Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ପୋଖରୀରେ ବୁଡି ନାବାଳିକାଙ୍କ ପ୍ରାଣହାନୀ

ଚାନ୍ଦପୁର: ଗାଧୋଇବା ବେଳେ ପୋଖରୀରେ ବୁଡି ୧୦ ବର୍ଷିୟା ନାବାଳିକାର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କନ୍ଧ ନୟାଗଡ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା କନ୍ଧ ନୟାଗଡ ଗ୍ରାମର ଶେଷଦେବ ଜେନାଙ୍କ ନାବାଳିକା ଝିଅ ସଂଘମିତ୍ରା ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲା। ପୋଖରୀରେ ଗାଧୋଇବା ବେଳେ ଗଭୀର ଜଳକୁ ପଳାଇ ଯିବାରୁ କୂଳକୁ ଫେରି ପାରିନଥିଲା। ଫଳରେ ପୋଖରୀରେ ବହୁ ଖୋଜା ଖୋଜି ପରେ ନାବାଳିକାକୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ। ଚାନ୍ଦପୁର ପୋଲିସ୍ ଶବ ଜବତ କରି ତଦନ୍ତ ଜାରି ରଖିଛି।