Categories
ଆଜିର ଖବର ରାଜ୍ୟ ଖବର

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ, ବ୍ରହ୍ମପୁର ପୋସ୍କୋ କୋର୍ଟ ଚାଲାଣ

ବ୍ରହ୍ମପୁର (ଟୁକୁନା ପ୍ରଧାନ): ନାବାଳିକା ଅପହରଣ ଅଭିଯୋଗରେ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ବ ଦିନ ପରେ ବେଗୁନିଆପଡ଼ା ପୋଲିସ ହାତରେ ଧରା ପଡିଲା ଅଭିଯୁକ୍ତ। ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା କୁମୁଟିସାହିରେ ରହୁଥିବା ହୃଷୀକେଶ ଆଚାରୀ ନାମକ ଯୁବକ ଜଣଙ୍କ ସେହି ଗାଁ ରୁ ଜୈନିକ ନାବାଳିକା ଝିଅକୁ ଅପହରଣ କରି ନେଇ ଯାଇଥିବା ବେଳେ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ଫେରାର ଥିବା ବେଳେ ଭାଇଜାଗ୍ ଅଞ୍ଚଳରୁ ପୋଲିସ ମଙ୍ଗଳବାର ଦିନ ଧରିବାରେ ସକ୍ଷମ ହୋଇଛି।

ଏ ନେଇ ୨୫୪/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ପୋସ୍କୋ କୋର୍ଟ କୁ ଚାଲାଣ କରାଯାଇ ଅଧିକ ତଦନ୍ତ ଚାଲିଥିବା ନେଇ ବେଗୁନିଆପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ସଂଗ୍ରାମ କେଶରୀ ଦେହୁରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ: ଦୁଇ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ଏପ୍ରିଲ ୨୮ ତାରିଖ ରେ ଦୁଇ ଭଉଣୀ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଦେଖିବାକୁ ଶ୍ରୀରାମ ନଗରର ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। କିନ୍ତୁ ଉକ୍ତ ଦୁଇ ଭଉଣୀ ଘରକୁ ନଫେରିବାରୁ ପରିବାର ଲୋକେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରି ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ଉକ୍ତ ଦୁଇ ଜଣ ଭୁବନେଶ୍ୱର ଯିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ ଓ ନାବାଳିକା ଦ୍ଵୟଙ୍କୁ ପୃଥକ୍ ଭାବେ ଜେରା କରିବା ପରେ ଦୁଇ ଜଣ ଯୁବକ ସେମାନଙ୍କୁ କାର୍ ଯୋଗେ ବ୍ରହ୍ମପୁରରୁ ଆଣି ଚମାଖଣ୍ଡି ଗାଁ ଭିତରେ ଥିବା ଏକ କୁକୁଡ଼ା ଫାର୍ମରେ ରଖି ଦୁଷ୍କର୍ମ କରିଥିଲେ ବୋଲି ଥାନା ଓ ଅଦାଲତରେ ବୟାନ ଦେଇଥିଲେ।

ପରବର୍ତ୍ତୀ ସମୟରେ ପୋଲିସ ଛାନଭିନ୍ କରି ଦୁଇ ଅପହୃତା ଶିତଳାପଲୀ ଗ୍ରାମର ମଣ୍ଟୁ ସେଠୀ ଓ ନିମଖଣ୍ଡି ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ପୁର ଗ୍ରାମର ତୋଫାନ ସେଠୀ ନାମକ ଦୁଇ ଯୁବକଙ୍କୁ ଆଣି ଜେରା କରିବା ପରେ ଉକ୍ତ ନାବାଳିକା ଓ ଏହି ଯୁବକକୁ ଡ଼ାକ୍ତରୀ ମାଇନା କରିବା ପରେ ଯୁବକ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଛନ୍ତିି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହ ପ୍ରତିଶୃତି ଦେଇ ୨ ନାବାଳିକା ଅପହରଣ ଘଟଣାରେ ଜଣେ ଗିରଫ

କନ୍ଦର୍ପ ବେହେରା

ରେଢାଖୋଲ: ନାକଟିଦେଉଳ ଥାନା ଅନ୍ତର୍ଗତ ସାହେବୀ ପଂଚାୟତର ଝାରବେଡା ଗ୍ରାମରେ ୨ ନାବାଳିକାକୁ ମିଥ୍ୟା ବିବାହର ପ୍ରତିଶୃତି ଦେଇ ଜଣେ ଯୁବକ ଅପହରଣ କରିଥିଲା। ସୂଚନା ଅନୁସାରେ ଝାରବେଡା ଗ୍ରାମର ସୁଶାନ୍ତ ନାଏକ (ଝାରୁ) ୨୮ ବର୍ଷ ମିଥ୍ୟା ବିବାହର ପ୍ରତିଶୃତି ଦେଇ ୨ ନାବାଳିକାକୁ ଗତ ୬ ତାରିଖରେ ଅପହରଣ କରି ନେଇଯାଇଥିଲା। ଏ ନେଇ ଗତ ୮ ତାରିଖ ସକାଳେ ସଂପୃକ୍ତା ନାବାଳିକାର ବାପା ଶଙ୍କର ମୁଣ୍ଡା ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତି କରି ନାକଟିଦେଉଳ ପୋଲିସ ଅନୁସନ୍ଧାନ କରି ଦେବଗଡ ଜିଲ୍ଲାରୁ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିବା ସହ ୨ ନାବାଳିକା ଝିଅକୁ ଉଦ୍ଧାର କରିଥିବା ଜଣା ପଡିଛି। ତେବେ ନାବାଳିକା ଦୁଇ ଜଣଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ନାକଟିଦେଉଳ ଥାନାରେ କେସ ନଂ ୫୧/୨୨ ରେ ୩୬୩ ,୩୬୬,୩୭୬ (୨) ଆଇପିସି ଧାରାରେ ମାମଲା ରୁଜୁ କରିଥିବା ବେଳେ ଆସନ୍ତା କାଲି ଅଭିଯୁକ୍ତର ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ବିଧୁଭୁଷଣ ଦଳେଇ ପ୍ରକାଶ କରିଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲା: ୩ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ଭୁବନେଶ୍ଵର: ସୁନ୍ଦରଗଡ ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ଆଜି ଶୁଣାଣି ହୋଇଛି। ଏହି ମାମଲାରେ ଅଦାଲତ ୩ ଜଣ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସୁନ୍ଦରଗଡ ସ୍ଵତନ୍ତ୍ର ପୋକ୍ଶୋ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ୩ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ମିଳିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ମୁକ୍ତି ବାଡ଼ା, ବିରେନ୍ଦ୍ର ମାଝୀ ଓ ଅଜୟ କୁଜୁରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଡିଷ୍ଟ୍ରିକ ଲିଗାଲ ସର୍ଭିସ ଅଥରୀଟିଙ୍କୁ କୋର୍ଟ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ମସିହାରେ ରାଇବଗା ଥାନା ଅଞ୍ଚଳରେ ପୀଡ଼ିତା ନାବାଳିକାଙ୍କୁ ଅପହରଣ କରାଯାଇ ଗଣଦୁଷ୍କର୍ମ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାବାଳିକା ଅପହରଣ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ବାଣପୁର ଓକିଲ ସଂଘର ଧର୍ମଘଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ପୋଲିସ ଜଣେ ନାବାଳିକା ଝିଅକୁ ଅପହରଣକାରୀକୁ ଧରିବାରେ ବିଫଳ ହୋଇଥିବାରୁ ଓକିଲ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏପରି ଅତି ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସର ତଦନ୍ତ ଉପରେ ଓକିଲ ସଙ୍ଘ ସନ୍ଦେହ କରିଛି। ଏନେଇ ଆଜି ବାଲୁଗାଁ ପୋଲିସ ବିରୋଧରେ ବାଣପୁର ଓକିଲ ସଂଘ ଧର୍ମଘଟରେ ବସିଛି।

ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତସିଂହାରପୁର ଗ୍ରାମର ଜନୈକ ଓକିଲ ସୁକାନ୍ତ ପ୍ରଧାନଙ୍କ ନାବାଳିକା ଝିଅକୁ ନିକଟସ୍ଥ ଆଙ୍କୁଲାଚଟି ଗ୍ରାମର ଆକାଶ ସୁନ୍ଦରାୟ ନାମକ ବ୍ୟକ୍ତି ଅପହରଣ କରିଥିବା ଅଭିଯୋଗ ହୋଇଥିଲା।

ବାପା ସୁକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଗତ ମାସ ୩ ତାରିଖ ରାତି ୮ ଟା ସମୟରେ ଏକ ନୀଳ ରଙ୍ଗର ମୋଟର ସାଇକେଲରେ ଆକାଶ ଆସି ତାଙ୍କ ଝିଅକୁ ଅପହରଣ କରିନେଇଥିଲା। ସୁକାନ୍ତ ଏନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରି ସିଡିପିଓ ଓ ଏସପିଙ୍କୁ ଅବଗତ କରାଇଥିଲେ। ମାସାଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସିର ଅବହେଳାକୁ ନେଇ ପିତା ସୁକାନ୍ତ ବାଣପୁର ଓକିଲ ସଂଘକୁ ସମସ୍ତ ଘଟଣା ଜଣାଇଥିଲେ।

ବାଣପୁର ଓକିଲ ସଂଘ ପୋଲିସର କାର୍ଯ୍ଯାନୁଷ୍ଠାନ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଆଜି ସଂଘର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ରମେଶ ବିଷୋୟୀଙ୍କ ସଭାପତିତ୍ୱରେ ସମ୍ପାଦକ ଶ୍ୟାମସୁନ୍ଦର ମିଶ୍ର, ଗୌରୀଶଙ୍କର ଷଡଙ୍ଗୀ, ଜଗନ୍ନାଥ ଭୋଳ ଓ ସଙ୍ଘର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତରେ ଏକ ଜରୁରୀକାଳୀନ ସାଧାରଣ ବୈଠକ କରାଯାଇଥିଲା। ଉକ୍ତ ବୈଠକରେ ଯେ ପର୍ଯ୍ୟନ୍ତ ବାଲୁଗାଁ ପୋଲିସି ଝିଅକୁ ଉଦ୍ଧାର ନ କରିଛି ଏବଂ ଅଭିଯୁକ୍ତ ଆକାଶକୁ ଗିରଫ ନକରିଛି ସେପର୍ଯ୍ଯନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାଣପୁର ଓକିଲ ସଂଘ ଧର୍ମଘଟ ଜାରି ରଖିବ ବୋଲି ନିଷ୍ପତ୍ତି ନେଇଛି।