Categories
ଆଜିର ଖବର ରାଜ୍ୟ ଖବର

ମହାନଦୀରେ ବୁଡି ଦୁଇ ଭାଇ ମୃତ

ବୌଦ୍ଧ : ମହାନଦୀରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ହରଭଙ୍ଗା ଥାନା ଅରଖପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମହାନଦୀରେ ଗାଧେଇବା ବେଳେ ବୁଡିଯାଇ ଦୁଇ ଭାଇ ମୃତ୍ୟୁବରଣ କରିଛନ୍ତି। ବଡଭାଇ ବୁଡିଯାଉଥିବାବେଳେ ବଡଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମୃତ୍ୟୁବରଣ କରିଛନ୍ତି। ଉଭୟ ଭାଇଙ୍କବୟସ 17ରୁ 18ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି ।