ଜୟନାରାୟଣ ବାଉଳି ଚାଉଳି ହୋଇ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି: ବିଜେଡି

Published: Jan 31, 2023, 7:37 pm IST

ଭୁବନେଶ୍ୱର : ବିଜେପି ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ନିଜେ ଜଣେ ହତ୍ୟା ଅଭିଯୁକ୍ତ । ଜଣେ ବିଜେଡି କର୍ମୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଶ୍ରୀ ମିଶ୍ର ଗିରଫ ହୋଇ ଜେଲରେ ରହିବା ପରେ କୋର୍ଟରୁ ଜାମିନରେ ବାହାରକୁ ଆସିଛନ୍ତି ।

ତେଣୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ତାଙ୍କ ମନକୁ ସ୍ୱାଭାବିକ ଭାବେ ଭୟ ଗ୍ରାସିଛି। ଆଉ ଶ୍ରୀ ମିଶ୍ର ବାଉଳି ଚାଉଳି ହୋଇ ଏ ସଂପର୍କରେ ନାନା ଅବାନ୍ତର ମନ୍ତବ୍ୟ ଦେଉଛନ୍ତି। ତାଙ୍କ ଭଳି ଜଣେ ହତ୍ୟା ଅଭିଯୁକ୍ତର ମନ୍ତବ୍ୟକୁ ବିଜୁ ଜନତା ଦଳ ଆଦୌ ଗୁରୁତ୍ୱ ଦେବାକୁ ଚାହୁଁନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।

Related posts