Categories
ଆଜିର ଖବର ରାଜ୍ୟ ଖବର

ଜୟନାରାୟଣ ବାଉଳି ଚାଉଳି ହୋଇ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି: ବିଜେଡି

ଭୁବନେଶ୍ୱର : ବିଜେପି ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ନିଜେ ଜଣେ ହତ୍ୟା ଅଭିଯୁକ୍ତ । ଜଣେ ବିଜେଡି କର୍ମୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଶ୍ରୀ ମିଶ୍ର ଗିରଫ ହୋଇ ଜେଲରେ ରହିବା ପରେ କୋର୍ଟରୁ ଜାମିନରେ ବାହାରକୁ ଆସିଛନ୍ତି ।

ତେଣୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ତାଙ୍କ ମନକୁ ସ୍ୱାଭାବିକ ଭାବେ ଭୟ ଗ୍ରାସିଛି। ଆଉ ଶ୍ରୀ ମିଶ୍ର ବାଉଳି ଚାଉଳି ହୋଇ ଏ ସଂପର୍କରେ ନାନା ଅବାନ୍ତର ମନ୍ତବ୍ୟ ଦେଉଛନ୍ତି। ତାଙ୍କ ଭଳି ଜଣେ ହତ୍ୟା ଅଭିଯୁକ୍ତର ମନ୍ତବ୍ୟକୁ ବିଜୁ ଜନତା ଦଳ ଆଦୌ ଗୁରୁତ୍ୱ ଦେବାକୁ ଚାହୁଁନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ବିଶାଳ ଶୋକ ସଭା ଅନୁଷ୍ଠିତ

ଭୁବନେଶ୍ବର: ଆଜି ଓଡିଶା ମୁଖ୍ୟ ଦପ୍ତର କର୍ମଚାରୀ ସଂଘ ଆନୁକୁଲ୍ୟରେ ସ୍ବର୍ଗୀୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ଏକ ବିଶାଳ ଶୋକ ସଭା ନ ତାଲା (ମୁଖ୍ୟ ଦପ୍ତର) ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଦପ୍ତରର ସମସ୍ତ କର୍ମଚାରୀ ଓ ଅଧିକାରୀ ଯୋଗଦାନ କରିଥିଲେ।

ଏହି ସଭାରେ ମୁଖ୍ୟ ଦପ୍ତର ସଂଘର ସଭାପତି ମିହିର ନାରାୟଣ ଜେନା ସ୍ବର୍ଗତ ମନ୍ତ୍ରୀଙ୍କର କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ବିଷୟରେ ସ୍ମୃତିଚାରଣ କରି କହିଥିଲେ ଯେ, ତାଙ୍କର ଅକାଳ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ପରିଶେଷରେ ଅମର ଆତ୍ମା ର ସଦ୍ଗତି ନିମନ୍ତେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା।

Categories
ଅପରାଧ ବିଶେଷ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଆକ୍ରମଣ ମାମଲା, ପଢନ୍ତୁ ୧୦ ଟି ବଡ ଅପଡେଟ୍

ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରେ ଗୁଳି ମାଡ ହୋଇଛି। ଯାହାପରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ନବ ଦାସଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ମଧ୍ୟାହ୍ନ ପ୍ରାୟ ୧୨.୩୦ ସମୟରେ ଝାରସୁଗୁଡା ଜିଲ୍ଲାର ବ୍ରଜଜନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ତାଙ୍କୁ ଗୁଳି କରାଯାଇଛି। ତାଙ୍କ ଛାତିରେ ଗୁଳି ବାଜିଛି।

ମାମଲା ସହିତ ଜଡିତ ୧୦ ଟି ବଡ ଅପଡେଟ୍:

୧- ମନ୍ତ୍ରୀ ତାଙ୍କ କାରରୁ ଓହ୍ଲାଇ ନବନିର୍ମିତ ପାର୍ଟି ଅଫିସ ଆଡ଼କୁ ଯିବା ମାତ୍ରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପୋଲିସ (ଏଏସଆଇ) ତାଙ୍କୁ ଗୁଳି ମାଡ କରିଥିଲେ। ଖବର ଅନୁଯାୟୀ ତାଙ୍କ ଛାତିରେ ତିନିରୁ ଚାରି ଗୁଳି ବାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା କ୍ୟାବିନେଟରେ ନବ ଦାସ ଜଣେ ପ୍ରମୁଖ ମନ୍ତ୍ରୀ ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସେ ବିଜେଡି ପାର୍ଟି କାର୍ଯ୍ୟାଳୟର ଉଦଘାଟନ କରିବାକୁ ଆସିଥିଲେ।

୨- ଝାରସୁଗୁଡା ଜିଲ୍ଲାରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି ଚଳାଇଥିଲେ। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

୩- ଏଏସଆଇକୁ ଗିରଫ କରାଯାଇ ହେପାଜତକୁ ନିଆଯାଇଛି। ତାଙ୍କ ନିକଟରୁ ଅସ୍ତ୍ର ଜବତ କରାଯାଇ ପଚରାଉଚରା କରାଯାଉଛି। ଏହି ଆକ୍ରମଣ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ସୂତ୍ରରୁ ପ୍ରକାଶ।

୪- ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ କହିଛନ୍ତି ଯେ, ସ୍ଥାନୀୟ ଲୋକ ଅଭିଯୁକ୍ତ ଏଏସଆଇକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ଏବଂ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଚେଷ୍ଟା କରୁଛି।

୫- ଘଟଣା ପରେ ମନ୍ତ୍ରୀ ଦାସଙ୍କ ଛାତିରୁ ରକ୍ତସ୍ରାବ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକ ମନ୍ତ୍ରୀଙ୍କୁ ଉଠାଇ କାରର ଆଗ ସିଟରେ ବସିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।

୬- ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ପରେ ତାଙ୍କୁ ଭଲ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା।

୭- ଶ୍ରୀ ଦାସଙ୍କ ଉପରେ ଆକ୍ରମଣ ପରେ ସହରରେ ଉତ୍ତେଜନା ଦେଖାଦେଇଥିଲା। ମନ୍ତ୍ରୀଙ୍କ ସମର୍ଥକମାନେ ତାଙ୍କ ‘ସୁରକ୍ଷା ଅଭାବ’ ଉପରେ ପ୍ରଶ୍ନ ଉଠାଇଥିଲେ। କିଛି ସମର୍ଥକ ଦାସଙ୍କୁ ଟାର୍ଗେଟ କରିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି।

୮- ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଆକ୍ରମଣର ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛି।

୯- ଘଟଣାର ଅନୁସନ୍ଧାନ ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବାକୁ କୁହାଯାଇଛି। ଯଥାଶୀଘ୍ର ମାମଲାର ତଦନ୍ତ ଶେଷ ହେବ।

୧୦- ନବ କିଶୋର ଦାସ ଝାରସୁଖଡା ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା। ସେ ଏହା ପୂର୍ବରୁ କଂଗ୍ରେସରେ ଥିଲେ, ସେଠାରୁ ନବ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ନବୀନ ପଟ୍ଟନାୟକ ତାଙ୍କୁ ତାଙ୍କ ସରକାରରେ ସ୍ୱାସ୍ଥ୍ୟ ବିଭାଗ ପରି ଏକ ବିରାଟ ବିଭାଗ ଦାୟିତ୍ଵ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିଜ ଆସନ ଛାଡିଦେବେ ମନ୍ତ୍ରୀ ନବ ଦାସ, ଝିଅ ଦୀପାଳି ହେବେ ପରବର୍ତ୍ତି ପ୍ରାର୍ଥୀ

ଝାରସୁଗୁଡା: ନବ ଦାସ ଆଉ ରାଜନୀତି କରିବେ ନାହିଁ। ତାଙ୍କ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ତାଙ୍କ ଝିଅ ଦୀପାଳି ଦାସ ବୁଝିବେ। ଏହିପରି ସଙ୍କେତ ଦେଇଛନ୍ତି ଖୋଦ ନବ ଦାସ। ଝାରସୁଗୁଡାରେ ଆୟୋଜିତ ଏକ ସଭାରେ ଭାଷଣ ଦେବା ବେଳେ ପରୋକ୍ଷରେ ଏହି ଘୋଷଣା କରିଛନ୍ତି ନବ।

ନବ କହିଛନ୍ତି ଯେ, ଭାରତରେ ଜଣେ ମହିଳା ଶାସନ କରୁଥିଲେ। ସେ ହେଲେ ଇନ୍ଦିରା ଗାନ୍ଧୀ, ପଶ୍ଚିମ ବଂଗରେ ମମତା ରାଜୁତି କରୁଛନ୍ତି। ତାମିଲନାଡୁରେ ଜୟଲଳିତା ଶାସନ କରୁଥିଲେ। ନବୀନ ପଟ୍ଟନାୟକ ସେହିପରି ଓଡିଶାରେ ମହିଳାମାନଙ୍କ ହାତରେ ନେତୃତ୍ବ ଦେଉଛନ୍ତି। ସେଥିପାଇଁ ଆଗାମୀ ଦିନରେ ଜଣେ ମହିଳା ମଧ୍ୟ ଏଠାରେ ଶାସନ କରିବ।

ଏହାକୁ ନେଇ ଝାରସୁଗୁଡାର ରାଜନୀତି ବେଶ ଚଳଚଞ୍ଚଳ ହୋଇପଡିଛି। କାରଣ ପୂର୍ବରୁ ନବ ଦାସ ତାଙ୍କ ଝିଅ ଦୀପାଳି ଦାସଙ୍କୁ ବିଭିନ୍ନ ସଭାସମିତିରେ ଯୋଗ ଦେବାକୁ ଛାଡୁଥିଲେ। ଏପରିକି ବ୍ରଜରାଜ ନଗର ଉପନିର୍ବାନରେ ତାଙ୍କ ଝିଅଙ୍କ ଭୂମିକା ସକ୍ରିୟ ଥିଲା। ସେତେବେଳଠାରୁ ଆଶା କରାଯାଉଥିଲା ଯେ, ନବ ଦାସ ତାଙ୍କ ଝିଅଙ୍କୁ ରାଜନୀତି ମଇଦାନକୁ ଆଣିବେ।

ବର୍ତ୍ତମାନ ତାଙ୍କ ଭାଷଣରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ଆଉ ରାଜନତି କରିବେ ନାହିଁ। ବଂର ତାଙ୍କର ପରବର୍ତ୍ତି ପିଢୀକୁ ଏହା ହସ୍ତାନ୍ତର କରିବେ। ଏହାର ମୁଖ୍ୟ କାରଣରେ ଏହା କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ କାର୍ଯ୍ୟରେ କୁଆଡେ ଖୁସି ନାହାଁନ୍ତି। ଅନ୍ୟପକ୍ଷରେ ନବ ଦାସ ତାଙ୍କର ବ୍ୟବସାୟ ସାମ୍ରାଜ୍ୟକୁ ବୃଦ୍ଧି କରିବା ପାଇଁ ରାଜନୀତିରୁ ସନ୍ୟାସ ନେବେ।

ତେବେ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ନବ ବିଜେଡିରେ ଯୋଗଦେବା ପରେ ଦଳ ବେଶ ସୁଦୃଢ ହେବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇପାରିଲା ନାହିଁ। ନବ ଦାସଙ୍କୁ ଦଳ ମନ୍ତ୍ରୀ କରି ଠିଆ କରାଇଥିଲେ ମଧ୍ୟ ସେ ଦଳକୁ ଠିଆ କରାଇବାରେ ଆଗ୍ରହ ପ୍ରକାଶ କଲେ ନାହିଁ। ଫଳରେ ବିଜେଡି ସୁପ୍ରିମୋ ଏ ନେଇ କୁଆଡେ ଖପ୍ପା ବୋଲି କୁହାଯାଉଛି। ସେଥିପାଇଁ ଆସନ୍ତା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କୁଆଡେ ନବଙ୍କୁ ଜଣାଇ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମଙ୍ଗଳବାର ପରଠୁ ସରିଯିବ ଟୀକା: ତୁରନ୍ତ ୬ ଲକ୍ଷ ଡୋଜ ଲାଗି କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ପୁଣିଥରେ ଟୀକା ପାଇଁ କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଚିଠି ଲେଖିଛନ୍ତି। ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ହେଲେ ଅଧିକ ଟୀକା ଆବଶ୍ୟକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଗତ ୨୧ ଜୁନ୍‌ରୁ ରାଜ୍ୟରେ ହାରାହାରି ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦିଆହେଉଛି। ଏପର୍ଯ୍ୟନ୍ତ ୩ ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲିଡ୍ ମହଜୁଦ ରହିଥିବା ବେଳେ ଏହା ଦୁଇ ଦିନରେ ସରିଯିବ।

ଆସନ୍ତା ମଙ୍ଗଳବାର ପରଠୁ ରାଜ୍ୟରେ କୋଭିସିଲ୍ଡ ଟିକାର ଅଭାବ ରହିବ। ଫଳରେ ଟିକାକରଣ ବାଧାପ୍ରାପ୍ତ ହେବ। ତେଣୁ ତୁରନ୍ତ ୬ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।