Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲଗାଣ ବର୍ଷା ଯୋଗୁଁ ଫୁଲିଲା ନଦୀ, ରାଜ୍ୟର 4ଟି ନଦୀର ଜଳ ପତନ ବିପଦ ସଙ୍କେତ ଉପରେ ପ୍ରବାହିତ

ଭୁବନେଶ୍ବର, ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ରାଜ୍ୟର 4ଟି ନଦୀର ଜଳ ବର୍ତ୍ତମାନ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେଗୁଡିକ ହେଲା ନରାଜଠାରେ ମହାନଦୀ, ଆନନ୍ଦପୁର ଏବଂ ଆଖୁଆପଦାଠାରେ ବୈତରଣୀ, ଜାମଶୋଳା ଗେଟ ନିକଟରେ ସୁବର୍ଣ୍ଣରେଖା ଏବଂ ଜଳକା ନଦୀ। ଜଳସଂପଦ ବିଭାଗ ଅନୁସାରେ ଏହି ନଦୀଗୁଡିକର ଯେଉଁ ଜଳସ୍ତର ରହିଛା ତାହା ହେଉଛି

1-ମହାନଦୀ (ନରଜାଠାରେ)- ବର୍ତ୍ତମାନ ଜଳ ସ୍ତର 26.41 ରହିଛି, ଏହାର ବିପଦ ସଙ୍କେତ ହେଉଛି 25.93

2-ବୈତରଣୀ ( ଆନନ୍ଦପୁରଠାରେ)- ବର୍ତ୍ତମାନ ଜଳସ୍ତର 40.83,ବିପଦ ସଙ୍କେତ ହେଉଛି 38.35, ଆଖୁଆପଦାରେ-  ଜଳସ୍ତର, 19.52, ବିପଦ ସଙ୍କେତ ହେଉଛି 17.83

3-ସୁବର୍ଣ୍ଣରେଖା ( ଜାମଶୋଳାଗେଟ)- ବର୍ତ୍ତମାନ ଜଳସ୍ତର 48.38, ବିପଦ ସଙ୍କେତ-49.15

4-ଜଳକା ନଦୀ ( ମାଥାଳି)- ବର୍ତ୍ତମାନ ଜଳସ୍ତର 7.05, ଏହାର ବିପଦ ସଙ୍କେତ-5.00