Categories
ଆଜିର ଖବର ରାଜ୍ୟ ଖବର

ନିଟ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨ ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍‌ ସେକେଣ୍ଡାରୀ ଏଜୁକେସନ୍‌ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ର‌୍ୟାଙ୍କ) ରଖି ସଫଳତା ହାସଲ କରିଛନ୍ତି।

ନିଟ୍‌ରେ ସଫଳତା ଅର୍ଜନ କରିଥିବା ଏହି କୃତୀ ଛାତ୍ରଛାତ୍ରୀମାନେ ହେଲେ ଆଶିଷ ଦଳେଇ (୬୭୫), ଆଦିତ୍ୟ କୁମାର ରାଉତ (୬୩୩), ବ୍ୟାସଦେବ ମାଇସାଲ (୬୨୧), ଦେବାଶିଷ ପାଢ଼ୀ (୬୧୧), ଶୁଭଦର୍ଶୀ ଦେବାଶିଷ (୫୯୫), ଅର୍ପିତା ମଲ୍ଲିକ (୫୮୬), ମୋନାଲିସା କର (୫୮୫) ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ (୪୧୮)।

ଏହି ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକ ଏବଂ ଆଇ.ଏଚ୍‌.ଏସ୍‌.ଇ. ର ଅଧ୍ୟକ୍ଷ ପ୍ରଫେସର ପୁରେନ୍ଦ୍ର ଚରଣ ଦାଶ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଆଇଏଚ୍‌ଏସ୍‌ଇର ଅନେକ ଛାତ୍ରଛାତ୍ରୀ ଅତୀତରେ ନିଟ ବ୍ୟତୀତ ଅନ୍ୟାନ୍ୟ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇଆଇଟି, ଏନ୍‌ଆଇଟି ଓ ଆଇଆଇଏମ୍ ଭଳି ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ସର୍ବଭାରତୀୟ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟୟନ କରି ଅନୁଷ୍ଠାନର ଗୌରବକୁ ଦ୍ୱିଗୁଣିତ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଆଇଏଚ୍‌ଏସ୍‌ଇରେ +୨ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିପାରିବେ, ସେଥିପାଇଁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ / ଅଧ୍ୟାପିକାମାନେ ନିଷ୍ଠାର ସହ ସେମାନଙ୍କୁ ଉତ୍କୃଷ୍ଟ ଶୈକ୍ଷିକ ବାତାବରଣ ମଧ୍ୟରେ ସ୍ୱତନ୍ତ୍ର ଧ୍ୟାନ ସହ ଶିକ୍ଷା ପ୍ରଦାନ କରିଥାନ୍ତି।