Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଏନ୍‌ଫୋରସମେଂଟ୍ ଟିମ୍ ଦ୍ୱାରା ଧରାପଡିଲା ୪ଟି ଧାନ ବୋଝେଇ ଟ୍ରକ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଉପଖଣ୍ଡରେ ଦିନକୁ ଦିନ ବାହାର ଜିଲ୍ଲାରୁ ଧାନ ଆସି ବିକ୍ରି ହେବା ସହ ଚାଷୀକୁ କମ୍ ଦରରେ ଧାନର ମୂଲ୍ୟ ଦେଉଥିବା ଜଣା ପଡିଛି। ଏଇ କିଛି ଦିନ ହେଲା ରେଢାଖୋଲ ଉପଖଣ୍ଡରେ ଏପରି ଧାନ ଚାଲାଣ ହେଉଥିବା ବେଳେ ଆଜି ପ୍ରଶାସନ ଚେଇଁ ଉଠିଛି।

ପ୍ରକାଶ ଯେ, ଆଜି ବାହାର ଜିଲ୍ଲାରୁ ଧାନ ଚାଲଣ ହେଉଥିବା ଏନ୍‌ଫୋରସମେଂଟ୍ ଟିମ୍ ଖବର ପାଇ ଜାତୀୟ ରାଜପଥ ଦେଶୀ ମଦଭାଟି ଠାରେ ୪ଟି ଟ୍ରକ୍ କୁ ଅଟକାଇଥିଲେ। ପଚରାଉଚୁରା ବେଳେ ବାହାର ଜିଲ୍ଲାରୁ ଧାନ ଆସିଥିବା ଜଣା ପଡିଥିଲା। ଏହି ଟିମ୍ ଟ୍ରକ୍ ୪ ଟିକୁ ଜବତ କରି ରେଢାଖୋଲ ଥାନାରେ ରଖାଯାଇଛି।

ଯାହା ସୂଚନା ମିଳୁଛି,ଏହି ଧାନ ବେପାରୀମାନେ ବାହାର ଜିଲ୍ଲାରୁ ଚାଷୀଙ୍କ ଠାରୁ କମ୍ ଦରରେ ଆଣି ମିଲ୍ ବାଲା ସହ ସଲାସୁତୁରା କରି ବିକ୍ରି କରିଥାନ୍ତି। ଏଥିରେ ମିଲର୍ ମାନଙ୍କର ପ୍ରଚ୍ଛନ୍ନ ହାତ ଥାଏ। ସରକାର ଗାଡି ଭଡା ସହ ବସ୍ତା ବାବଦକୁ ଖର୍ଚ୍ଚ ସହ ଲୋଡ୍ ଅନଲୋଡିଙ୍ଗ ଆଦି ଖର୍ଚ୍ଚ ମଧ୍ୟ ଦେଇଥାନ୍ତି। ମିଲ୍ ର ଏସବୁ ଚୋରା ବେପାରିକୁ ନ ଦେଇ ନିଜେ ହଡପ୍ କରିଥାଏ ଏବଂ ବେପାରିମାନଙ୍କର ଧାନକୁ ମିଲରେ ଅନଲୋଡ୍ କରିଥାଏ। ମିଲର ମାନେ ଫାଇଦା ଉଠାଇବା ପାଇଁ ବାହାର ଜିଲ୍ଲାର ଧାନକୁ ଚୋରା ବେପାରୀ ମାଧ୍ୟମରେ କିଣି ଥାଏ।

ଏହି ଚଢଉରେ ରେଢାଖୋଲ ଉପଜିଲ୍ଲାପାଳ ପଦ୍ମନାଭ ବେହେରା, ଉପଖଣ୍ଡଯୋଗାଣ ଅଧିକାରୀ ବିଗ୍ନରାଜ ମହାପାତ୍ର, ସହନିବନ୍ଧକ ରାମକୃଷ୍ନ ମେହେର ପ୍ରମୁଖ ସାମିଲ ହୋଇଥିଲେ।