Categories
ଆଜିର ଖବର ରାଜ୍ୟ ଖବର

ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଜେପି ବିଧାୟକ

ଭୁବନେଶ୍ବର: ଆଜି ବିଧାନସଭାରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ରାଜ୍ୟରେ ଧାନ ମଣ୍ଡି ସମସ୍ୟାକୁ ନେଇ ଦେବଗଡ ବିଧାୟକ ଆତ୍ମହତ୍ୟା କରିବେ ବୋଲି ଧାମ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କହିଛନ୍ତି।

ବିଧାନସଭାର ପ୍ରଶ୍ନ କାଳରେ ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଟୋକାନ ସମସ୍ୟା ଯୋଗୁଁ ଚାଷୀ ନାହିଁ ନଥିବା ହଇରାଣ ହେଉଛନ୍ତି ବୋଲି ସେ ବିଧାନସଭା ଗୃହରେ କହିଥିଲେ।