Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତ୍ୟା ପାଇଁ ଓଡିଶାର ଚାରୋଟି ଜିଲ୍ଲାରେ ପ୍ରବଳ ବର୍ଷା, ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର, ସାମ୍ଭବ୍ୟ ବାତ୍ୟା ‘ନିଭାର’ ର ଜୋରଦାର ପ୍ରଭାବ ଓଡିଶାରେ ଅନୁଭୂତ ହେବାର ନାହିଁ। ହେଲେ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ସାମାନ୍ୟ ରହିବ ବୋଲି ଜଣାପଡିଛି। ଏହି ବାତ୍ୟା 24 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ତାଣ୍ଡବ ସୃଷ୍ଟି କରୁଥିବାରୁ ଓଡିଶାରେ ମଧ୍ୟ ଏହି ଦିନଗୁଡିକରେ ସାମାନ୍ୟ ପ୍ରଭାବ ରହିବ।

ନଭେମ୍ବର 25 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଏହାର ସ୍ବଳ୍ପ ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ସେଥିପାଇଁ 25 ତାରିଖରେ ରାଜ୍ୟର ଛଅଟି ଜିଲ୍ଲାର କେତେକ ସ୍ଥାନରେ ସାଧାରଣ ବର୍ଷା ହେବ ବୋଲି କୁହାଯାଇଛି। ସେଗୁଡିକ ହେଲା ମାଲକାନାଗିରି, ରାୟଗଡା, ଗଜପତି, କୋରାପୁଟ, ଗଂଜାମ ଏବଂ କନ୍ଧମାଳ ଜିଲ୍ଲା।

ହେଲେ 26 ତାରିଖରେ ଚାରୋଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣି ଜାରୀ କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡିକ ହେଲା ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି ଜିଲ୍ଲା। ଏହି ସମୟରେ ଏସବୁ ଜିଲ୍ଲାରେ ଘଣ୍ଟାକୁ 45 ରୁ 55 କିଲୋମିଟର ବେଗରେ ପବନ ବହିବ ବୋଲି ଜଣାପଡିଛି। ଏସବୁ ଜିଲ୍ଲାରେ ଜିଲ୍ଲାପାଳମାନେ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।