Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୦ ତାରିଖରେ ହେବ ଧାମନଗର ଏନଏସି ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ହେବ ଧାମନଗର ଏନଏସିର ଉପାଧ୍ୟକ୍ଷ ନିର୍ବାଚନ। ଆଜି ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ଏହି ଏନଏସିର ଉପାଧ୍ୟକ୍ଷ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ଏନଏସି ଅଧ୍ୟକ୍ଷ ଏହି ବିଜ୍ଞପ୍ତି ପ୍ରକାଶ କରିବେ ବୋଲି କୁହାଯାଇଛି।

ସେହିପରି ୨୦ ତାରିଖରେ ନାମାଙ୍କନପତ୍ର ଦାଖଲ, ଯାଞ୍ଚ ଏବଂ ଯଦି ଆବଶ୍ୟକ ହୁଏ ତେବେ ନିର୍ବାଚନ କରାଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ନିର୍ବାଚନ ହେଲେ ସେହିଦିନ ହିଁ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ଏହି ଏନଏସିର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇପାରି ନ ଥିଲା।