍ସା ଗ୍ରନ୍ଥ ର ମାନ୍ୟତା ମିଳେ।ଏଥିରେ ଶରୀର ର ରଚନା, ଶରୀର କ୍ରିୟା, ଶରୀର ମଧ୍ୟରେ ଦୃଶ୍ୟମାନ ଜୀବାଣୁ, ଭୂତାଣୁ, ରକ୍ତ ଶୋଧନ ପଦ୍ଧତି, ଅଙ୍ଗ ପ୍ରତି ରୋପଣ, ଧାତୁ ନିର୍ମିତ ଅଙ୍ଗ ର ପ୍ରତି ରୋପଣ, ଆଶୁ ପ୍ରସବ, ଅଙ୍ଗ ପ୍ରତିରୋପଣ ବା ପ୍ଲାଷ୍ଟିକ ସର୍ଜରୀ ଆଦି ସମ୍ପର୍କରେ ବର୍ଣନାରହିଛି।ଧନ୍ଵନ୍ତରୀ ମାତୃ ଗର୍ଭାଶୟ ରୁ ଗର୍ଭ ରକ୍ଷା ଶୈଳୀ ସମ୍ପର୍କରେ ଓ ମୃତ ଗର୍ଭ ନିଷ୍କାସନ ସମ୍ପର୍କରେ ବିସ୍ତ୍ରୁତ ଭାବରେ ବର୍ଣନାକରିଛନ୍ତି।

ଧନ୍ଵନ୍ତରୀଙ୍କ ପ୍ରମୁଖ ଶିଷ୍ୟ ମଧ୍ୟରେ ସୁଶୃତ ଶଲ୍ୟ ପ୍ରଧାନ ଆୟୁର୍ବେଦ ଗ୍ରନ୍ଥ “ଶ୍ରୁଶୃତ ସଂହିତା”ରଚନା କରି ଆଜି ଫାଦର ଅଫ ସର୍ଜରୀ ନାମରେ ପୃଥିବୀ ପ୍ରସିଦ୍ଧ ହୋଇପାରିଛନ୍ତି।ଏହି ଗ୍ରନ୍ଥରେ ସେ ବିଭିନ୍ନ ଶଲ୍ୟ ଯନ୍ତ୍ରପାତି ଉଲ୍ଲେଖ କରିଛନ୍ତି ଯଥା. ସ୍ବସ୍ତିକ ଯନ୍ତ୍ର, ସିହ୍ନମୁଖୀ ଯନ୍ତ୍ର, ସଂଦଶ ଯନ୍ତ୍ର, ଶବ ବ୍ୟବଚ୍ଛେଦ ଯନ୍ତ୍ର, ଯୋନି ପରୀକ୍ଷୟଯନ୍ତ୍ର, ଏଶନୀ ଯନ୍ତ୍ର, କ୍ୟାଥେଟର ଆଦି ବିଭିନ୍ନ ପ୍ରକାର ଅପରେସନ ସହାୟକ ଯନ୍ତ୍ରପାତି ନେଇ ଏହି ଗ୍ରନ୍ଥରେ ସେ ଉଲ୍ଲେଖ କରିଛନ୍ତି।

ଆୟୁର୍ବେଦ ଗ୍ରନ୍ଥରେ ପ୍ରଥମ ପର୍ଯ୍ୟାୟରେ ଚିକିତ୍ସା କରିବା ପୂର୍ବରୁ ଚିକିତ୍ସିତ ବା ଡାକ୍ତର ମଧ୍ୟରେ ଚାରିତ୍ରିକ ଗୁଣ ସର୍ବଦା ରହିବା ବାଞ୍ଛାନିୟ ବୋଲି କୁହାଯାଇଛି।ଡାକ୍ତର ଶୁଦ୍ଧ, ଦକ୍ଷ,କର୍ମଠ, କର୍ତ୍ତବ୍ୟ ପରାୟଣ ବୋଧ, ଅର୍ଥ ଲାଭ ଆଶା କୁ ପରିତ୍ୟାଗ କରିବାକୁ କୁହାଯାଇଛି। ଡାକ୍ତର ରୋଗୀ ଚିକିତ୍ସା କରିବା ଫଳରେ ଧର୍ମ, ଅର୍ଥ, କାମ, ମୋକ୍ଷ ପରି ଚତୃ ବର୍ଗଫଳ ପ୍ରାପ୍ତି ହୋଇଥାଏବୋଲି କୁହାଯାଇଛି।

କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ନଭେମ୍ବର୧୧ ରେ ଭଗବାନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ଧନ୍ଵନ୍ତରୀ ଙ୍କୁ ଆବାହନ, ପୂଜା କରି ବା ଦ୍ୱାରା ଘରେ ସୁଖ ଶାନ୍ତି, ନିରୋଗ ଆସିଥାଏ। ବିଭିନ୍ନ ଆୟୁର୍ବେଦିକ କଲେଜ, ଆୟୁର୍ବେଦ ଔଷଧୀୟ ଭଣ୍ଡାର, ବୈଦ୍ୟ,କବିରାଜ ମାନେ ଏହିଦିନ ନିଜ ନିଜ ଅନୁଷ୍ଠାନ ଓ ଘରେ ଆଦି ଚିକିତ୍ସା ପ୍ରବର୍ତକ ଭଗବାନ ଧନ୍ଵନ୍ତରୀ ଙ୍କ ପୂଜା କରିଥାନ୍ତି।

ଡା ତ୍ରୈଲୋକ୍ୟନାଥ ମହାରଣା
ଶ୍ରୀ ପୁରୁଷୋତ୍ତମ ଆୟୁର୍ବେଦିକ ଚିକିତ୍ସା ମନ୍ଦିର, ବାଲୁଗାଁ,ଖୋର୍ଦ୍ଧା
ମୋ -୯୪୩୭୩୬୫୭୨୨